rath-kam-1

ଚାଲିଛି ଗୟଳ ଓ ଛନ୍ଦା କାମ

24

ରଥ ଯାତ୍ରା ଆଉ ୩୨ଦିନ
ପୁରୀ(ବୁ୍ୟରୋ): ଆଉ ମାତ୍ର ୩୨ ଦିନ ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା । ସେଥିପାଇଁ ଚଳଚଞ୍ଚଳ ରଥଖଳା । ବିଶ୍ୱକର୍ମା କାରିଗରମାନଙ୍କ ହାତରେ ଅଳ୍ପ ସମୟ ଥିଲା ବେଳେ ସେମାନେ ତିନି ରଥ ନିର୍ମାଣ କାର୍ଯ୍ୟରେ ଲାଗିପଡିଛନ୍ତି । ଯେପରି ଧାର୍ଯ୍ୟ ତାରିଖ ପୂର୍ବରୁ ଶ୍ରୀଜୀଉଙ୍କ ରଥ ନିର୍ମାଣ କାର୍ଯ୍ୟ ଶେଷ ହେବ । ତିନି ରଥର ଚାରି ନାହାକା ଉଠିବା ପରେ ଏବେ ଗୟଳ ଓ ଛନ୍ଦା କାର୍ଯ୍ୟରେ ଲାଗିଛନ୍ତି ମହାରଣା ସେବାୟତ । ଏହା ପରେ ତିନି ରଥ ଉପରକୁ ପୋଟଳ ଓ ଭାରା ବନ୍ଧା ଯାଇ ପାରାଭାଡି କାମ କରାଯିବ ବୋଲି ମହାରଣା ସେବାୟତ ସୂଚନା ଦେଇଛନ୍ତି । ପର୍ଯ୍ୟାୟକ୍ରମେ ତିନି ରଥର ଗୟଳ ଦଣ୍ଡା ଓ ଚଉତା କାର୍ଯ୍ୟ ମଧ୍ୟ ଚାଲିଛି । ନନ୍ଦିଘୋଷ ଓ ତାଳଧ୍ୱଜ ରଥର ୬ଟି ଲେଖାଏଁ ଛନ୍ଦା ଗୟଳ ଉଠିଥିଲା ବେଳେ ଦର୍ପଦଳନ ରଥର ୪ଟି ଛନ୍ଦା ଗୟଳ ଉଠିଛି । ପୋଲ ଗୟଳ ପରେ ଉପରେ ଛନ୍ଦା କାମ କରାଯାଇଛି । ମହାରଣା ସେବାୟତ ଗୟଳ କଣ୍ଟା ନିର୍ମାଣ କରିବାରେ ଲାଗିିଛନ୍ତି ।




Powered by odothemes.com