BRUKHYA-ROPAN---2018-PHOTO-TIHIDI

୯ନଂ ରାଜ୍ୟ ରାଜପଥରେ ଲଗାଇଥିବା ଚାରା ଉଭାନ

71

ତିହିଡି,୧୨ା୬(ଆପ୍ର): ଭଦ୍ରକରୁ ପିରହାଟ ଯାଏ ୯ ନଂ ରାଜ୍ୟ ରାଜପଥକୁ ନବନିର୍ମାଣ କରିବା ପାଇଁ ବହୁ ଠିକାଦାରଙ୍କ ବଦଳି ପରେ ଫର୍ଚୁନ ଗ୍ରୁପ ୮୦ କୋଟି ଟଙ୍କାର କାମ ନେଇଛନ୍ତି । ଠିକାଦାରୀ ସଂସ୍ଥା ଦ୍ୱାରା ଅଧିକାଂଶ ରାସ୍ତା ନିର୍ମାଣ ସମାପ୍ତ ହୋଇଥିବାରୁ ଏହି ରାସ୍ତା ନିର୍ମାଣକୁ ତଦାରଖ କରୁଥିବା ଦିଲ୍ଲୀର କନସଲଟାଣ୍ଟ ବିଭାଗ ଲାସା ତାର ୨୫ ବର୍ଷ ପୂର୍ତ୍ତି ଅବସରରେ ତିହିଡି କଲେଜ ଛକ ରାସ୍ତା ପାଶ୍ୱର୍ରେ ବୃକ୍ଷରୋପଣ କରିଥିଲା ୨୦୧୭ ନଭେମ୍ବର ମାସରେ । ୭ ମାସ ପରେ ବି ଲଗାଇଥିବା ଚାରାରୁ ଗୋଟିଏ ବି ନ ବଞ୍ଚିବା ତାହା ଚର୍ଚ୍ଚାର ବିଷୟ ହୋଇଛି । ଜିଲ୍ଲା ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ଅମୀୟ ରଞ୍ଜନ ନାୟକଙ୍କୁ ଡାକି ଆଣି ତଦାରଖକାରୀ ଦଳ ଲାସାର ଅଧିକାରୀ ତିହିଡି କଲେଜ ଛକରେ ଚାରା ରୋପଣ କରିଥିଲେ । ଏହି ଚାରା ରୋପଣ ସମୟରେ ନିର୍ବାହୀ ଯନ୍ତ୍ରୀ ରାଜ କୁମାରଙ୍କ ସମେତ ବ୍ରିଜ ଇଞ୍ଜିନିୟର, କ୍ୱାଲିଟ ଇଞ୍ଜିନିୟର, ହାଇୱେ ଇଞ୍ଜିନିୟର, ପ୍ରୋଜେକ୍ଟ ମ୍ୟାନେଜର ଓ ବହୁ କର୍ମକର୍ତ୍ତା ୨୫ ବର୍ଷ ପୂର୍ତ୍ତିକୁ ପାଳନ କରିବା ପାଇଁ ଡବଲ ଲେନ ହୋଇଥିବା ତିହିଡି ବଜାରରୁ କଲେଜ ଛକ ଯାଏ ରାସ୍ତା ପାଶ୍ୱର୍କୁ ବାଛିଥିଲେ । ତିହିଡି କଲେଜ ଛକ ଆଗରେ ୨୫ ବର୍ଷ ପୂର୍ତ୍ତି ପାଇଁ ୨୫ଟି ଫଳନ୍ତି ଚାରା ପ୍ରଥମ ପର୍ଯ୍ୟାୟରେ ଲଗାଇ ଥିଲେ । କିନ୍ତୁ ବିଡମ୍ବନାର ବିଷୟ-ତଦାରଖକାରୀ ଦଳ ନିଜ ୨୫ବର୍ଷ ପୂର୍ତ୍ତି ପାଳନ ପାଇଁ ୨୫ଟି ଚାରା ଜିଲ୍ଲା ଅଧିକାରୀ ଙ୍କ ହାତରେ ଲଗାଇ ଫଟୋ ଉଠାଇ ବାହା ବାହା ନେଇ ପଳାଇ ଥିଲେ । ବିଡମ୍ବନାର କଥା – ଗୋଟିଏ ବି ଚାରା ଏହି ରାସ୍ତା କଡରେ ଉଧେଇବାର ନାଁ ଧରିଲାନି । ଏହି ଚାରା ଗୁଡିକ ଲଗାଇବା ପରେ ଏହାକୁ ବଞ୍ଚାଇବା ପାଇଁ ବିକଳ୍ପ ବ୍ୟବସ୍ଥା କିଛି ବି ନେଲେନି ଲାସା କମ୍ପାନୀ । ଯେଉଁଥି ପାଇଁ ଏହା ରାସ୍ତା ପାଶ୍ୱର୍ରୁ ଉଭାନ ହୋଇଗଲା ।

ସେଆର କରନ୍ତୁ:



Powered by odothemes.com