କାଡ଼ା ନାଳ ତଦାରଖ କଲେ ୩ ଜଣିଆ ଟିମ୍

25

ବଡ଼ଚଣା(ଆପ୍ର): ବଡ଼ଚଣା ବ୍ଲକ୍ ଅଧୀନ ପାଣି ପଞ୍ଚାୟତ ଗୁଡିକରେ ଏଡିବି ସହାୟତାରେ କାଡ଼ା ଉପଖଣ୍ଡ ବଡ଼ଚଣା ଅଧୀନରେ କାଡ଼ା କାର୍ଯ୍ୟ ଚାଲିଛି । କାଡାନାଳ ଗୁଡିକ ବହୁବର୍ଷ ଧରି ପୋତି ହୋଇଯିବା ଫଳରେ ·ଷଜମିକୁ ସୁଚାରରୂପେ ଜଳସେଚନ ହୋଇପାରୁନଥିଲା । ଫଳରେ ·ଷୀ ଫସଲ ପାଇଁ ଆବଶ୍ୟକ ପାଣି ଯୋଗାଣ ହୋଇପାରୁନଥିବାରୁ ·ଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଥିଲା । ୨୦୧୭-୧୮ଆର୍ଥିକ ବର୍ଷରେ ବିଭାଗ ତରଫରୁ ବିଭିନ୍ନ ଚକନାଳର ପୁନରୁଦ୍ଧାର କରାଯିବା ସହିତ ନାଳର ଉଭୟପାଶ୍ୱର୍ରେ କଂକ୍ରିଟକରଣ କରାଯାଉଛି । ଫଳରେ ବ୍ଲକ୍ର ଏକର ଏକର ·ଷଜମି ଜଳସେଚନ ହୋଇପାରିବ ବୋଲି ପାଣିପଞ୍ଚାୟତର କର୍ମକର୍ତ୍ତା ଆଶା ରଖିଛନ୍ତି ।
କିଛି ମୁଷ୍ଟିମେୟ ବ୍ୟକ୍ତି ବିକାଶମୂଳକ କାର୍ଯ୍ୟକୁ ବାଧାପ୍ରାପ୍ତ କରିବା ପାଇଁ ଚକ୍ରାନ୍ତ କରି କାର୍ଯ୍ୟରେ ବାଧକ ସାଜୁଛନ୍ତି । ଅଭିଯୋଗକୁ ଭିତ୍ତିକରି କାଡ଼ାର ଅତିରିକ୍ତ ନିଦେ୍ର୍ଦଶକଙ୍କ ସହ ଏକ ତିନିଜଣିଆ ଟିମ୍ କାଡ଼ା କାର୍ଯ୍ୟର ତଦାରଖ କରିବା ସହିତ ·ଷୀ ଓ ପାଣି ପଞ୍ଚାୟତ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ । ଏହି କାର୍ଯ୍ୟର ସମୀକ୍ଷା ଓ ମାପ କରି ମାନ ସଠିକ ଥିବା ଜାଣିବାକୁ ପାଇଥିଲେ । ଏହି ଆଲୋଚନାରେ ମା’ ବ୍ରାହ୍ମଣୀ ଦେବୀର ସଂପାଦକ ସୁବାଷଚନ୍ଦ୍ର ପୃଷ୍ଟି, ମା’ ନାରାୟଣୀର ପ୍ରଭାକର ସାହୁ, ମଙ୍ଗଳାର ସଂପାଦକ ରମେଶଚନ୍ଦ୍ର ମହାପାତ୍ର, ମା’ନାଳୁଆ ଶୁଣି ସଂପାଦକ ବିଜୟାନନ୍ଦ ବିଶ୍ୱାଳ, ମା’ନାହାକାଣୀ ସଂପାଦକ ଅର୍ଣ୍ଣପୁର୍ଣ୍ଣା ପୃଷ୍ଟି, ମା’ଭଗବତୀର ସଂପାଦକ ଆଦିତ୍ୟ ତରେଇ,ଯୋଗାଣ ସଂସ୍ଥାର ସଂପାଦକ ନଳିନୀ ପୃଷ୍ଟିଙ୍କ ସହ ଅନ୍ୟ ପାଣି ପଞ୍ଚାୟତର କର୍ମକର୍ତ୍ତା ଉପସ୍ଥିତଥିଲେ ।




Powered by odothemes.com