NAVEEN-NIWAS-mayurbhanj-zilla-ra-satadhika-bjp-o-congress-karmi-nkn-bjd-re-jogadana-(5)

ବିଜେଡିରେ ମିଶିଲେ କଂଗ୍ରେସ, ଜେଏମ୍‌ଏମ୍‌ ଓ ବିଜେପି କର୍ମୀ

39

ଭୁବନେଶ୍ୱର(ବୁ୍ୟରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ସୋମବାର ପୂର୍ବତନ ବିଧାୟକ କାହ୍ନୁ ସୋରେନ୍‌ଙ୍କ ସହ ମୟୂରଭଞ୍ଜ ଜିଲ୍ଲାର କଂଗ୍ରେସ, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଓ ବିଜେପିର ହଜାରେରୁ ଊଦ୍ଧ୍ୱର୍ କର୍ମୀ ନବୀନ ନିବାସ ଠାରେ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ଦଳର ସୁପ୍ରିମୋ ଶ୍ରୀ ପଟ୍ଟନାୟକ ଦଳରେ ଯୋଗଦେଇଥିବା ସମସ୍ତ କର୍ମୀଙ୍କୁ ସ୍ୱାଗତ କରି କହିଥିଲେ ଯେ କଂଗ୍ରେସ, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଓ ବିଜେପିର କର୍ମୀ ବିଜେଡିରେ ଯୋଗ ଦେଇଥିବାରୁ ମୁଁ ବହୁତ ଖୁସି । ଏହାଫଳରେ ମୟୂରଭଞ୍ଜ ଜିଲ୍ଲାରେ ଦଳ ଆହୁରି ମଜଭୁତ ହୋଇପାରିବ । ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସର ବିଧାୟକ ପ୍ରାର୍ଥୀ ବୈଦ୍ୟନାଥ ସିଂହ, ଜେଏମ୍‌ଏମ୍‌ର ଜିଲ୍ଲା ସାଧାରଣ ସଂପାଦକ ଦୁର୍ଗା ହାଁସଦା, ଜାମଡା ବ୍ଲକ ପୂର୍ବତନ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ମାର୍ଣ୍ଡି, ଜେଏମ୍‌ଏମ୍‌ ବ୍ଲକ ସଭାପତି ନିବାଇ ସରକାର ସୋରେନ୍‌, ଉପସଭାପତି ରାମ ହାଁସଦା, ଯୁବମୋର୍ଚ୍ଚା ସଭାପତି ଦିଲ୍ଲୀପ ମୁର୍ମୁ, କାଉନ୍‌ସିଲର ବିଦୁରାଜ ସୋରେନ୍‌, ଅନୁରାଧା ସୋରେନ୍‌, ଠାକୁରମୁଣ୍ଡା ବିଜେପି ବ୍ଲକ ପୂର୍ବତନ ସଭାପତି କମଳ ଲୋଚନ ମହାନ୍ତ, ବିଜେପିର ସମିତି ସଭ୍ୟ ମିରେନ୍‌ ସାୟାନ୍‌, ଶିବପ୍ରସାଦ ନାୟକ, ଠାକୁରମୁଣ୍ଡା ବ୍ଲକ ପୂର୍ବତନ ସଭାପତି ସୁଶାନ ମହାନ୍ତ, କଂଗ୍ରେସର ପୂର୍ବତନ ସମିତି ସଭ୍ୟ ବିଶ୍ୱନାଥ ସିଂହ ବଦରା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ରାଜେଶ ବଦରା, ମୋରଡ଼ା ବ୍ଲକ ବଡ଼ଭାଲିଆ ପୂର୍ବତନ ସମିତି ସଭ୍ୟ ଧାନୀ ହାଁସଦା, ପୂର୍ବତନ ସରପଞ୍ଚ ଖଗେଶ୍ୱର ସିଂହ ପ୍ରମୁଖ ଏହି ମିଶ୍ରଣ ସମୟରେ ପାରମ୍ପରିକ ବାଦ୍ୟ ଓ ନୃତ୍ୟ ସହ ଏକ ଶୋଭାଯାତ୍ରାରେ ଆସି ବିଜେଡିରେ ସାମିଲ ହୋଇଥିଲେ ।
ଏହି ମିଶ୍ରଣ ପର୍ବରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସୁଦାମ ମାର୍ଣ୍ଡି, ଗଣେଶ୍ୱର ପାତ୍ର, ମଙ୍ଗଲ ସିଂ ମୁଦି, ଭାଦବ ହାଁସଦା, ସାଇବା ସୁଶୀଲ ହାଁସଦା, ମୟୂରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ଦଳର ସାଧାରଣ ସଂପାଦକ ଡ. ଅରୁଣ କୁମାର ସାହୁ, ନିର୍ବାଚନ ମଣ୍ଡଳୀସ୍ତରୀୟ ପର୍ଯ୍ୟବେକ୍ଷକ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ, ରାଜ୍ୟ ସଂପାଦକ ସୁଶାନ୍ତ କୁମାର ଚୌଧୁରୀ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ଦେବାଶିଷ ମାର୍ଣ୍ଡି, ଦେବାଶିଷ ମହାନ୍ତି, ଜୋନ୍‌ ସଭାପତି ସୁବ୍ରମଣ୍ୟମ୍‌ ମହାନ୍ତି, ଜିଲ୍ଲା ଯୁବ ବିଜେଡି ସଭାପତି ଜିତେନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

ସେଆର କରନ୍ତୁ:



Powered by odothemes.com