ANDOLAN-NEWS-PHOTO

ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପକାଇଲେ ତାଲା

50

ଅଘୋଷିତ ବିଦୁ୍ୟତ୍ କାଟରେ ଅତିଷ୍ଠ ଜନସାଧାରଣ
ଉଦଳା,୧୮ା୬(ଆପ୍ର): ଆଜକୁ ୪ ଦିନ ହେବ ବିନା କୌଣସି ସୂଚନାରେ ବିଦୁ୍ୟତ୍ ବିଭାଗ ମନମୁଖୀ ଶାସନ ଘୋଷିତ ବିଦୁ୍ୟତ୍ କାଟ କରୁଥିଲା । ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଅଧିକ ରହିଥିବା ବେଳେ ଅଘୋଷିତ ବିଦୁ୍ୟତ୍ କାଟ ଲୋକଙ୍କୁ ଅତିଷ୍ଠ କରିଛି । ଶେଷରେ ସୋମବାର ଜନସାଧାରଣ ରାଗି ବିଦୁ୍ୟତ୍ ବିଭାଗ ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଖବରାନୁସାରେ, ୪ଦିନ ହେବ କପ୍ତିପଦା ଉପଖଣ୍ଡରେ ଅଘୋଷିତ ବିଦୁ୍ୟତ୍ କାଟ ବଢିବାରେ ଲାଗିଛି । ଏହାର ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ଏହାକୁ ବିରୋଧ କରି ସ୍ଥାନୀୟ ନାଗରିକ ସୁରକ୍ଷା ଓ ବିକାଶ ମଞ୍ଚ ପକ୍ଷରୁ ବୈଠକ ଆୟୋଜନ କରାଯାଇଥିଲା । ସ୍ଥାନୀୟ ଜନସାଧାରଣ, ବୁଦ୍ଧିଜୀବି, ଓକିଲ, ଦଳମତ ନିର୍ବିଶେଷରେ ଏକହୋଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ତାଲା ପକାଇବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସୋମବାର ସକାଳ ୧୦ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଧାରଣା ଦେଇଥିଲେ ।
ସୂଚନାଯୋଗ୍ୟ ଯେ, ସ୍ଥାନୀୟ ଯୁବ ଛାତ୍ର ସଙ୍ଗଠନ ପକ୍ଷରୁ ମଧ୍ୟ ଅଘୋଷିତ ବିଦୁ୍ୟତ୍ କାଟର ପ୍ରତିବାଦରେ ସ୍ଥାନୀୟ ବିଦୁ୍ୟତ୍ ବିଭାଗ ନିର୍ବାହୀ ଯନ୍ତ୍ରୀ ଏବଂ ଏସ୍ଡିଓଙ୍କ କାର୍ଯ୍ୟାଳୟରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଶେଷରେ ଆନେ୍ଦାଳନ ଏତେ ବ୍ୟାପକ ରୂପ ନେଇଥିଲା ଯେ, ସ୍ଥାନୀୟ ବସ୍ଷ୍ଟାଣ୍ଡ, ଥାନାଛକ ଏବଂ ହାଇସ୍କୁଲ ଛକ ନିକଟରେ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଥିଲେ । ଫଳରେ ଦୀର୍ଘ ସମୟ ଧରି ଯାନବାହନ ଚଳାଚଳ ପ୍ରଭାବିତ ହୋଇଥିଲା । ମଧ୍ୟାହ୍ନରେ ବିଦୁ୍ୟତ୍ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଦୀପକ ଦାସ, ଉପଖଣ୍ଡ ପୁଲିସ୍ ଅଧିକାରୀ ସ୍ୱପ୍ନରଞ୍ଜନ ମହାପାତ୍ର, ଉଦଳା ଥାନା ଆଇଆଇସି ଅମିତ ବିଶ୍ୱାଳ ପ୍ରମୁଖ ଆନେ୍ଦାଳନସ୍ଥଳରେ ପହଞ୍ଚô ଉତ୍ତ୍ୟକ୍ତ ଜନସାଧାରଣଙ୍କ ସହିତ ଆଲୋଚନା କରିଥିଲେ । ଫୋନ ଯୋଗେ ବିଦୁ୍ୟତ୍ ବିଭାଗ ଏସ୍ଇଙ୍କ ସହିତ ଆଲୋଚନା କରିବା ପରେ ଆନେ୍ଦାଳନ ପ୍ରତ୍ୟାହୃତ ହୋଇଥିଲା । ୨୦ ତାରିଖ ଉପଜିଲ୍ଲାପାଳ, ବିଦୁ୍ୟତ୍ ବିଭାଗ ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ସ୍ଥାନୀୟ ଜନସାଧାରଣଙ୍କ ସହିତ ବୈଠକ କରି ଏହାର ନିଷ୍କର୍ଷ ବାହାର କରାଯିବ ବୋଲି ଜଣାଯାଇଛି । ଆଇନଜୀବି ବସନ୍ତ ପରିଡା, ବିଶ୍ୱଜିତ ନାୟକ, ରବିନ୍ଦ୍ର ପରିଡା, ବଣିକ ସଂଘ ସଭାପତି ସୋମନାଥ ସାହୁ, କାଉନସିଲର ପ୍ରଭାତ ପରିଡା, କମଳ ଧଳ, କମଳାକାନ୍ତ ରଣା, ବିଧାୟକ ପ୍ରତିନିଧି ଅମୀୟ ବଳ, ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନ୍, କାଉନସିଲର ଚର୍ତୁଭୁଜ ପାତ୍ର, ଡିକେନ୍ସ ବେହେରା, ସଞ୍ଜୀବ ଭୋଳ ପ୍ରମୁଖଙ୍କ ସହିତ ସ୍ଥାନୀୟ ଅଞ୍ଚଳର ଅନେକ ବୁଦ୍ଧିଜୀବି, ଗଣମାଧ୍ୟମ ପ୍ରତିନିଧି, ବରିଷ୍ଠ ନାଗରିକ, ଓକିଲ ସାମିଲ ହୋଇଥିଲେ ।

ସେଆର କରନ୍ତୁ:



Powered by odothemes.com