BIJU-JUBA-BAHINI-SAMIKHYA-BAITHA-PHOTO---8

ସବୁ ଜିଲ୍ଲାରେ ଗଠନ ହେବ ବିଜୁ ଯୁବବାହିନୀ

105

୪.୫ଲକ୍ଷ ସ୍ୱେଚ୍ଛାସେବୀଙ୍କୁ ଦକ୍ଷତା ବୃଦ୍ଧି, ସଚେତନତା ପାଇଁ ମାର୍ଗଦର୍ଶନ କରାଯିବ
ଯାଜପୁର(ଆପ୍ର): ଓଡ଼ିଶା ସରକାରଙ୍କ ବିଜୁବାହିନୀ ପ୍ରକଳ୍ପ, ଯୁବ ଉନ୍ନୟନ ବୋର୍ଡର ଅଧ୍ୟକ୍ଷ ଅରୁପ ମୋହନ ପଟନାୟକଙ୍କ ଯାଜପୁର ଜିଲ୍ଲାକୁ ରବିବାର ଗସ୍ତ କରିଥିଲେ । ପ୍ରଦକ୍ଷିଣ ଭବନ ସଭାଗୃହ ପରିସରରେ ଜିଲ୍ଲାସ୍ତରୀୟ ଅଧିକାରୀ, ସଦସ୍ୟ ସଦସ୍ୟା, ବ୍ଲକସ୍ତରୀୟ ପ୍ରଶାସନିକ ଅଧିକାରୀ ମାନଭ୍କ ସହ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ଜିଲ୍ଲାପାଳ ରଞ୍ଜନ କୁମାର ଦାସ, ଏସ୍ପି ଚରଣ ସିଂ ମୀନା, ଜିଲ୍ଲାପରିଷଦ ପ୍ରକଳ୍ପ ନିଦେ୍ର୍ଦଶ ବ୍ରଜଗୋପାଳ ଆଚାର୍ଯ୍ୟ, ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ନରେଶ କୁମାର ମହାନ୍ତି, ଯାଜପୁର ପୌରପାଳ ଭବପ୍ରସାଦ ଦାସ, ଯାଜପୁର ବ୍ଲକ୍ ଅଧ୍ୟକ୍ଷ ପ୍ରଦୀପ ନାୟକ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଫକିର ମୋହନ ଟୁଡ଼ୁ ପ୍ରମୁଖ ଏହି ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ ।
ରାଜ୍ୟରେ ବିଜୁ ଯୁବ ବାହିନୀ ଦିର୍ଘ ଦେଢ଼ମାସ ଧରି ଗଠିତ ହୋଇଥିବା ବେଳେ ଏହା ନିସ୍କ୍ରିୟ ହୋଇ ରହିଥିଲା । ଏହାକୁ ସକ୍ରିୟ କରିବା ପାଇଁ ଓଡ଼ିଶା ସରକାରଙ୍କ ଯୁବ ଉନ୍ନୟନ ବୋର୍ଡ଼ର ଅଧ୍ୟକ୍ଷ, ବିଜୁ ଯୁବ ବାହିନୀ ଅରୁପ ମୋହନ ପଟ୍ଟନାୟକ ଦାୟିତ୍ୱ ଗ୍ରହଣ କରିଛନ୍ତି । ରାଜ୍ୟର ୩୦ଟି ଜିଲ୍ଲା ପାଇଁ ଯୁବ ବାହିନୀ ପ୍ରକଳ୍ପ ଗଠନ କରି ୧୮ ରୁ ୩୫ବର୍ଷ ଯୁବକଙ୍କୁ ନେଇ ରାଜ୍ୟରେ ସାଢ଼େ ୪ଲକ୍ଷ ବିଜୁ ବାହିନୀ ଗଠନ କରାଯାଇଛି । ଏମାନଙ୍କର ସାମର୍ଥ୍ୟକୁ ଗଠନମୂଳକ ଭାବେ ରାଜ୍ୟ ପାଇଁ ବିନିଯୋଗ କରାଯିବାର ବ୍ୟବସ୍ଥା କରାଯାଇଛି । ତେବେ ସେମାନଙ୍କୁ ଦକ୍ଷତାବୃଦ୍ଧି ତାଲିମ୍ ସହ ସ୍ୱେଛାସେବୀ ଭାବେ ଗାଁ ଗଣ୍ଡାରେ ଦୁଃସ୍ଥ ଅସହାୟ ମାନଙ୍କୁ ସେବା ଯୋଗାଇ ଦେବା ଓ ବିଭିନ୍ନ ଯୋଜନାର ସଫଳ ରୂପାୟନ ପାଇଁ ସଚେତନତା କରାଯିବା, ନିଶା ନିବାରଣ, ଦୁଷ୍କର୍ମକୁ ପ୍ରତିରୋଧ କରିବା, ଦୁର୍ନିତି ନିବାରଣ କାର୍ଯ୍ୟରେ ଲିପ୍ତ ହେବା ପାଇଁ ସେମାନଙ୍କୁ ସଠିକ୍ ମାର୍ଗ ଦର୍ଶନ କରାଯିବା ଏହି ବିଜୁ ଯୁବବାହିନୀ ପ୍ରକଳ୍ପର ମୁଳ ଲକ୍ଷ୍ୟ ବୋଲି ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି ।
ଏହି ଯୋଜନା ପାଇଁ ୪ଲକ୍ଷ ପିଲାଙ୍କ ପାଇଁ ଦେଢ଼ଶହ କୋଟି ଟଙ୍କା ବଜେଟ୍ ଆଗତ କରାଯାଇଛି । ତିନିବର୍ଷ ପାଇଁ ୪ଶହ ୫୦ କୋଟି ଟଙ୍କା ବିନିଯୋଗ କରାଯିବା ପାଇଁ ରାଜ୍ୟ ସରକାର ମଞ୍ଜୁର କରଛନ୍ତି । ଏହି କାର୍ଯ୍ୟରେ ସହଯୋଗ କରିବା ପାଇଁ ସରକାରଙ୍କ ପକ୍ଷରୁ ସିଇଓ ଓଏସ୍ଡ଼ି ନିଯୁକ୍ତି ପାଇଛନ୍ତି । ଅତିରିକ୍ତ ଶାସନ ସଚିବ ଶୁଭକାନ୍ତ ମିଶ୍ର ଏହି ପଦବୀରେ ଅବସ୍ଥାପିତ । ଜିଲ୍ଲାପାଳ, ଏସ୍ପି, ବିଧାୟକ, ଜିଲ୍ଲାପରିଷଦ ଅଧ୍ୟକ୍ଷ, ବିଡିଓମାନେ ବିଜୁ ଯୁବବାହିନୀଙ୍କୁ ସେମାନଙ୍କର କର୍ତ୍ତବ୍ୟ ଉପରେ ସୂଚନା ଦେବା ସହିତ ସେମାନଙ୍କୁ ଗଠନ ମୂଳକ କାର୍ଯ୍ୟରେ ବିନିଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ଯୁବବାହିନୀ ମାନଙ୍କୁ ପ୍ରଥମେ ପୋଲିସ୍ ଭେରିପିକେଶନ୍ କରାଯାଇ ଗ୍ରହଣ କରାଯିବ ଓ ସେମାନଙ୍କୁ କନକେଫ୍ ମାଧ୍ୟମରେ ଗାଇଡ୍ କରାଯିବ । ଜିଲ୍ଲାରେ ମୋଟ ୩୧୧ ପଞ୍ଚାୟତ ଓ ୧୬ଟି ୱାର୍ଡରେ ୩୨୭ଟି ଗ୍ରୁପ୍ କରାଯାଇ ୧୭୯୫୨ ଯୁବକଙ୍କ ଆବେଦନପତ୍ର ଗହଣ କରାଯାଇଥିବା ବେଳେ ୮୬୮୮ଯୁବକଙ୍କୁ ଚୟନ କରାଯାଇଛି । ୨୦୪ ବିଜୁ ଯୁବବାହିନୀ ଗଠନ ହୋଇଥିବା ବେଳେ ୧୧୩ଟି ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇଛି ।
ବଡ଼ଚଣାରେ ୩୩ଟି ଯୁବବାହିନୀ ଗଠନ କରାଯାଇ ୧୧୫୩ସଦସ୍ୟତା ଗ୍ରହଣ କରାଯାଇଛି । ସେହିଭଳି ବରୀରେ ୨୯ଟି ଯୁବବାହିନୀ ଗଠନ କରାଯାଇ ୪୬୦ସଦସ୍ୟ, ବିଞ୍ଝାରପୁରରେ ୩୫୪ ସଦସ୍ୟଗ୍ରହଣ କରାଯାଇଥିବା ବେଳେ ଯୁବବାହିନୀ ଗଠନ କରାଯାଇନାହିଁ । ସେହିଭଳି ଦାନଗଦୀରେ ୧୪ଟି ଯୁବବାହିନୀ ଗଠନ କରାଯାଇ ୭୪୯୩ସଦସ୍ୟ, ଦଶରଥପୁର ବ୍ଲକ୍ରେ ୫୦୫ସଦସ୍ୟତା ଗ୍ରହଣ କରାଯାଇଥିବା ବେଳେ ଯୁବବାହିନୀ ଗଠନ କରାଯାଇନାହିଁ । ଧର୍ମଶାଳାରେ ୨୭ଟି ଯୁବବାହିନୀ ଗଠନ କରାଯାଇ ୮୬୬ସଦସ୍ୟ, ଯାଜପୁରରେ ୨୫ଟି ଯୁବବାହିନୀ ଗଠନ କରାଯାଇ ୧୧୦୫ସଦସ୍ୟ, କୋରାଇରେ ୨୬ଟି ଯୁବବାହିନୀ ଗଠନ କରାଯାଇ ୧୦୭୫ସଦସ୍ୟ, ରସୁଲପୁରରେ ୧୪ଟି ଯୁବବାହିନୀ ଗଠନ କରାଯାଇ ୬୮୬ସଦସ୍ୟ, ସୁକିନ୍ଦାରେ ୨୫ଟି ଯୁବବାହିନୀ ଗଠନ କରାଯାଇ ୯୭୭ସଦସ୍ୟ, ବ୍ୟାସନଗର ପୌରପାଳିକା ୯ଟି ଯୁବବାହିନୀ ଗଠନ କରାଯାଇ ୫୨୧ସଦସ୍ୟ, ଯାଜପୁର ପୈାରପାଳିକାରେ ୨ଟି ଯୁବବାହିନୀ ଗଠନ କରାଯାଇ ୫୨୧ସଦସ୍ୟ ଗ୍ରହଣ କରାଯାଇଥିବା ପ୍ରକାଶ କରିଥିଲେ ।




Powered by odothemes.com