balangir-twins1

ଷ୍ଟେସନ ଶୌଚାଳୟରୁ ଯମଜ ଶିଶୁକନ୍ୟା ଉଦ୍ଧାର

134

ବଲାଙ୍ଗୀର, ୨୭ା୫(ବୁ୍ୟରୋ): କନ୍ୟା ସନ୍ତାନ ସୁରକ୍ଷା ଲାଗି ବ୍ୟାପକ ସଚେତନତା ସୃଷ୍ଟି ସତ୍ତ୍ୱେ ଲୋକଙ୍କ ମାନସିକତାରେ ପରିବର୍ତ୍ତନ ଘଟୁନି । କନ୍ୟା ସନ୍ତାନ ବିକ୍ରି, କନ୍ୟା ଭ୍ରୁଣ ହତ୍ୟା କିମ୍ବା ନବଜାତ କନ୍ୟା ଫିଙ୍ଗିଦିଆଯିବା ଭଳି ଘଟଣା ଦୃଷ୍ଟିକୁ ଆସୁଥିବା ବେଳେ ବଲାଙ୍ଗିରରେ ଏଭଳି ଏକ ଘଟଣା ଘଟିଛି ଯାହାକି ସଭ୍ୟସମାଜ ପାଇଁ ଉଦ୍ବେଗଜନକ । ବଲାଙ୍ଗୀର ଷ୍ଟେସନ୍ ପରିସରରେ ଥିବା ଶୌଚାଳୟରୁ ଆଜି ପରିତ୍ୟକ୍ତ ଅବସ୍ଥାରେ ଦୁଇ ଶିଶୁକନ୍ୟାଙ୍କୁ ଉଦ୍ଧାର କରାଯାଇଛି । ସୂଚନା ମୁତାବକ ସକାଳ ୬ଟା ସମୟରେ କର୍ମଚାରୀମାନେ ଶୌଚାଳୟ ସଫା କରିବାକୁ ଆସିଥିବା ବେଳେ ଏକ କୋଣରେ ରଖାଯାଇଥିବା ପଲିଥିନ୍ ବ୍ୟାଗ୍ରୁ କାନ୍ଦଣା ଶୁଣିଥିଲେ । କର୍ମଚାରୀଙ୍କ ଠାରୁ ସୂଚନା ପାଇ ନିକଟରେ ଥିବା କେତେଜଣ ମହିଳା ପଲିଥିନ୍ ବ୍ୟାଗ୍ ଖୋଲି ଦୁଇ ନବଜାତ କନ୍ୟାଙ୍କୁ ବାହାରକୁ ଆଣିଥିଲେ । ଉଭୟଙ୍କୁ ତୁୂରନ୍ତ ବଲାଙ୍ଗୀର ମେଡିକାଲ କଲେଜ୍ ଆଣ୍ଡ ହସ୍ପିଟାଲର (ଏମ୍ସିଏଚ୍) କୁ ନିଆଯାଇଥିଲା । ଏସ୍ଏନ୍ସିୟୁରେ ଉଭୟଙ୍କୁ ରଖାଯାଇ ଚିକିତ୍ସା କରାଯାଉଛି ।
ଖବର ପାଇ ପୁଲିସ ଏବଂ ଚାଇଲ୍ଡ ଲାଇନ୍ କର୍ମକର୍ତ୍ତାମାନେ ଡାକ୍ତରଖାନାରେ ପହଞ୍ଚôଥିଲେ । ଏହି ଯାଆଁଳା ଶିଶୁଙ୍କ ସ୍ୱାସ୍ଥ୍ୟବସ୍ଥା ସୁଧୁରିବାରେ ଲାଗିଥିବା ଡାକ୍ତରଙ୍କଠାରୁ ପ୍ରକାଶ । କେହି ଦୁର୍ବୃତ୍ତ ଯାଆଁଳା ଶିଶୁଙ୍କୁ ପଲିଥିନ ଭିତରେ ରଖି ଚାଲିଯାଇଥିବା ପୁଲିସ ସନେ୍ଦହ କରୁଛି । ତେବେ ଉଦ୍ଧାରକାରୀ ମହିଳାମାନେ ଦୁହିଙ୍କୁ ନେବାଲାଗି ଜିଦ୍ ଧରିବାରୁ ହସ୍ପିଟାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା ।




Powered by odothemes.com