ବଜ୍ରାଘାତରେ ୧ଠ ମୃତ

79

ଭୁବନେଶ୍ୱର, ୮ା୬(ବୁ୍ୟରୋ): ମୌସୁମୀର ପହିଲି ସ୍ପର୍ଶ ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୧୦ ଜଣଙ୍କ ପ୍ରାଣହାନୀ ଘଟିଥିବାବେଳେ ୮ ଜଣ ଆହତ ହୋଇଛନ୍ତି । କେନ୍ଦ୍ରାପଡା ଜିଲ୍ଲାରେ ୨ ଜଣଙ୍କ ମୃତୁ୍ୟ ଘଟିଛି ଓ ୨ ଜଣ ଆହତ ହୋଇଛନ୍ତି । ବଜ୍ରପାତରେ ଏହି ଜିଲ୍ଲାରେ ୩ ବଖରା ଘର ଜଳିଯାଇଛି । ଯାଜପୁର ଜିଲ୍ଲାରେ ୨ ଜଣଙ୍କ ଜୀବନ ଯାଇଥିବାବେଳେ ନବରଙ୍ଗପୁର ଜିଲ୍ଲାରେ ୫ ଜଣ ଆହତ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲା ବେଗୁନିଆରେ ଜଣେ, ବାଲେଶ୍ୱର ଜିଲ୍ଲା ଗୋବରଘାଟରେ ଜଣେ, ପୁରୀ ଜିଲ୍ଲା କୋଣାର୍କ ଓ ନିମାପଡା ଅଞ୍ଚଳରେ ୨ ଜଣ ବଜ୍ରପାତର ଶିକାର ହୋଇଛନ୍ତି । ସେହିପରି କେନ୍ଦୁଝର ଜିଲ୍ଲା ପାଟଣା ଅଞ୍ଚଳରେ ଆଉ ଜଣେ ପ୍ରାଣ ହରାଇଥିବା ସୂଚନା ମିଳିଛି । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଅଞ୍ଚଳରେ ମଧ୍ୟ ଜଣେ ବ୍ୟକ୍ତି ବଜ୍ରପାତର ଶିକାର ହୋଇଛନ୍ତି ।




Powered by odothemes.com