nabard

ନାବାର୍ଡ ସିଜିଏମ୍ଙ୍କ ଅଫିସ୍ ଘେରିଲେ ଚାଷୀ

18

କାମାକ୍ଷାନଗର, ୧୨ା୬(ଆପ୍ର): କଙ୍କଡ଼ାହାଡ଼ ବ୍ଲକ୍ ଅନ୍ତର୍ଗତ ଆଦିବାସୀ ଅଧୁ୍ୟଷିତ ଓ ପତିତ ଜମିରେ ୱାଡି ପ୍ରକଳ୍ପ ଜରିଆରେ ଚାଷୀମାନେ କାଜୁ ଓ ଆମ୍ବଗଛ ସହିତ ପନିପରିବା ଚାଷ କରି ପରିବାର ଭରଣାପୋଷଣ କରିଥାନ୍ତି । ଏଥିପାଇଁ ୨୦୧୨ ମସିହାରୁ ଭାରତ ସରକାରଙ୍କ ଆର୍ଥିକ ସହାୟତାରେ ନାବାର୍ଡ ଜରିଆରେ ସମସ୍ତ ସହାୟତା ଯୋଗାଇ ଦେବାକୁ ‘ପ୍ରଭା’ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଥିଲା । ଏଥିପାଇଁ ୪କୋଟି ଟଙ୍କାର ସହାୟତା ଯୋଗାଇ ଦିଆଯାଇଥିଲା ।
୪କୋଟି ଟଙ୍କା ଏହି ପ୍ରୋଜେକ୍ଟରୁ ପ୍ରାୟ ଦେଢ଼ କୋଟି ଟଙ୍କା ବିନିମୟରେ ଜମିକୁ ଚାଷପୋଯୋଗୀ କରିବା, ଚାରିପଟେ ବାଡ଼, ଆମ୍ବ ଓ କାଜୁ ଗଛ ରୋପଣ କରିବା, ଖୋଲାକୂଅ, ବୋରୱେଲ୍, ପାଇପ୍ ସ୍ଫେୟର, ଜମି ତଦାରଖ କରିବା ପାଇଁ କର୍ମଚାରୀ ନିଯୁକ୍ତି ଆଦି ହୋଇଥିବା ବେଳେ ଏହା ଦ୍ୱାରା ସ୍ଥାନୀୟ ଚାଷୀମାନେ ବିଶେଷ ଭାବେ ଉପକୃତ ହୋଇପାରୁଥିଲେ । ମାତ୍ର ଲୋକଶକ୍ତି ଅଭିଯାନର ସଂପାଦକ ବୋଲାଉଥିବା ଆନନ୍ଦକଲ୍ୟାଣ ନାମକ ଜନୈକ ବ୍ୟକ୍ତିି ନାବାର୍ଡ ନାମରେ ଏକ ମିଥ୍ୟା ଲିଫ୍ଲେଟ୍ ଛାପି, ଚାଷୀମାନଙ୍କୁ ମିଥ୍ୟା ତଥ୍ୟ ପ୍ରଦାନ କରି ସେମାନଙ୍କ ଠାରୁ ଦସ୍ତଖତ ନେଇ ଭୁବନେଶ୍ୱରସ୍ଥିତ ନାବାର୍ଡ କାର୍ଯ୍ୟାଳୟକୁ ପଠାଇଥିଲେ । ଯେଉଁଥି ପାଇଁ ପ୍ରଭା ସଂସ୍ଥା ନିଜର ବକେୟା ପାଇପାରିନାହିଁ । ଫଳରେ ନିରୀହ ଗରିବ ଚାଷୀମାନେ ପ୍ରଭାବିତ ହୋଇଥିଲେ । ଏନେଇ ଖବର ପାଇବା ପରେ ଚାଷୀମାନେ ଭୁବନେଶ୍ୱସ୍ଥିତ ନାବାର୍ଡ କାର୍ଯ୍ୟାଳୟ ଘେରିଥିଲେ । ସିଜିଏମ୍ଙ୍କ ନିଦେ୍ଦର୍ଶ କ୍ରମେ ସ୍ଥାନୀୟ କର୍ମଚାରୀ କଙ୍କଡ଼ାହାଡ଼ ଅଞ୍ଚଳର ଚାଲିଥିବା ଏହି ୱାର୍ଡି ପ୍ରକଳ୍ପର ପରିଦର୍ଶନ କରି ଚାଷୀମାନଙ୍କ ଠାରୁ ସମସ୍ତ ତଥ୍ୟ ଓ ସେମାନଙ୍କ ଦ୍ୱାରା ହୋଇଥିବା କାର୍ଯ୍ୟ ତଦାରଖ କରି ରିପୋର୍ଟ ପ୍ରଦାନ କରିଥିଲେ । ଗତକାଲି ଶତାଧିକ ଚାଷୀ ୱାର୍ଡି ପ୍ରକଳ୍ପର ସଂପାଦିକା ପ୍ରଭାବତୀ ବାରିକ, ଉପଦେଷ୍ଟା ଅକ୍ଷୟ କୁମାର ନନ୍ଦ, ପ୍ରେସ୍କ୍ଲବ୍ର ସଭ୍ୟ ବିଦ୍ୟାଧର ବରାଳ, ଚିତ୍ତରଞ୍ଜନ ଦ୍ୱିବେଦୀ ପ୍ରମୁଖ ନାବାର୍ଡ ପ୍ରବନ୍ଧକଙ୍କୁ ଭେଟି ଚାଷୀମାନଙ୍କ ସ୍ପଷ୍ଟିକରଣ ନେବାପରେ ସମସ୍ୟା ସମାଧାନ ହୋଇଥିବା ଜଣାପଡ଼ିଛି । ପ୍ରଭା ଏଜେନ୍ସିକୁ ତା’ର ବକେୟା ପ୍ରାପ୍ୟ ପ୍ରଦାନ ପାଇଁ ପ୍ରତିଶ୍ରୁତି ମିଳିଛି ।




Powered by odothemes.com