୨୦୧୯ ସୁଦ୍ଧା ସବୁ ଗାଁ ଓ ପଡ଼ାକୁ ବିଜୁଳି

28

ଶକ୍ତି ବିଭାଗର କାର୍ଯ୍ୟ ସମୀକ୍ଷା
ଭୁବନେଶ୍ୱର,୮ା୬(ବୁ୍ୟରୋ): ୨୦୧୯ ସୁଦ୍ଧା ରାଜ୍ୟର ସବୁ ଗାଁ ଓ ପଡ଼ାକୁ ଗୁଣାତ୍ମକ ଏବଂ ନିର୍ଭରଯୋଗ୍ୟ ବିଦୁ୍ୟତ୍ ଯୋଗାଇ ଦିଆଯିବ । ଏହାକୁ ଦୃଷ୍ଟିରେ ରଖି ବିଦୁ୍ୟତ୍ ଉପିାଦନ, ବଣ୍ଟନ ଓ ପରିବହନ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶକ୍ତି ବିଭାଗର କାର୍ଯ୍ୟ ସମୀକ୍ଷା କରି ନିର୍ଦ୍ଧେଶ ଦେଇଛନ୍ତି ।
ସମୀକ୍ଷାରୁ ଜଣାପଡ଼ିଛି, ରାଜ୍ୟରେ ଥିବା ୪୭,୬୭୭ ଗାଁ ମଧ୍ୟରୁ ୪୩,୭୫୩ ଗାଁକୁ ବିଦୁ୍ୟତ୍ ସଂଯୋଗ ଦିଆଯାଇଥିବା ବେଳେ ୮୨,୦୧୪ ପଡ଼ା ମଧ୍ୟରୁ ୫୪,୦୬୧ ପଡ଼ାକୁ ବିଦୁ୍ୟତ୍କରଣ କରାଯାଇଛି । ରାଜ୍ୟର ୯୨% ଗାଁରେ ବିଦୁ୍ୟତ୍ ଉପଲବ୍ଧ ହେଉଥିବା ବେଳେ ୬୬% ପଡ଼ାରେ ମଧ୍ୟ ବିଜୁଳି ସେବା ଜାରି ରହିଛି । ସେହିପରି ରାଜ୍ୟରେ ୨୦୦୦ ମସିହାରୁ ୧୬ ଲକ୍ଷ ବିଦୁ୍ୟତ୍ ଉପଭୋକ୍ତ ଥିବାବେଳେ ୨୦୧୫ରେ ଏହା ୫୮ ଲକ୍ଷକୁ ବୃଦ୍ଧିପାଇଛି ଏବଂ ୨୦୧୯ରେ ଏହା ୯୬ ଲକ୍ଷକୁ ବୃଦ୍ଧି ପାଇବ ବୋଲି ଲକ୍ଷ୍ୟ ରଖାଯାଇଛି । ଗତ ପାଞ୍ଚବର୍ଷରେ ମଧ୍ୟ ବିଭିନ୍ନ ଯୋଜନାରେ ୨୫ ଲକ୍ଷ ବିପିଏଲ୍ ପରିବାର ମଧ୍ୟ ବିଦୁ୍ୟତ୍ ସେବା ପାଇପାରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଭବିଷ୍ୟତ ଯୋଜନା ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଧେଶ ଦେଇଛନ୍ତି । ସେହିଭଳି କୃଷି ଓ ମତ୍ସ୍ୟଚାଷ ପାଇଁ ସ୍ୱତନ୍ତ୍ର ଯୋଜନାରେ ଚୁଡ଼ାମଣି, ବିଦେଇପୁର, କଷାଫଳ, ରାଜନଗର, ଚାପଲି, ଟିକିନା, ଜାଗପୁର ଇତ୍ୟାଦି ସ୍ଥାନମାନଙ୍କରେ ମତ୍ସ୍ୟଚାଷ ପାଇଁ ସ୍ୱତନ୍ତ୍ର କ୍ଲଷ୍ଟରର ବିକାଶ କରାଯାଉଛି । ଓଡ଼ିଶା ବଣ୍ଟନ ବ୍ୟବସ୍ଥା ଓ ସୁଦୃଢୀକରଣ ପ୍ରକଳ୍ପରେ ୫୦୦ଟି ୩୩/୧୧ କେଭି ସବ୍ଷ୍ଟେସନ୍ ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଛି । ଆଗାମୀ ଅଗଷ୍ଟ ମାସରୁ ପ୍ରତି ମାସରେ ୧୦ଟି ଲେଖାଏଁ ସବ୍ଷ୍ଟେସନ୍ ଚାର୍ଜ କରାଯିବ । ଅନ୍ୟାନ୍ୟ ବିଷୟମାନଙ୍କ ମଧ୍ୟରେ ଗ୍ରୀଡ୍କୋର ପୁନରୁଦ୍ଧାର ଷ୍ଟେଟ୍ କ୍ୟାପିଟାଲ୍ ରିଜନ୍ରେ ୨୪ ଘଣ୍ଟିଆ ନିରବଚ୍ଛିନ୍ନ ବିଦୁ୍ୟତ୍ ସେବା ପାଇଁ ଷ୍ଟେଟ୍ କ୍ୟାପିଟାଲ୍ ରିଜିନ୍ ଇମ୍ପୁ୍ରଭ୍ମେଣ୍ଟ ଅଫ୍ ପାୱାର୍ ସିଷ୍ଟମ୍ର କାର୍ଯ୍ୟକାରିତା, ୧୫୦୦୦ ପୁରୁଣା ଟ୍ରାନ୍ସଫର୍ମର ପରିବର୍ତ୍ତନ କରାଯିବା, ଅଗମ୍ୟ ଅଞ୍ଚଳରେ ସୌରଶକ୍ତିର ବ୍ୟାପକ ବ୍ୟବହାର, କେ.ବି.କେ ଅଞ୍ଚଳରେ ୧୬୬ ବିଦୁ୍ୟତ୍ ପ୍ରକଳ୍ପର ଉନ୍ନତିକରଣ କାର୍ଯ୍ୟ ତ୍ୱରାନ୍ୱିତ କରିବା, ଆଦିବାସୀ ଛାତ୍ରୀ ନିବାସମାନଙ୍କରେ ନିରବଚ୍ଛିନ୍ନ ବିଦୁ୍ୟତ୍ ସେବା ସୁନିଶ୍ଚିତ କରାଯିବା ଆଦି ବିଷୟ ଉପରେ ବୈଠକରେ ଆଲୋଚନା କରାଯାଇଥିଲା ।
ବୈଠକରେ ଶକ୍ତି, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ, ଅର୍ଥ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ଶକ୍ତି ବିଭାଗର ପ୍ରମୁଖ ସଚିବ ଏବଂ ଗ୍ରୀଡ୍କୋର ଅଧ୍ୟକ୍ଷ ଓ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ ।




Powered by odothemes.com