photo-2

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଲାଗି ମକ୍ଡି୍ରଲ୍

77

ଭୁବନେଶ୍ୱର(ବୁ୍ୟରୋ): ରାଜ୍ୟର ୩୦ଟି ଜିଲ୍ଲାରେ ବ୍ଲକସ୍ତରୀୟ ଆଶ୍ରୟସ୍ଥଳୀରେ ବନ୍ୟା, ବାତ୍ୟା ଓ ଅନ୍ୟାନ୍ୟ ବିପର୍ଯ୍ୟୟର ମୁକାବିଲା ନିମନ୍ତେ ମକ୍ ଡ୍ରିଲ୍ ଅନୁଷ୍ଠିତ ହୋଇଛି । ବର୍ତ୍ତମାନ ୨୫ଟି ଜିଲ୍ଲା ଯଥା: ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, କଟକ, ଢେଙ୍କାନାଳ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ରାୟଗଡ଼ା, ନବରଙ୍ଗପୁର, ସୁବର୍ଣ୍ଣପୁର, ଗଜପତି, କୋରାପୁଟ, ନୂଆପଡ଼ା, ମାଲକାନଗିରି, କଳାହାଣ୍ଡି, ବୌଦ୍ଧ, ସ ମ୍ବଲପୁର, ବରଗଡ଼, ଝାରସୁଗୁଡ଼ା ଓ କେନ୍ଦୁଝରରେ ୮୪୦ଟି (୫୫୨ ବାତ୍ୟା ଓ ୨୮୮ ବନ୍ୟା) ବହୁମୁଖୀ ଆଶ୍ରୟସ୍ଥଳୀରେ ଗୋଷ୍ଠୀସ୍ତରୀୟ ସାମୁହିକ ବିପର୍ଯ୍ୟୟ ପ୍ରସ୍ତୁତି ଅଭ୍ୟାସ (ମକ୍ ଡ୍ରିଲ୍) କରାଯାଇଛି । ତତ୍ସହିତ ବାକି ୫ ଗୋଟି ଜିଲ୍ଲା ଯଥା: କନ୍ଧମାଳ, ବଲାଙ୍ଗିର, ଦେବଗଡ, ସୁନ୍ଦରଗଡ ଓ ଅନୁଗୁଳରେ ଜିଲ୍ଲାସ୍ତରୀୟ ବିପର୍ଯ୍ୟୟ ପ୍ରସ୍ତୁତି ଅଭ୍ୟାସ (ମକ୍ ଡ୍ରିଲ୍) କରାଯାଉଅଛି । ଏଥି ସହିତ ରାଜ୍ୟର ୩୧୪ଟି ବ୍ଲକରେ ଏହି ବିପର୍ଯ୍ୟୟ ପ୍ରସ୍ତୁତି ଅଭ୍ୟାସ (ମକ୍ ଡ୍ରିଲ୍) ହେବା ସହ ଏହାର ପ୍ରସ୍ତୁତିର ଏକ ସଚେତନତା ରାଲିର ଆୟୋଜନ କରାଯାଇଛି । ଏତଦ୍ବ୍ୟତୀତ ଓଡ଼ିଶାର ୬ଟି ଉପକୂଳବର୍ତ୍ତୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ରାଜ୍ୟ ରେଡକ୍ରସ ସଂସ୍ଥା ଦ୍ୱାରା ୬୫ଟି ନିର୍ମିତ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀରେ ମଧ୍ୟ ଏହି ବିପର୍ଯ୍ୟୟ ମୁକାବିଲା ଲାଗି ମକ୍ ଡ୍ରିଲ୍ କରାଯାଉଛି । ମକ୍ ଡି୍ରଲ୍ ସମୟରେ ବ୍ଲକ୍ ସ୍ତରରେ ଗଠିତ ଆଶ୍ରୟସ୍ଥଳୀ ପରିଚାଳନା ଓ ରକ୍ଷଣାବେକ୍ଷଣ ସମିତି ସଭ୍ୟସଭ୍ୟା ତଥା ଅନ୍ୟାନ୍ୟ ସ୍ୱେଚ୍ଛାସେବୀମାନେ ସନ୍ଧାନ, ଉଦ୍ଧାର କୌଶଳ ଏବଂ ପ୍ରାଥମିକ ଚିକିସôା କୌଶଳ ପ୍ରଦର୍ଶନ କରିଛନ୍ତି । ଆଶ୍ରୟସ୍ଥଳୀମାନଙ୍କୁ ଯୋଗାଇ ଦିଆଯାଇଥିବା ବିଭିନ୍ନ ପ୍ରକାରର ଉପକରଣ ଯଥା : ଟାୱାର ଲାଇଟ୍, ଯବଚାଳିତ କରତ, ଜେନେରେଟର, ଷ୍ଟ୍ରେଚର, ମେଗାଫୋନ୍ ଇତ୍ୟାଦିର ବ୍ୟବହାର ସମ୍ବନ୍ଧୀୟ ଅଭ୍ୟାସ ମଧ୍ୟ କରାଯାଇଥିଲା । ସେହିଭଳି ଓଡ୍ରାଫ୍, ଏନ୍ଡିଆରଏଏଫ୍ ଏବଂ ଅଗ୍ନିଶମ ସେବା ବାହିନୀ ଏଥିରେ ଭାଗ ନେବା ସହିତ ସନ୍ଧାନ ଓ ଉଦ୍ଧାର କୌଶଳ ପ୍ରଦର୍ଶନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ, ବ୍ଲକ ଓ ତହସିଲ ପ୍ରଶାସନ, ସ୍ଥାନୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ, ସମ୍ପୃକ୍ତ ସରପଞ୍ଚ ତଥା ଗ୍ରାମ ପଞ୍ଚାୟତ କର୍ମକର୍ତ୍ତା ଏବଂ ସାଧାରଣ ଲୋକମାନେ ଅଂଶଗ୍ରହଣ କରିଛନ୍ତି । ଉପରୋକ୍ତ ବିପର୍ଯ୍ୟୟ ପ୍ରସ୍ତୁତି ଅଭ୍ୟାସ (ମକ୍ ଡ୍ରିଲ୍)ଗୁଡ଼ିକ ରାଜ୍ୟ ସ୍ତରରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏସ୍ଡିଏମ୍ଏ) ଏବଂ ସ୍ୱତବ ରିଲିଫ୍ କମିଶନର (ଏସ୍ଆରସି) ଓ ଜିଲ୍ଲା ସ୍ତରରେ ଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ ଜିଲ୍ଲା ଜରୁରୀକାଳୀନ ବିଭାଗ ଦ୍ୱାରା ସଂଯୋଜନା କରାଯାଉଛି ।

ସେଆର କରନ୍ତୁ:



Powered by odothemes.com