rath-re-chanda-gayal-karya-chalichi

ଶେଷ ପର୍ଯ୍ୟାୟରେ ରଥ ନିର୍ମାଣ

82

ପୁରୀ(ବୁ୍ୟରୋ): ଆଉ ମାତ୍ର ୩୩ ଦିନ ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା । ହାତରେ ଅଳ୍ପ ସମୟ ଥିବାରୁ ମହାରଣା ସେବକମାନେ ରଥ ନିର୍ମାଣ କାର୍ଯ୍ୟରେ ଲାଗିଛନ୍ତି । ଧାର୍ଯ୍ୟ ତାରିଖ ପୁର୍ବରୁ ଶ୍ରୀଜୀଉମାନଙ୍କ ରଥ ନିର୍ମାଣ ଶେଷ କରିବାକୁ ବ୍ୟସ୍ତ ଅଛନ୍ତି କାରିଗର । ମହାରଣା ସେବାୟତମାନେ ତିନି ରଥର ଚାରି ନାହାକା ଉଠିବା କାର୍ଯ୍ୟ ଶେଷ କରିଛନ୍ତିି । ମହାରଣା ସେବାୟତ ଓ ରୂପକାର ସେବାୟତମାନେ ରଥର ଚାରି ପଟେ ଛୋଟ ଛୋଟ ରଥ ନିର୍ମାଣ କରିବା ସହିତ ସଜ୍ଜିତ କରିଛନ୍ତି । ପୁରୀରେ ଦିନ ସାରା ଝିପି ଝିପି ବର୍ଷା ଲାଗି ରହିଥିବାରୁ ରଥ ନିର୍ମାଣରେ ସାମାନ୍ୟ ଅସୁବିଧା ହୋଇଥିଲା । ତଥାପି ସେବାୟତମାନେ କାମରେ ଲାଗିଥିଲେ । ଚାରିନାହାକା ଶେଷ ହୋଇଥିବାର ରଥ ନିର୍ମାଣ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚô ଥବବା ସୂଚନା ମିଳୁଛି । ଆସନ୍ତା ୨୮ ତାରିଖରେ ମହାପ୍ରଭୁଙ୍କ ସ୍ନାନଯାତ୍ରା । ମହାପ୍ରଭୁ ଅଣସର ଘରକୁ ଯିବା ସମୟରେ ତିନି ରଥ ନିର୍ମାଣ ଶେଷ ହୋଇଯିବ ବୋଲି ଆଶା ରଖିଛନ୍ତି ବିଶ୍ୱକର୍ମା କରିଗର ।




Powered by odothemes.com