ପରିବାର ଲୋକଙ୍କ ୨ଘଣ୍ଟା ରାସ୍ତାରୋକ | ସର୍ବସାଧାରଣ ଖବରକାଗଜ
IMG-20180613-WA0011

ପରିବାର ଲୋକଙ୍କ ୨ଘଣ୍ଟା ରାସ୍ତାରୋକ

24

ଶବ ବ୍ୟବଚ୍ଛେଦ ଅବ୍ୟବସ୍ଥା ନେଇ ଉଠିଲା ବିବାଦ
ଢେଙ୍କାନାଳ,୧୩ା୬(ଆପ୍ର): ଢେଙ୍କାନାଳ ଟାଉନ୍ ଥାନା ଅନ୍ତର୍ଗତ ବାଜିଚୌକ୍ଠାରେ ବୁଧବାର ସନ୍ଧ୍ୟାରେ ଶବ ବ୍ୟବଚ୍ଛେଦର ଅବ୍ୟବସ୍ଥାକୁ ନେଇ ପରିବାର ଲୋକେ ମୃତଦେହକୁ ରାସ୍ତାରେ ରଖି ୨ ଘଣ୍ଟା ଅବରୋଧ କରିଥିଲେ । ସହରର ରଗଡ଼ିସାହିର ଶ୍ରୀଧର ନାୟକଙ୍କ ପୁଅ ପ୍ରକାଶ ନାୟକ(୩୪) । ସୂଚନାଯୋଗ୍ୟ ଗତ କିଛି ଦିନ ହେବ ପ୍ରକାଶର ସ୍ୱାସ୍ଥ୍ୟବସ୍ଥା ଖରାପ ଥିବାରୁ ସେ ଚିକିତ୍ସାଧିନ ଥିଲେ । ବୁଧବାର ଅପରାହ୍ଣରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ପରିବାର ଲୋକେ ତାଙ୍କୁ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । କିନ୍ତୁ ଅପରାହ୍ଣ ୩ଟାରେ ତାଙ୍କର ମୃତୁ୍ୟ ହୋଇଥିଲା । ଡାକ୍ତର ଶବ ବ୍ୟବଚ୍ଛେଦ ପାଇଁ ନିଦେ୍ର୍ଦଶ ଦେବାପରେ ଆଜି ଶବ ବ୍ୟବଚ୍ଛେଦ ଡାକ୍ତରଙ୍କ ଅନୁପସ୍ଥିତ ହୋଇଥିବାରୁ ଗୁରୁବାର ଶବ ବ୍ୟବଚ୍ଛେଦ ପାଇଁ ସ୍ଥିର କରାଯାଇଥଲା । ଢେଙ୍କାନାଳ ନୂତନ ମୁଖ୍ୟ ଚିକିତ୍ସାଳୟଠାରେ ୪୩କୋଟିରୁ ଊଦ୍ଧ୍ୱର୍ ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ଅଦ୍ୟାବଧି ଶବଗୃହ ନାହିଁ । ପୁରୁଣା ମୁଖ୍ୟ ଚିକିତ୍ସାଳୟରେ ଏହି ଶବଗୃହ ଥିବାରୁ ସେଠାକୁ ଡାକ୍ତର ତାଙ୍କୁ ପଠାଇ ଦେଇଥିଲେ । ନୂତନ ମେଡିକାଲ୍କୁ ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତରିତ ହେବା ପରେ ସେଠାରେ ଥିବା ଶବଗୃହ ଅବସ୍ଥା ଅତି ଶୋଚନୀୟ ହୋଇପଡ଼ିଛି । ସେଠାରେ ମଧ୍ୟ କରେଣ୍ଟ ନଥିବା ଜଣାଯାଇଛି । ଭିତରେ ଥିବା ଶବ ଶୀତଳୀକରଣ ଯନ୍ତ୍ରର ବ୍ୟବହାର କରାଯାଉନାହିଁ । ଭିତର ସମ୍ପୂର୍ଣ୍ଣ ରୂପେ ଗନ୍ଧମୟ ଓ ପୋକ ଶାଲୁବାଲୁ ହୋଇ ରହିଛନ୍ତି । ମୃତ ପ୍ରକାଶ ନାୟକଙ୍କ ପରିବାର ତାଙ୍କ ଶବକୁ ସେଠାରେ ରଖିବା ନେଇ ବିବାଦ ଦେଖାଯାଇଥିଲା । ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ଶବ ସେଠାରେ ରଖିଲେ ରାତି ମଧ୍ୟରେ ପଚିସଢ଼ି ଗନେ୍ଧଇ ଯାଇଥିବ । ଏହାକୁ ନେଇ ପରିବାର ଲୋକେ ବାଜିଚୌକ୍ଠାରେ ୨ ଘଣ୍ଟା ରାସ୍ତା ଅବରୋଧ କରିଥିଲେ । ଘଟଣାସ୍ଥଳରେ ଟାଉନ୍ ଥାନା ପୁଲିସ୍ ପହଞ୍ଚô ପରିବାର ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତରୋକ ହଟିଥିଲା । ଦୀର୍ଘ ୧ମାସରୁ ଊଦ୍ଧ୍ୱର୍ ହେଲା ନୂତନ ମେଡିକାଲ୍ ଆରମ୍ଭ ହୋଇଥିଲେ ମଧ୍ୟ ଶବଗୃହକୁ କାହିଁକି କାର୍ଯ୍ୟକାରୀ କରାଯାଇ ନାହିଁ ଏହାର ଉତ୍ତର ମୁଖ୍ୟ ଚିକିତ୍ସାଧିକାରୀଙ୍କ ନିକଟରେ ନାହିଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।




Powered by odothemes.com