13-6-2018=1

୧ଠଠ% ଉପସ୍ଥାନ ହେଲେ ପଞ୍ଚାୟତକୁ ପୁରସ୍କାର

53

‘ସବୁ ଦିନ ଯିବା ସ୍କୁଲ୍, ଉପସ୍ଥାନ-୨ଠ୧୮’ ଅଭିଯାନ ଆରମ୍ଭ
ଭୁବନେଶ୍ୱର, ୧୩ା୬(ବୁ୍ୟରୋ): ସବୁଦିନ ସ୍କୁଲ୍ ଆସିବା ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରିବା ଲାଗି ରାଜ୍ୟ ସରକାର ଏକ ନୂଆ ଅଭିଯାନ ଆରମ୍ଭ କରିଛନ୍ତି । ଯେଉଁ ସ୍କୁଲ୍ରେ ଶତ ପ୍ରତିଶତ ଉପସ୍ଥାନ ରହିବ ସେହି ପଞ୍ଚାୟତକୁ ପୁରସ୍କୃତ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ସବୁ ଦିନ ସ୍କୁଲ୍, ଉପସ୍ଥାନ-୨୦୧୮’ ଅଭିଯାନ ଆଜି ଆରମ୍ଭ କରିଛନ୍ତି । ସଚିବାଳୟରେ ଅନୁଷ୍ଠିତ ଏକ ଉତ୍ସବରେ ମୁଖ୍ୟମନ୍ତ୍ରୀ ଏହି ଅଭିଯାନକୁ ଆରମ୍ଭ କରିବା ସହ ଶତ ପ୍ରତିଶତ ଉପସ୍ଥାନ ଲାଗି ପଞ୍ଚାୟତଗୁଡିକୁ ପୁରସ୍କୃତ କରାଯିବ ବୋଲି ଘୋଷଣା କରିଛନ୍ତି । ପ୍ରାଥମିକ ବିଦ୍ୟାଳୟଗୁଡିକରେ ପିଲାମାନଙ୍କର ନିୟମିତ ଉପସ୍ଥାନକୁ ଉତ୍ସାହିତ କରିବା ଲକ୍ଷ୍ୟ ନେଇ ଏହି ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏଥିରେ ଅଭିଭାବକ, ଛାତ୍ରଛାତ୍ରୀ, ଶିକ୍ଷକ ଓ ପଞ୍ଚାୟତ ସ୍ତରର ନିର୍ବାଚିତ ପ୍ରତିନିଧି ସାମିଲ ହେବେ । ପ୍ରତିଦିନ ସ୍କୁଲ୍ ଯିବାର ଆବଶ୍ୟକତା ସମ୍ପର୍କରେ ସଚେତନତା ସୃଷ୍ଟି କରିବେ । ଏଥିଲାଗି ବିଭିନ୍ନ ଗଣମାଧ୍ୟମ ଓ ପ୍ରଚାର ପୁସ୍ତିକା ମାଧ୍ୟମରେ ସଚେତନତା ସୃଷ୍ଟି କରାଯିବ । ସଚିବାଳୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର, ଉନ୍ନୟନ କମିଶନର, ସ୍କୁଲ୍ ଓ ଗଣଶିକ୍ଷା ସଚିବ, ୟୁନିସେଫ୍ର ପ୍ରତିନିଧି ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ସେଆର କରନ୍ତୁ:



Powered by odothemes.com