lingaraj-rly-station-o-sarakantra-majhire-train-upare-electic-tara-padiba-pare-kartupakshya-nkn-dyara-maramati-chalichi-(7)

ବର୍ଷାରେ ବେହାଲ ଅଧା ଓଡ଼ିଶା

92

ଭୁବନେଶ୍ୱର, ୨୩ା୫(ବୁ୍ୟରୋ): କାଳବୈଶାଖୀ ଯୋଗୁଁ ଅଦିନିଆ ବର୍ଷା ହୋଇ ଆଜି କଟକ ଭୁବନେଶ୍ୱର ସମେତ ରାଜ୍ୟର ୧୫ ଜିଲ୍ଲାର ଜନଜୀବନ ପ୍ରଭାବିତ ହୋଇଛି । ଢେଙ୍ଗାନାଳ, ଅନୁଗୁଳ, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, ପୁରୀ, ନୟାଗଡ, ବୌଦ୍ଧ, ସୋନପୁର, ସୁନ୍ଦରଗଡ ଓ ଝାରସୁଗୁଡା ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହୋଇଛି । ଏହି ଜିଲ୍ଲାଗୁଡିକରେ ୫୦ରୁ ୬୦ କି.ମି. ବେଗରେ ପବନ ବହିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଭୁବନେଶ୍ୱରରେ ପବନ ସହ ପ୍ରବଳ ବର୍ଷା ହେବା ଯୋଗୁଁ ଗୋଟିଏ ବିମାନ ଅବତାରଣ କରିପାରିନଥିବାବେଳେ ବହୁ ଟ୍ରେନ୍ ଚଳାଚଳ ବ୍ୟାହତ ହୋଇଛି । ଆଜି ସକାଳୁ ହଠାତ୍ ପାଗ ମେଘୁଆ ହେବା ସହ ପ୍ରବଳ ବର୍ଷା ଓ ଘଡଘଡି ମାରିବା ଆରମ୍ଭ କରିଥିଲା । ଫଳରେ ସାଧାରଣ ଜୀବନଯାତ୍ରା ବେଶ୍ ପ୍ରଭାବିତ ହୋଇଥିଲା । ଛାତ୍ର ଓ କର୍ମଚାରୀମାନେ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚôପାରିନଥିଲେ । ଓଡିଶା ଓ ପଶ୍ଚିମବଙ୍ଗ ସୀମାରେ ଏକ ଘନ ବାଦଲ ସୃଷ୍ଟି ହୋଇଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଧୀରେ ଧୀରେ ଏହି ବାଦଲ ପୁରୀ ଆଡକୁ ମଧ୍ୟ ଅଗ୍ରସର ହେଉଥିବା ପାଣିପାଗ ବିଭାଗ ନିଦେ୍ର୍ଦଶକ ଶରତ ଚନ୍ଦ୍ର ସାହୁ କହିଛନ୍ତି । ପ୍ରବଳ ବର୍ଷା ଯୋଗୁଁ ପୁରୀ, ବ୍ରହ୍ମପୁର, ଭଦ୍ରକରେ ବିଶେଷ କ୍ଷତିଗ୍ରସ୍ତ ହୋଇଛି । ବର୍ଷା ଓ ପବନ ଯୋଗୁଁ ବିଦୁ୍ୟତ୍ ସେବା ବାଧାପ୍ରାପ୍ତ ହୋଇଛି । ତାର ଛିଡିଯିବା ଯୋଗୁଁ କଟକ-ପୁରୀ ସଟଲ୍ ଟ୍ରେନ୍କୁ ଲିଙ୍ଗରାଜ ଷ୍ଟେସନ୍ ନିକଟରେ ଅଟକାଇ ଦିଆଯାଇଥିଲା । ସେହିଭଳି ଟାଟା କଚିଗୁଡା ଓ ତେଳଚେର-ପୁରୀ ଟ୍ରେନ୍ ମଞ୍ଚେଶ୍ୱର ଷ୍ଟେସନ୍ ନିକଟରେ ଅଟକିଥିଲା । ଭଦ୍ରକ-ଭୁବନେଶ୍ୱର ପାସେଞ୍ଜର ଟ୍ରେନ୍କୁ ବାରଙ୍ଗରେ, ପୁରୀ-କଟକ ଟ୍ରେନ୍କୁ ରେତଙ୍ଗରେ, ପାଲାସ-କଟକ ପାସେଞ୍ଜରକୁ ଖୋର୍ଦ୍ଧାରେ, ସିକନ୍ଦରାବାଦ୍-ହାୱଡା ଫାଲକନାମା ଏକ୍ସପ୍ରେସ୍କୁ ତାପଙ୍ଗ, ବେଙ୍ଗାଲୁରୁ-ଭୁବନେଶ୍ୱର ଏକ୍ସପ୍ରେସ୍କୁ ନିରାକରପୁର, ପୁରୀ ସାନ୍ତ୍ରାଗାଛି ଏକ୍ସପ୍ରେସ୍କୁ ଡେଲାଙ୍ଗରେ ଅଟକାଯାଇଥିଲା । ପୁରୀ-ନୂଆଦିଲ୍ଲୀ ନନ୍ଦନକାନନ ଏକ୍ସ ପୁରୀ ଛାଡିବାରେ ବିଳମ୍ବ ହୋଇଥିଲା । ସେହିଭଳି ନୂଆଦିଲ୍ଲୀରୁ ଭୁବନେଶ୍ୱର ଆସୁଥିବା ବିସ୍ତ୍ରା-୭୮୫ ବିମାନକୁ ଖରାପ ପାଗ ଯୋଗୁଁ ଭୁବନେଶ୍ୱରରେ ଅବତାରଣ କରାନଯାଇ କୋଲକାତା ପଠାଇଦିଆଯାଇଥିଲା ।

ସେଆର କରନ୍ତୁ:



Powered by odothemes.com