2

ବିପଦପୂର୍ଣ୍ଣ ଭାବେ ଚାଲିଛି ଯାତ୍ରୀସେବା

38

ଅଶାନ୍ତ ସମୁଦ୍ର ଯୋଗୁ ଉତ୍ତାଳ ଢେଉ
ଭଦ୍ରକ, ୧୩ା୬(ସ୍ୱପ୍ର): ଛୋଟ ନଦୀ ପାର ହେବାକୁ ପୋଲ ତିଆରି ହୋଇ ପାରିନଥିବାରୁ ଯାତ୍ରୀମାନେ ଘାଟ ଡଙ୍ଗା ଉପରେ ନିର୍ଭର କରିଥାନ୍ତି । ମାତ୍ର ମୁହାଣ ମୁହଁରେ ସମୁଦ୍ରର ଉତ୍ତାଳ ଢେଉରେ କାଠ ଡଙ୍ଗା ଦ୍ୱାରା ଚାଲିଛି ଯାତ୍ରୀସେବା । ଏନେଇ ପ୍ରଶାସନ ଅବଗତ ଥିବା ବେଳେ ନୀରବ ଦ୍ରଷ୍ଟା ସାଜିଥିବା ଦେଖିବାକୁ ମିଳିଛି । ତେବେ କେତେବେଳେ ଯେ ଯାତ୍ରୀମାନଙ୍କ ଜୀବନ ନେବ, ତାହାକୁ ଟାଳି ହେବ ନାହିଁ ବୋଲି ଅଭିଯୋଗ ହୋଇଛି । ମୌସୁମୀ ବର୍ଷା ଓ ପବନ ଯୋଗୁ ସମୁଦ୍ର ମୁହାଣ ଅଶାନ୍ତ ହୋଇଯାଇଛି । ଏପରିକି ଉତ୍ତାଳ ଢେଉ ମନରେ ଭୟ ସଞ୍ଚାର କରି ଦେଉଛି । ତଥାପି ମଧ୍ୟ ଲୋଭରେ ପଡ଼ି ଚାଲିଛି ଧାମରା ଓ ଚନ୍ଦିନିିପାଳରୁ ଅପରପାଶ୍ୱର୍ କେନ୍ଦ୍ରାପଡା ଜିଲ୍ଲାର ତାଳଚୁଆକୁ ଘାଟ ଡଙ୍ଗାରେ ଯାତ୍ରୀ ସେବା । ଏହାଛଡ଼ା ମନ୍ତେଇ, ରେବ, ଗେଙ୍ଗୁଟି ଓ ସାଳନ୍ଦୀ ନଦୀରେ ମଧ୍ୟ ଅଧିକାଂଶ ସ୍ଥାନରେ ଏହ ଘାଟଡଙ୍ଗା ପ୍ରଚଳିତ ହେଉଛି । ମନ୍ତେଇ ନଦୀର ଚାରିବାଟିଆ ଘାଟ, ବାଂଶଡ଼ାଘାଟ, ବାଲିଆପାଳ ଘାଟ, ହବାଳି ଘାଟ, ପଞ୍ଚୁଟିକ୍ରୀ ଘାଟରେ ପଞ୍ଚାୟତ ତରଫରୁ ଟେଣ୍ଡର ଡାକି ଘାଟଡଙ୍ଗା ଚଳାଇବା ପାଇଁ ବ୍ୟବସ୍ଥା ହେଉଥିଲା । ମାତ୍ର ସାଳନ୍ଦୀ ଓ ଗେଙ୍ଗୁଟି ନଦୀର ତିନିତର, ରେବ ଆଦି ସ୍ଥାନରେ ଏହି ଘାଟଡଙ୍ଗା ପ୍ରଚଳିତ ହେଉଛି । କିନ୍ତୁ ବଙ୍ଗୋପସାଗର କୂଳରେ ଧାମରା ମୁହାଁଣରେ ଯେଉଁ ବିପଦପୂର୍ଣ୍ଣ ଘାଟଡଙ୍ଗା ପ୍ରଚଳିତ ହେଉଛି ତାହା ଦେଖିବାକୁ କେହି ନାହିଁ । ଧାମରା ଠାରୁ ୭ କିମି ଦୂରରେ ଥିବା ଚନ୍ଦିନୀପାଳ ନିକଟବର୍ତ୍ତୀ କାଣ୍ଡନାଳି ଘାଟରୁ କାଠ ଡଙ୍ଗାରେ ପାରି ହେଉଛନ୍ତି ଯାତ୍ରୀ ଭଦ୍ରକ ଜିଲ୍ଲାରୁ କେନ୍ଦ୍ରାପଡ଼ାକୁ ।
ଗୁରୁତ୍ୱପୁର୍ଣ୍ଣ କଥା କେନ୍ଦ୍ରାପଡ଼ା ଜିଲ୍ଲାର ତାଳଚୁଆ ଠାରେ ଏହି ଘାଟଡଙ୍ଗା ପ୍ରଚଳନ ପାଇଁ ଟେଣ୍ଡର ହେଉଛି ଓ ସେଥିରେ ସାମିଲ ହୋଇଛନ୍ତି ଭଦ୍ରକ ଜିଲ୍ଲା ବାସିନ୍ଦା । ବଡ଼ ବଡ଼ ଆହୁଲାମରା କାଠ ଡଙ୍ଗାରେ ଆବଶ୍ୟକତା ଠାରୁ ଅଧିକ ଯାତ୍ରୀଙ୍କୁ ବସାଯାଇ ଏହି ଡଙ୍ଗା ଚାଲିଛି । ଟ୍ରେକର ଓ ବସରେ ଅଧିକ ଯାତ୍ରୀ ନିୟମ ଠାରୁ ବସାଇ ନେବାବେଳେ ପରିବହନ ବିଭାଗ ଜରିମାନା ଆଦାୟ କରୁଛନ୍ତି । କିନ୍ତୁ ଚନ୍ଦିନିପାଳରୁ ତାଳଚୁଆକୁ ଚାଲୁଥିବା ଏହି ଘାଟଡଙ୍ଗା ଅତ୍ୟଧିକ ଯାତ୍ରୀନେଇ ଯାତ୍ରା କରୁଥିଲା ବେଳେ ତାହାକୁ କିଏ ଧରିବ? ସମସ୍ତେ ଯାତ୍ରୀ ଡଙ୍ଗାରେ ବସିଲା ବେଳେ ଅଭିଯୋଗ କରୁଛନ୍ତି ଆବଶ୍ୟକତା ଠାରୁ ଏତେ ସଂଖ୍ୟକ ଲୋକ ବସାଅ ନାହିଁ । ମାତ୍ର ଟେଣ୍ଡର ନେଇଥିବା ଘାଟଡଙ୍ଗା ମାଲିକ ବୁଝିବାକୁ ନାରାଜ୍ । ଖାଲି ଯାତ୍ରୀ ନୁହେଁ ଏକା ସାଙ୍ଗରେ ୩୦ରୁ ୩୫ ଅଧିକ ଗାଡ଼ି ଲଦା ହୋଇ ନଦୀ ପାର ହେଉଥିବା ଦେଖିବାକୁ ମିଳିଛି । ତେଣୁ ତୁରନ୍ତ ଭଦ୍ରକ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।




Powered by odothemes.com