arvind-agrawala

ମିଳିଲା ରନôଭଣ୍ଡାର ଚାବି

33

ବିବାଦର ଅନ୍ତ
ପୁରୀ/ଭୁବନେଶ୍ୱର, ୧୩ା୬ (ବୁ୍ୟରୋ): ଶ୍ରୀମନ୍ଦିରର ଭିତର ରନôଭଣ୍ଡାର ଚାବି ନମିଳିବା ନେଇ ଆରମ୍ଭ ହୋଇଥିବା ବିବାଦର ଅବସାନ ଘଟିଛି । ଆଜି ସନ୍ଧ୍ୟାରେ ଜିଲ୍ଲା ରେକର୍ଡ ରୁମ୍ ଲକରରେ ଥିବା ଏକ ଜଉମୁଦ ଲଫାପାରୁ ଡୁପ୍ଲିକେଟ୍ ଚାବି ମିଳିଛି ବୋଲି ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ସୂଚନା ଦେଇଛନ୍ତି । ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ ଦୁଇଟି ୪ ଜଣିଆ ଟିମ୍ ୫ ଦିନ ହେବ ଚାବି ଖୋଜୁଥିଲେ । ଜଉମୁଦ ଲଫାପା ଉପରେ ଭିତର ଭଣ୍ଡାର ଚାବି ବୋଲି ଲେଖାଯାଇଛି । ସୂଚନାଯୋଗ୍ୟ, ଗତ ଏପି୍ରଲ୍ ୪ରେ ଭିତର ଓ ବାହାର ରନôଭଣ୍ଡାରର ଯାଞ୍ଚ ପାଇଁ ଟିମ୍ ରନôଭଣ୍ଡାରରେ ପ୍ରବେଶ କରିଥିଲେ । ମାତ୍ର ବାହାର ଭଣ୍ଡାର ଚାବି ଖୋଲିଥିବାବେଳେ ଭିତର ରନôଭଣ୍ଡାର ଚାବି ମିଳିନଥିଲା । ଏ ସମ୍ପର୍କରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଜଣାପଡିଥିଲା । ବୈଠକରୁ ଏହି ସୂଚନା ମିଳିଲା ପରେ ରାଜ୍ୟରେ ହଟଚମଟ ସୃଷ୍ଟି ହୋଇଥିଲା । ରାଜ୍ୟ ସରକାର କେଉଁ ପରିସ୍ଥିତିରେ ଚାବି ହଜିଲା ତାହାର ତଦନ୍ତ କରିବା ଲାଗି ବିଚାରବିଭାଗୀୟ ତଦନ୍ତ ଘୋଷଣା କରିଥିଲେ । ଜଷ୍ଟିସ୍ ରଘୁବୀର ଦାସଙ୍କୁ କମିଶନର ଅଧ୍ୟକ୍ଷଭାବେ ନିଯୁକ୍ତି ଦେଇଥିଲେ । ତେବେ ଏହି ପ୍ରସଙ୍ଗରେ ବିଜେପି ସମେତ ବିଭିନ୍ନ ରାଜନୈତିକ ଦଳ ରାଜରାସ୍ତାକୁ ଓହ୍ଲାଇଥିଲେ । ବିଜେପି ପକ୍ଷରୁ ଆଜି ଥାନାରେ ମଧ୍ୟ ଚାବି ହଜିବା ନେଇ ଏତଲା ଦିଆଯାଇଥିଲା । ଜଗନ୍ନାଥପ୍ରେମୀ ଓ ବିଭିନ୍ନ ସଂଗଠନ ପକ୍ଷରୁ ମଧ୍ୟ ଏହାକୁ ପ୍ରସଙ୍ଗ କରାଯାଇ ବିକ୍ଷୋଭ କରାଯାଇଥିଲା । ପରିସ୍ଥିତିକୁ ମୁକାବିଲା କରିବା ଲାଗି ସରକାର ସମସ୍ତ ପଦକ୍ଷେପ ନେଇଥିଲେ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନାଙ୍କୁ ମଧ୍ୟ ଏହି ପଦବୀରୁ ହଟାଯାଇ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକର ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା । ଏହାପରେ ବି ବିବାଦ ଥମିନଥିଲା । ବିଜେପି ଏହାକୁ ମୁଖ୍ୟ ପ୍ରସଙ୍ଗ କରି ରାଜରାସ୍ତାକୁ ଓହ୍ଲାଇଥିଲା । ବିଜେପିର ଆନେ୍ଦାଳନ ଚାଲିଥିବା ସମୟରେ ଆଜି ଚାବି ମିଳିବା ଘଟଣା ଭକ୍ତଙ୍କ ମହଲରେ ଆଶ୍ୱସ୍ତି ଆଣିଛି । ତେବେ ଭିତର ରନôଭଣ୍ଡାର କେବେ ଖୋଲାଯିବ ଓ ତାହା ମଧ୍ୟରେ ଥିବା ଗହଣା ଯାଞ୍ଚ ହେବ କି ନାହିଁ, ତାହାକୁ ନେଇ ସନେ୍ଦହ ପ୍ରକାଶ ପାଇଛି ।




Powered by odothemes.com