ବଦଳିଛି ରାଜ୍ୟର ସାମାଜିକ-ଆର୍ଥôକ ଚିତ୍ର | ସର୍ବସାଧାରଣ ଖବରକାଗଜ
JAYADEV-BHAWAN==80-years-of-odisha-budget-book-release-ceremony-(14)

ବଦଳିଛି ରାଜ୍ୟର ସାମାଜିକ-ଆର୍ଥôକ ଚିତ୍ର

31

୮ଠ ବର୍ଷର ରାଜ୍ୟ ବଜେଟ୍ ପୁସ୍ତକ ଉନ୍ମୋଚନ
ଭୁବନେଶ୍ୱର, ୧୧ା୬(ବୁ୍ୟରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୮୦ବର୍ଷର ରାଜ୍ୟ ବଜେଟ୍ ପୁସ୍ତକ ଉନ୍ମୋଚନ କରିଛନ୍ତି । ଉନ୍ମୋଚନ ଅବସରରେ ଶ୍ରୀ ପଟ୍ଟନାୟକ ନିଜର ବକ୍ତବ୍ୟ ରଖି କହିଛନ୍ତି ଓଡ଼ିଶା ମାନଚିତ୍ରରେ ସାମାଜିକ, ଆର୍ଥିକ, ରାଜନୈତିକ ଓ ସାଂସ୍କୃତିକ ପରିଦୃଶ୍ୟ ବେଶ୍ ବଦଳିବାରେ ଲାଗିଛି । ଓଡ଼ିଶାର ଆଉ ପୂର୍ବଭଳି ସ୍ଥିତି ନାହିଁ । ତେବେ ବଜେଟ୍ ସରକାରୀ ନୀତି ନିୟମର ଦର୍ପଣ ସଦୃଶ । ୧୯୩୬ରୁ ରାଜ୍ୟର ବିକାଶ ପାଇଁ ୮୦ଟି ବଜେଟ୍ ପ୍ରସ୍ତୁତ କରାଯାଇଛି । ଓଡ଼ିଶା ରାଜ୍ୟ ଗଠନ ପରେ ପ୍ରଥମ ବଜେଟର ଆକାର ଥିଲା ୧କୋଟି ୭୭ଲକ୍ଷ । ୨୦୦୦ରେ ଆମ ସରକାରର ପ୍ରଥମ ବର୍ଷ ବଜେଟ୍ ୧୪ ହଜାର କୋଟିରେ ପହଞ୍ଚିଥିଲା । ସେହିଭଳି ଚଳିତ ବର୍ଷର ବଜେଟ୍ ଆକାର ରହିଛି ୧ଲକ୍ଷ ୨୦ହଜାର କୋଟି ଟଙ୍କା । ଭାରତର ଅନ୍ୟ କୌଣସି ରାଜ୍ୟ ଅଦ୍ୟାବଧି ବଜେଟ କ୍ଷେତ୍ରରେ ଏଭଳି ସଂକଳନ ଆଣିନାହିଁ । ୧୯୩୬ ମସିହା ଅପ୍ରେଲ ୧ରେ ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟ ଭାବେ ପରିଗଣିତ ହୋଇଥିଲା । ଓଡ଼ିଶାକୁ ଏକ ଅଗ୍ରଣୀ ରାଜ୍ୟରେ ପରିଗଣିତ କରିବା ପାଇଁ ଉକ୍ରଳ ଗୌରବ ମଧୁସୂଦନ ଦାସ, ମହାରାଜ କୃଷ୍ଣଚନ୍ଦ୍ର ଗଜପତି, ପଣ୍ଡିତ ନୀଳକଣ୍ଠ ଦାସ, ଭୁବନାନନ୍ଦ ଦାସ ଏବଂ ଅନ୍ୟ ନେତାଙ୍କର ବଳିଷ୍ଠ ଅବଦାନ ଅତୁଳନୀୟ ।
୮୦ ବର୍ଷର ଓଡ଼ିଶା ବଜେଟ୍ ଏକ ସ୍ମରଣୀୟ ପ୍ରଦର୍ଶନ । ୮୦ ବର୍ଷରେ ଓଡ଼ିଶା ଅନେକ ପ୍ରଗତି ପଥରେ ଆଗେଇଛି । ତେବେ ଏହି ପୁସ୍ତକଟି ବୁଦ୍ଧିଜୀବୀ, ଆଇନ ପ୍ରଣେତାଙ୍କ ପାଇଁ ଉପାଦେୟ ହେବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ରାଜ୍ୟବାସୀଙ୍କ ଉନ୍ନତି ପାଇଁ ରାଜ୍ୟ ବଜେଟ୍ ନିହିତ । ରାଜ୍ୟସରକାର ସର୍ବଦା ଦାରିଦ୍ର୍ୟ ନିରାକରଣ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି । ଫଳରେ ରାଜ୍ୟର ଦାରିଦ୍ର୍ୟତା ଯଥେଷ୍ଟ ପରିମାଣରେ ହ୍ରାସ ପାଇଛି ।
ସେହିଭଳି ୨୦୧୩-୧୪ରେ ରାଜ୍ୟ ସରକାର କୃଷି କ୍ଷେତ୍ରକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର କୃଷି ବଜେଟ୍ ପ୍ରସ୍ତୁତ କରିଥିଲେ । ୨୦୧୬ କୃଷି କ୍ୟାବିନେଟ୍ରେ ଏନେଇ ଦୃଷ୍ଟି ଆକର୍ଷିତ କରାଯାଇଥିଲା । କୃଷି କ୍ଷେତ୍ରରେ ଉନ୍ନତମାନର ଚାଷ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିଲା । ଏତେ ବର୍ଷ ମଧ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଭିତ୍ତିଭୂମି କ୍ଷେତ୍ରରେ ରାଜ୍ୟ ବେଶ୍ ପାରଦର୍ଶିତା ହାସଲ କରିଛି । ରାଜ୍ୟର ବିକାଶ କ୍ଷେତ୍ରରେ ଲଗାତାର ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ପାହାଚ ଚଢ଼ିଚାଲିଛନ୍ତି । ଦୀର୍ଘ ୮୦ବର୍ଷର ଯାତ୍ରା ରାଜ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ । ଏହି ସମୟ ମଧ୍ୟରେ ଆମେ ଅନେକ ମାଇଲ ଖୁଣ୍ଟ ଅତିକ୍ରମ କରିଛୁ । ଏହି କାର୍ଯ୍ୟକ୍ରମରେ ବାଚସ୍ପତି ପ୍ରଦୀପ କୁମାର ଅମାତ୍, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା, ଉନ୍ନୟନ କମିଶନର ଆର ବାଲାକ୍ରିଷ୍ଣନ, ଅର୍ଥ ସଚିବ ଟିକେ ପାଣ୍ଡେ ପ୍ରମୁଖ ଉପସ୍ଥିତ ଥିଲେ ।




Powered by odothemes.com