ପାଣି ପାଇଁ ଡହଳବିକଳ ଗ୍ରାମବାସୀ | ସର୍ବସାଧାରଣ ଖବରକାଗଜ
DIGAPAHANDI-MAREI-BADI-GAAN-RE-PANIYA-JALA-SANKATA

ପାଣି ପାଇଁ ଡହଳବିକଳ ଗ୍ରାମବାସୀ

31

ଦିଗପହଣ୍ଡି (ଆପ୍ର) : ଦିଗପହଣ୍ଡି ବ୍ଲକ କଇଠଡ଼ା ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ଗ୍ରାମ ମରେଇବାଡ଼ିରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି । ପାହାଡ଼ ପାଦଦେଶରେ ଅବସ୍ଥିତ ଏହି ଗାଁରେ ୮ଟି ପରିବାର ବସବାସ କରୁଥିବା ବେଳେ ଦୀର୍ଘଦିନ ହେଲା ବିଦୁ୍ୟତ୍ ସେବାରୁ ମଧ୍ୟ ବଞ୍ଚôତ ଅଛନ୍ତି । ଗାଁରେ ଗୋଟିଏ ମାତ୍ର ନଳକୂପ ଓ ଖୋଲା ବାମ୍ଫି ରହିଛି । ଗାଁ ଆରମ୍ଭରେ ରହିଥିବାରୁ ନଳକୂପରୁ କଳଙ୍କିଯୁକ୍ତ କ୍ଷାର ପାଣି ବାହାରୁଛି । ବେଳେ ବେଳେ ଆଦୌ ପାଣି ମଧ୍ୟ ବାହାରୁନାହିଁ । ସମ୍ପ୍ରତି ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ପାନୀୟ ଜଳ ପାଇଁ ଲୋକେ ଡହଳବିକଳ ହେଉଛନ୍ତି । ଗାଁରେ ବିଲ ନିକଟରେ ରହିଥିବା ଖୋଲା ବାମ୍ଫିରୁ ଲୋକେ ପାଣି ସଂଗ୍ରହ କରି ଦୈନନ୍ଦିନ କାର୍ଯ୍ୟରେ ବ୍ୟବହାର କରିଥାନ୍ତି । ବାମ୍ପିଟି ଭୂତଳ ସହ ସମତଳ ହୋଇଥିବାରୁ ବର୍ଷା ହେଲେ ପାଣି ଗୋଳିଆ ହୋଇଯାଏ । ବିପଜ୍ଜନକ ସ୍ଥିତିରେ ଲୋକେ ସେଠାରୁ ପାଣି ସଂଗ୍ରହ କରୁଥିବା ବେଳେ ସାମାନ୍ୟ ଅସାବଧାନ ହେଲେ କେତେବେଳେ ପ୍ରାଣ ଚାଲିଯିବ ତାହା କହିହେବନାହିଁ । ବାମ୍ଫି ପାଣି ପିଇ ଲୋକେ ରୋଗାଗ୍ରସ୍ତ ମଧ୍ୟ ହେଉଥିବା ଦେଖିବାକୁ ମିଳୁଛି । ତେବେ ବର୍ଷତମାମ୍ ଲାଗି ରହିଥିବା ପାନୀୟ ଜଳ ସମସ୍ୟା ଖରାଦିନେ ଦ୍ୱିଗୁଣିତ ହୋଇଯାଏ । ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଉଚ୍ଚପଦସ୍ଥ ଅଫିସରଙ୍କୁ ବାରମ୍ବାର ଗୁହାରି କରିଥିଲେ ମଧ୍ୟ କେହି ଶୁଣୁନଥିବା ଗାଁର ଜାଗିଲି ନାୟକ, ମିଥୁନ ନାୟକ, ଜମ୍ବୁ ନାୟକ, ବାସବ ନାୟକ, ଖଲି ନାୟକ ପ୍ରମୁଖ କହିଛନ୍ତି । ତେବେ ସମସ୍ୟାର ସମାଧନ ନହେଲେ ଲୋକେ ଆନେ୍ଦାଳାନାତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି ଭାଜପା ନେତୃତ୍ୱକାରୀ ଶ୍ରୀକାନ୍ତ ପାଢ଼ୀ ଚେତାବନୀ ଦୋଇଛନ୍ତି । ଘଟଣା ସମ୍ପର୍କରେ ଅଭିଯୋଗ ଆସିଛି ଓ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ଶ୍ରୀନିବାସ ରାଓ କହିଛନ୍ତି ।




Powered by odothemes.com