Photo---4

ଆମ ଗାଁ ଆମ ବିକାଶ: ୨୪୪ ପ୍ରକଳ୍ପ ପାଇଁ ୭.୬୨କୋଟି ଅନୁଦାନ

244

କୁଆଖିଆ/ରସୁଲପୁର(ଆପ୍ର): ରସୁଲପୁର ବ୍ଲକ୍ରେ ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ କୁଆଖିଆ ସ୍ଥିତ ଅଭିମନୁ୍ୟ ସାମନ୍ତସିଂହାର ଭବନ ପରିସରରେ ଅନୁଷ୍ଠିତ ହୋଇଛି । ବ୍ଲକ୍ର ମୋଟ ୨୮ଟି ପଞ୍ଚାୟତର ୨୪୪ ଟି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭କୋଟି ୬୨ଲକ୍ଷ ଟଙ୍କା ବ୍ୟୟ ମଞ୍ଜୁର କରିଛନ୍ତି । ବରୀ ନିର୍ବାଚନମଣ୍ଡଳୀ ଅଧୀନ ୧୦ ପଞ୍ଚାୟତର ୯୨ଟି ପ୍ରକଳ୍ପ ପାଇଁ ୨କୋଟି ୫୦ ଲକ୍ଷ, ଧର୍ମଶାଳା ନିର୍ବାଚନମଣ୍ଡଳୀ ଅଧୀନ ୯ଟି ପଞ୍ଚାୟତର ୭୫ଟି ପ୍ରକଳ୍ପ ପାଇଁ ୨କୋଟି ୮୭ ଲକ୍ଷ ଏବଂ କୋରେଇ ନିର୍ବାଚନମଣ୍ଡଳୀ ଅଧୀନ ୯ଟି ପଞ୍ଚାୟତର ୭୭ଟି ପ୍ରକଳ୍ପ ପାଇଁ ୨କୋଟି ୨୫ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି । ପ୍ରକଳ୍ପ ଗୁଡିକ ତୁରନ୍ତ କାର୍ଯ୍ୟକାରୀ କରି ନିର୍ଦ୍ଧରିତ ସମୟସୀମା ମଧ୍ୟରେ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ଭିଡିଓ କନ୍ଫରେନ୍ସିଂ ଜରିଆରେ ଉପସ୍ଥିତ ଅଧିକାରୀ ତଥା ଜନସାଧାରଣଙ୍କୁ ଅନୁରୋଧ କରିଥିଲେ ।
ବ୍ଲକର ବିଭିନ୍ନ ପଞ୍ଚାୟତକୁ ଦିଆଯାଇଥିବା ପ୍ରକଳ୍ପ ଗୁଡିକ ପାଇଁ ଉପସ୍ଥିତ ରାଜନେତା ଏବଂ ଜନସାଧାରଣଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ସାଂସଦ ରୀତା ତରାଇ, ବରୀ ବିଧାୟକ ଦେବାଶିଷ ନାୟକ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, କୋରେଇ ବିଧାୟକ ଆକାଶ ଦାସ ନାୟକ, ଜିଲ୍ଲାପାଳ ରଞ୍ଜନ ଦାସ, ଜିଲ୍ଲାପରିଷଦ ଅଧ୍ୟକ୍ଷ ନରେଶ ଚନ୍ଦ୍ର ମହାନ୍ତି, ଜିଲ୍ଲା ପ୍ରକଳ୍ପ ନିଦେ୍ର୍ଦଶକ ବ୍ରଜଗୋପାଳ ଆଚାର୍ଯ୍ୟ, ଧର୍ମଶାଳା ବ୍ଲକ୍ ଅଧ୍ୟକ୍ଷ ପ୍ରଭାତ ବଳବନ୍ତରାୟ, ରସୁଲପୁର ବ୍ଲକ୍ ଅଧ୍ୟକ୍ଷା ସାରତୀ ଜେନା, ରସୁଲପୁର ବିଡିଓ ଅଶୋକ ବେହୁରିଆ, ଧର୍ମଶାଳା ବିଡିଓ ଅମ୍ବିକା ପ୍ରସାଦ ଦାସ, କୋରେଇ ବିଡିଓ ହେମନ୍ତ ବିହାରୀ, ରସୁଲପୁର ତହସିଲଦାର ପ୍ରତାପ ଚନ୍ଦ୍ର ରାଉତ ପ୍ରମୁଖ ଉପସ୍ଥିତ ରହିଥିଲେ । ସେହିପରି ବରୀ ବ୍ଲକ ବିଜେଡି ସଭାପତି ସେକ୍ ସଫିକ୍ ଉଦ୍ଧିନ୍, ରସୁଲପୁର ବିଜେଡି ସଭାପତି ତି୍ରଲୋଚନ ଦାଶ, ଜିଲ୍ଲା ପରିଷଦ ସଭ୍ୟା ଝରଣା ରାଉତ ଓ ସଭ୍ୟ ଅଶୋକ ସାମଲ, ଯାଜପୁର ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ପ୍ରଦୀପ ଦାସ, ସାଂସଦଙ୍କ ପ୍ରତିନିଧି ପ୍ରକାଶ ସାମଲଙ୍କ ସମେତ ଅନ୍ୟ ବିଜେଡି କର୍ମୀ ଓ ସ୍ଥାନୀୟ ଜନପ୍ରତିନିଧିମାନେ ଯୋଗ ଦେଇଥିଲେ ।

ସେଆର କରନ୍ତୁ:



Powered by odothemes.com