୩ ଦିନ ବଢ଼ିଲା ସ୍କୁଲ୍ ଛୁଟି

33

ଭୁବନେଶ୍ୱର, ୧୬ ।୬ (ବୁ୍ୟରୋ): ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଦ୍ୟାଳୟର ଗ୍ରୀଷ୍ମ ଅବକାଶକୁ ୩ ଦିନ ଲାଗି ବୃଦ୍ଧି କରିଛନ୍ତି । ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ବିଦ୍ୟାଳୟଗୁଡ଼ିକ ୧୮ ତାରିଖ ପରିବର୍ତ୍ତେ ୨୧ ତାରିଖରେ ଖୋଲିବ । ରାଜ୍ୟରେ କିଛିଦିନ ହେବ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ପ୍ରବଳ ଗରମ ଅନୁଭୂତ ହେଉଛି । ଏହାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । ରାଜ୍ୟରେ ମୌସୁମୀ ସ୍ପର୍ଶ କରିଛି କିନ୍ତୁ ଅସହ୍ୟ ଗରମ ଅନୁଭୂତ ହେଉଛି । ରାଜ୍ୟରେ ଏବେ ବିଭିନ୍ନ ଜିଲ୍ଲାରେ ତାପମାତ୍ରା ୪୦ଂ ଉପରେ ରହୁଛି । ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ପ୍ରବଳ ତାତି ଅନୁଭୂତ ହେଉଛି ।




Powered by odothemes.com