News-5

ବାଂଶପାଳ ବ୍ଲକ୍ରେ ବହୁ ବାଳିକା ସ୍କୁଲ୍ ମାଡ଼ନ୍ତିନି

31

ମହାଦେଇଯୋଡ଼ା,୨୫ା ୫(ଆପ୍ର): ସରକାରୀ ଶିକ୍ଷାର ପ୍ରସାର ପାଇଁ ଅନେକ ଯୋଜନା ୫ରୁ ୧୪ବର୍ଷ ପର୍ଯ୍ୟନ୍ତ ସମସ୍ତ ବାଳକ ବାଳିକା ବିଦ୍ୟାଳୟକୁ ଯିବା ପାଇଁ ବାଧ୍ୟ ଏଥିପାଇଁ ଅନେକ ଆଇନ କାନୁନ୍ ଠାରୁ ପ୍ରୋତ୍ସାହନ ମଧ୍ୟ ଦିଆଯାଇଛି । ବିଶେଷ ଭାବେ ଆଦିବାସୀ ବହୁଳ ଅଞ୍ଚଳ ପାଇଁ ଗାଁ ଗାଁରେ ଆଶ୍ରମ ବିଦ୍ୟାଳୟ ସ୍ଥାପନା କରାଯାଇ ପିଲାମାନଙ୍କ ଶିକ୍ଷା ସ୍ୱାସ୍ଥ୍ୟକୁ ସଠିକ ଭାବେ ଗଢିବା ପାଇଁ ଅନେକ ପ୍ରୟାସ ଜାରି ରହିଛି । ହେଲେ କେନ୍ଦୁଝର ଜିଲ୍ଲାର ବାଂଶପାଳ ବ୍ଲକ୍ର ପ୍ରାୟ ସମସ୍ତ ଗାଁ ଗୁଡିକରେ ଛାତ୍ରଙ୍କ ଅପେକ୍ଷା ଛାତ୍ରୀ ବହୁ କମ୍ ସଂଖ୍ୟାରେ ବିଦ୍ୟାଳୟକୁ ଯାଉଛନ୍ତି । ଅନେକାଂଶରେ କିଛି ୨/୩ ଶ୍ରେଣୀ ପରେ ପାଠ ଛାଡୁଥିବା ବେଳେ ଶତକଡା ୫୦ ଭାଗ ଝିଅ ମୂଳରୁ ସ୍କୁଲ ଯାଉନଥିବା ଦେଖାଯାଇଛି । ଜଙ୍ଗଲ ପାହାଡ ପରିବେଷ୍ଟିତ ଗ୍ରାମ ଗୁଡିକରେ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି । ଅଭିଭାବକଙ୍କର ନୀରବତା ହେଉ ଅବା ମୁର୍ଖତା ବା ସଚେତନତା ଅଭାବରୁ ପିଲାଙ୍କୁ ବିଦ୍ୟାଳୟରେ ପାଠ ପଢିବାକୁ ନପଠାଇ ଆମ୍ବ, ପଣସ, କେନ୍ଦୁ, କାଠ ପ୍ରଭୃତି ଯୋଗାଡ କରିବାରେ ଦିନ ଅତିବାହିତ କରୁଛନ୍ତି । ଖୁବ୍ କମ୍ ବୟସରୁ ଝିଅଙ୍କୁ ବାହା କରି ସେମାନଙ୍କ ନିଷ୍ପାପ ଜୀବନକୁ ମୃତୁ୍ୟ ମୁହଁକୁ ଠେଲି ଦେଉଛନ୍ତି । ତେଣୁ ଏହି ସବୁ ଗ୍ରାମାଞ୍ଚଳ ଗୁଡିକରେ ଅତିକମ୍ରେ ଆଉ କିଛି ହଷ୍ଟେଲ ନିର୍ମାଣ କରାଯାଇ ସରକାରଙ୍କ ତରଫରୁ ଯୁଦ୍ଧକାଳୀନ ଭିତ୍ତିରେ କିଛି ସଚେତନତା ଭଳି କାର୍ଯ୍ୟକ୍ରମ କରାଯାଇ । ପିଲାଙ୍କ ଭବିଷ୍ୟତକୁ ଆଖି ଆଗରେ ରଖି ପରିବାରଙ୍କୁ କିଛି ସହଯୋଗର ହାତ ବଢାଗଲେ ସେମାନେ ସମାଜର ମୁଖ୍ୟ ସ୍ରୋତକୁ ଫେରି ପାରନ୍ତେ ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି ।




Powered by odothemes.com