photo-for-news-1

ଘରୋଇ ହସ୍ପିଟାଲରେ ଚିକିତ୍ସା ବନ୍ଦ

35

ଅଲ୍ ଓଡ଼ିଶା ପ୍ରାଇଭେଟ୍ ମେଡିକାଲ୍ ଏଷ୍ଟାବ୍ଲିସମେଣ୍ଟ୍ ଫୋରମ୍ ଡାକରାରେ
ବାଲେଶ୍ୱର,୨୫/୫(ଆପ୍ର): ଘରୋଇ ହସ୍ପିଟାଲ, ଡାଇଗ୍ନୋଷ୍ଟିକ ସେଣ୍ଟର ଏବଂ ପାତଲ୍ୟାବ ଗୁଡ଼ିକ ପ୍ରତି ରାଜ୍ୟ ସରକାରଙ୍କ କଠୋର ଏବଂ ବୈମାତୃକ ମନୋଭାବ ବିରୁଦ୍ଧରେ ଓଡ଼ିଶା ପ୍ରାଇଭେଟ ମେଡ଼ିକାଲ ଏଷ୍ଟାବ୍ଲିଶମେଣ୍ଟ ଫୋରମର ବନ୍ଦ ଡାକରାରେ ଶୁକ୍ରବାର ଦିନ ରାଜ୍ୟର ସମସ୍ତ ଘରୋଇ କ୍ଲିନିକ୍ ଏବଂ ଅନ୍ୟାନ୍ୟ ଚିକିତ୍ସା କେନ୍ଦ୍ର ସାମିଲ ହୋଇଥିବା ବେଳେ ବାଲେଶ୍ୱର ମୁଖ୍ୟ ଅନୁରୂପ ଭାବେ ସମସ୍ତ ହସପିଟାଲ, ଡାଇଗ୍ନୋଷ୍ଟିକ ସେଣ୍ଟର ଏବଂ ପାଥଲ୍ୟାବ ଏହି ଆନେ୍ଦାଳନରେ ସାମିଲ ହୋଇଥିଲା । ଏହି ପରିପ୍ରେକ୍ଷୀରେ ଅଲ ଓଡ଼ିଶା ପ୍ରାଇଭେଟ୍ ମେଡ଼ିକାଲ ଏଷ୍ଟାବ୍ଲିଶମେଣ୍ଟ ଫୋରମ ବାଲେଶ୍ୱର ଶାଖା ନେତୃତ୍ୱରେ ବାଲେଶ୍ୱର ସହରର ସମସ୍ତ ଘରୋଇ ହସପିଟାଲ ଏବଂ କ୍ଲିନିକର କର୍ତ୍ତୃପକ୍ଷ, ଡାକ୍ତର ଏବଂ କର୍ମଚାରୀମାନେ ଏକ ଶୋଭାଯାତ୍ରା ଜରିଆରେ ସହର ପରିକ୍ରମା ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଂଚି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଉଦେ୍ଦଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ଏହି ଅବସରରେ ଫୋରମର ସଦସ୍ୟମାନେ ଘରୋଇ ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କୁ ପ୍ରତି ସରକାରଙ୍କ ଅବିଚାରକୁ ତୀବ୍ର ସମାଲୋଚନା କରିଥିଲେ । ରାଜ୍ୟ ସରକାର ୨୦୧୬ ମସିହାରେ ଆଣିଥିବା କ୍ଲିନିକାଲ ଏଷ୍ଟାବ୍ଲିଶମେଣ୍ଟ ରୁଲ ଏଯାବତ୍ କାର୍ଯ୍ୟକାରୀ ହୋଇପାରି ନଥିବା ବେଳେ ଦେଶରେ ସବୁ ରାଜ୍ୟରେ ସମସ୍ତ ଡାକ୍ତରଖାନା ଗୁଡ଼ିକର ସୁରକ୍ଷା ପାଇଁ ଆଇନ ଥିଲେ ହେଁ ଓଡ଼ିଶାରେ କେବଳ ସରକାରୀ ଡାକ୍ତରଖାନା ପାଇଁ ଏହା ସୀମିତ ରହିଛି ବୋଲି ଡା. ଅଗ୍ରୱାଲ କହିଥିଲେ । ରାଜ୍ୟରେ ଅଗ୍ନିଶମ ସୁରକ୍ଷା ନିୟମକୁ ସ୍ଥାନ, ଡାକ୍ତରଖାନାର ଆକାର, ଶଯ୍ୟା ସଂଖ୍ୟା ଏବଂ ପ୍ରଦାନ କରାଯାଉଥିବା ସେବା ଅନୁସାରେ ଗ୍ରାମାଞ୍ଚଳର ଏବଂ ଛୋଟ ସହର ଭିତ୍ତିକରି ପରିବର୍ତ୍ତନ କରାଯିବା ପାଇଁ ଫୋରମ ଦାବି କରିଛି । ଉକ୍ତ ବିଷୟରେ ସରକାରଙ୍କୁ ଅବଗତ କରାଯିବା ସତ୍ୱେ ସମସ୍ୟା ସମାଧାନ ଦିଗରେ କୋ÷ଣସି ପଦକ୍ଷେପ ନିଆ ନଯିବାରୁ ସରକାରଙ୍କ କଠୋର ଏବଂ ପ୍ରତିକୂଳ ନିୟମ ବିରୋଧରେ ରାଜ୍ୟ ସଂଗଠନ ଆହ୍ୱାନରେ ସମସ୍ତ ଘରୋଇ ହସପିଟାଲ, ଡାଇଗ୍ନୋଷ୍ଟିମ ସେଣ୍ଟର ଏବଂ ପାଥୋଲ୍ୟାବ ଗୁଡ଼ିକ ଏହି ବନ୍ଦରେ ସାମିଲ ହୋଇଛନ୍ତି ବୋଲି ଡା. ଅଗ୍ରୱାଲ ପ୍ରକାଶ କରିଥିଲେ । ଜିଲ୍ଲାର ସମସ୍ତ ହସପିଟାଲ, କ୍ଲିନିକ, ଡାଇଗ୍ନୋଷ୍ଟିକ ସେଣ୍ଟର ଗୁଡ଼ିକର କର୍ତ୍ତୃପକ୍ଷ, ଡାକ୍ତର, କର୍ମଚାରୀ ଆନେ୍ଦାଳନକୁ ଓହ୍ଲାଇଥିବା ବେଳେ ୨୪ଘଣ୍ଟା ପାଇଁ ସମ୍ପୃକ୍ତ କେନ୍ଦ୍ର ଗୁଡ଼ିକରେ ସ୍ୱାସ୍ଥ୍ୟ ସେବା ପ୍ରଦାନ କରାଯାଇ ନଥିବା ଫୋରମ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ପୂର୍ବରୁ ଶଯ୍ୟାଶାୟୀ ଥିବା ରୋଗୀଙ୍କୁ ପୂର୍ବତନ ଚିକିତ୍ସା ପ୍ରଦାନ କରାଯାଇଥିବା ଜଣାପଡ଼ିଛି । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଘରୋଇ ହସପିଟାଲ ଗୁଡ଼ିକର ବିଶେଷ ଭୂମିକା ରହିଥିବା ବେଳେ ଏହି ବନ୍ଦ ଡାକରା ଯୋଗୁଁ ସାଧାରଣ ସ୍ୱାସ୍ଥ୍ୟସେବା ପ୍ରଭାବି ତହେବାର ଆଶଙ୍କାକୁ ଦୃଷ୍ଟିରେ ରଖି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ଅନ୍ୟାନ୍ୟ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କରେ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଥିଲା । ଜିଲ୍ଲାରେ ଅବସ୍ଥାପିତ ସବୁ ବିଭାଗର ଡାକ୍ତରମାନାଙ୍କ ସହିତ ସମସ୍ତ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ସଜାଗ ରହିବାକୁ ନିଦେ୍ର୍ଦଶ ଦିଆଯାଇଥିବାର ଏଡିଏମଓ ଡା. ପରେଶ ଚନ୍ଦ୍ର ନନ୍ଦୀ ସୂଚନା ଦେଇଥିଲେ ।

ସେଆର କରନ୍ତୁ:



Powered by odothemes.com