21-5-2018=5

ପ୍ରତି ମୁହୂର୍ତ୍ତରେ ପ୍ରତିବଦ୍ଧତାର ସହ କଠିନ ପରିଶ୍ରମ କର

20

ଚତୁର୍ଥ ପାଳିର ୪ ବର୍ଷ ପୂର୍ତ୍ତି ଅବସରେ ନବୀନଙ୍କ ଥ୍ରୀ-ଡି ମନ୍ତ୍ର
ଭୁବନେଶ୍ୱର, ୨୧ ।୫ (ବୁ୍ୟରୋ): “ମୋ ରାଜ୍ୟର ସବୁ ପରିବାର ମୁଣ୍ଡ ଉପରେ ଛାତଟିଏ ଥାଉ । ସବୁ ପରିବାର ପାଇଁ ଭଲ ପିଇବା ପାଣି, ଖରା, ବର୍ଷା ଦାଉରୁ ସୁରକ୍ଷା ମିଳୁ । ଏ କଥା ମୁଁ ଚାହେଁ” ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଓଡ଼ିଶାବାସୀଙ୍କ ଆଶୀର୍ବାଦରୁ ଚତୁର୍ଥ ପାଳିର ସରକାର ୪ ବର୍ଷ ପୂରଣ କରିଛି । ଏଥିପାଇଁ ସେ ରାଜ୍ୟବାସୀଙ୍କ ନିକଟରେ ଋଣୀ ବୋଲି ଶ୍ରୀ ପଟ୍ଟନାୟକ କହିବା ସହ ତାଙ୍କ ସରକାର ସ୍ୱଚ୍ଛତା, ସଙ୍ଘବଦ୍ଧ ଓ ବୈଷୟିକ ଜ୍ଞାନକୌଶଳ (ଥ୍ରୀ-ଟି)କୁ ଗୁରୁତ୍ୱ ଦେଇ କାର୍ଯ୍ୟ କରୁଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଲୋକମାନଙ୍କ ବିଶ୍ୱାସକୁ ସମ୍ମାନ ଜଣାଇ ପ୍ରତିଟି ମୁହୂର୍ତ୍ତରେ ଉତ୍ସର୍ଗୀକୃତ, ନିଷ୍ଠା ଓ ଦୃଢ଼ ସଂକଳ୍ପ ମନୋବୃତ୍ତି ନେଇ ତାଙ୍କ ସରକାର କାର୍ଯ୍ୟ କରିବ । ନବୀନ ପଟ୍ଟନାୟକଙ୍କ ନେତୃତ୍ତ୍ୱାଧୀନ ଚତୁର୍ଥ ପାଳିର ସରକାରକୁ ଆଜି ୪ ବର୍ଷ ପୂରିଛି । ୪ ବର୍ଷ ତଳେ ଅର୍ଥାତ୍ ୨୦୧୪ ମେ’ ୨୧ ତାରିଖରେ ବିଜେଡି ସରକାର ଶପଥ ନେଇଥିଲା । ଶପଥ ନେବାପରେ ସନ୍ଧ୍ୟାବେଳକୁ ମନ୍ତ୍ରୀପରିଷଦ ବୈଠକ ବସି ନିର୍ବାଚନରେ ବିଜେଡି ଦେଇଥିବା ପ୍ରତିଶ୍ରୁତିକୁ ନୀତିଗତ ଭାବେ ପାଳନ କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ଇସ୍ତାହାରରେ ଥିବା ପ୍ରତିଶ୍ରୁତିକୁ ନୀତିଭାବେ ଗ୍ରହଣ କରାଯାଇଥିଲା । ଆଜି ମନ୍ତ୍ରୀପରିଷଦ ବୈଠକ ବସି କେତେଦୂର ଏହା କାର୍ଯ୍ୟକାରୀ ହୋଇଛି ତାହାର ସମୀକ୍ଷା କରାଯାଇଥିଲା । ବୈଠକ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଲୋକମାନଙ୍କୁ ପକ୍କାଘର ଯୋଗାଇ ଦେବା ଆମର ପ୍ରଥମ ପ୍ରତିଶ୍ରୁତି ଥିଲା । ୪ ବର୍ଷରେ ଆମେ ୧୭ ଲକ୍ଷ ପକ୍କା ଘର ନିର୍ମାଣ କରିଛୁ । ଆଉ ୭ ଲକ୍ଷ ପକ୍କାଘର ଆସନ୍ତା ମାର୍ଚ୍ଚ ସୁଦ୍ଧା ନିର୍ମାଣ ଶେଷ ହେବ । ଲୋକମାନଙ୍କୁ ଜମି ଅଧିକାର ଦେବାପାଇଁ ଆମେ ଏକ ଐତିହାସିକ ବିଲ୍ ଆଣିଛୁ । ପ୍ରାୟ ୧୦ ଲକ୍ଷ ଲୋକଙ୍କୁ ଏହାଦ୍ୱାରା ଥଇଥାନ କରାଯାଇ ପାରିବ । କୃଷିକୁ ଆମେ ସର୍ବଦା ଗୁରୁତ୍ୱ ଦେଇ ଆସିଛୁ । ଗତ ୧୦ ବର୍ଷରେ କୃଷକଙ୍କ ଆୟ ୨ ଗୁଣ ବୃଦ୍ଧି ପାଇଥିବା ବେଳେ ଅତିରିକ୍ତ ୧୦ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯାଇଛି । ୨୦୧୯ ଏପି୍ରଲ ପହିଲା ସୁଦ୍ଧା ଆଉ ୭ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯିବ । ଖାଦ୍ୟ ଶସ୍ୟ ଉତ୍ପାଦନ ୧୧୭ ଲକ୍ଷ ଟନ୍ରେ ପହଞ୍ଚôଛି । ଖାଦ୍ୟ ସୁରକ୍ଷା ଆଇନକୁ କାର୍ଯ୍ୟକାରୀ କରେଇବାରେ ଓଡ଼ିଶାର ସର୍ବାଧିକ ଅବଦାନ ରହିଛି । ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ଉପରେ ସରକାର ଫୋକସ୍ କରିଛନ୍ତି । ମିଲେଟ୍ ମିଶନ ଜରିଆରେ ସ୍ୱଳ୍ପ ବୃଷ୍ଟି ଅଞ୍ଚଳର ଚାଷୀମାନେ ଉତ୍ପାଦନ କରୁଥିବା ଶସ୍ୟ ପାଇଁ ମୂଲ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଭାଗ ଚାଷୀମାନଙ୍କୁ ଋଣ ଯୋଗାଇ ଦେବାପାଇଁ ନିଷ୍ପତ୍ତି ନିଆଯାଇଛି । ସେହିଭଳି ଗ୍ରାମ୍ୟ ରାସ୍ତା ନିର୍ମାଣ କ୍ଷେତ୍ରରେ ସରକାର ଉଲ୍ଲେଖନୀୟ ଅଗ୍ରଗତି କରିଛନ୍ତି । ୨୨,୫୦୦ କିଲୋମିଟର ଗ୍ରାମୀଣ ରାସ୍ତା ନିର୍ମାଣ ହୋଇଥିବା ବେଳେ ବିଜୁ ସେତୁ ଯୋଜନାରେ ୬୦୦ ପୋଲ ନିର୍ମାଣ ହୋଇଛି । ଦକ୍ଷିଣ ଓ ଉତ୍ତର ଓଡ଼ିଶାକୁ ସଂଯୋଗ କରିବା ସହ କେବିକେ ଅଞ୍ଚଳରେ ଗମନାଗମନ ବ୍ୟବସ୍ଥା ସୁଦୃଢ଼ କରିବା ଲାଗି ବିଜୁ ଏକ୍ସପ୍ରେସ୍ ୱେ ନିର୍ମାଣ ହୋଇଛି । ମାଲକାନଗିରିର ଗୁରୁପି୍ରୟା ସେତୁ ଖୁବ୍ଶୀଘ୍ର କାର୍ଯ୍ୟକ୍ଷମ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କୋରାପୁଟ, ବାରିପଦା, ବାଲେଶ୍ୱର ଓ ବଲାଙ୍ଗିରରେ ୪ଟି ନୂଆ ମେଡ଼ିକାଲ କଲେଜ ଖୋଲାଯାଇଛି । ଆଉ ୫ଟି ଖୁବ୍ଶୀଘ୍ର ଖୋଲାଯିବ । ଶିଶୁ-ମାତୃ ମୃତୁ୍ୟହାର କମାଇବାରେ ଓଡ଼ିଶାର ହାର ଜାତୀୟ ହାରଠୁ ବେଶ୍ ଭଲ ରହିଛି । ୩୦ ଲକ୍ଷ ମହିଳାଙ୍କୁ ମମତା ଯୋଜନାରେ ସାମିଲ କରାଯାଇଥିବା ବେଳେ ମିଶନଶକ୍ତି ଜରିଆରେ ୭୦ ଲକ୍ଷ ମହିଳାଙ୍କୁ ଶସକ୍ତ କରାଯାଇଛି । ପଞ୍ଚାୟତିରାଜ ସଂସ୍ଥାଗୁଡ଼ିକରେ ମହିଳାମାନଙ୍କ ଲାଗି ୫୦ ପ୍ରତିଶତ ସଂରକ୍ଷଣ କରାଯାଇ ନିଷ୍ପତ୍ତି ନେବା ପ୍ରକି୍ରୟାରେ ତାଙ୍କୁ ଭାଗିଦାର କରାଯାଇଛି । ଦକ୍ଷତା ବିକାଶ ପାଇଁ ସରକାର ଗୁରୁତ୍ୱ ଦେଇଛନ୍ତି । ୧୯୦ ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକ୍ଷମ ହେଉଥିବା ବେଳେ ୧ ପ୍ରତିଶତ ସୁଧହାରରେ ଉଚ୍ଚଶିକ୍ଷା ପାଇଁ ଶିକ୍ଷା ଋଣ ଦିଆଯାଉଛି । ଏଥିସହ ୨୦ ଲକ୍ଷ ଛାତ୍ରଙ୍କୁ ବୃତ୍ତି ଦିଆଯାଉଛି । ମୋ ସ୍କୁଲ ଯୋଜନା ବିଭିନ୍ନ ଗୋଷ୍ଠୀଦ୍ୱାରା ପ୍ରଶଂସିତ ହୋଇଛି । ଓଡ଼ିଶା ସ୍କିଲ ମିଶନ ଜରିଆରେ ୧୧ ଲକ୍ଷ ଯୁବକଙ୍କୁ ପ୍ରଶିକ୍ଷଣ ଦେବାର କାର୍ଯ୍ୟକ୍ରମ ରହିଛି । ବର୍ତ୍ତମାନସୁଦ୍ଧା ୯ ଲକ୍ଷ ଯୁବକଙ୍କୁ ପ୍ରଶିକ୍ଷିତ କରାଯାଇ ସାରିଲାଣି । ଶିଳ୍ପାୟନ ଦ୍ୱାରା ଅଧିକା ନିଯୁକ୍ତି ସୃଷ୍ଟି କରିବା ଲାଗି ସରକାର ପଦକ୍ଷେପ ନେଉଛନ୍ତି । ବର୍ତ୍ତମାନସୁଦ୍ଧା ୧.୮ ଲକ୍ଷ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପରେ ୧.୨୫ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦିଆଯାଇଛି । ଗତ ୪ ବର୍ଷରେ ଅଭିବୃଦ୍ଧିହାର ଅଢ଼େଇ ଗୁଣ ବୃଦ୍ଧି ପାଇଛି । ଯାହା ଦେଶରେ ସର୍ବାଧିକ । ୭୦ ଲକ୍ଷ ଗାଁକୁ ଗତ ୪ ବର୍ଷରେ ବିଦୁ୍ୟତ୍କରଣ କରାଯାଇଥିବା ବେଳେ ପ୍ରତି ପଞ୍ଚାୟତର ୨ଟି ଗାଁକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଇ ଦେବାପାଇଁ ଚଳିତ ବର୍ଷ ଶେଷ ସୁଦ୍ଧା ସରକାର ଲକ୍ଷ୍ୟ ରଖିଛନ୍ତି । ସେହିଭଳି ୬ଟି ଆଦିବାସୀ ଅଧ୍ୟୁଷିତ ସ୍ୱତନ୍ତ୍ର ବିକାଶ ପରିଷଦ ଗଠନ କରାଯାଇଛି । ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ମିଳିବା ସହ ଏକ ସ୍ୱତନ୍ତ୍ର କ୍ୟାବିନେଟ୍ ପୁରୀଠାରେ ବସି ଓଡ଼ିଆ ଭାଷାର ଉନ୍ନତି ପାଇଁ ଅନେକ ପଦକ୍ଷେପ ନିଆଯାଇଛି । କ୍ରୀଡ଼ା କ୍ଷେତ୍ରରେ ଆମକୁ ଉଲ୍ଲେଖନୀୟ ସଫଳତା ମିଳିଛି । ୯୦ ଦିନ ମଧ୍ୟରେ ଏସିଆନ୍ ଆଥେଲେଟିକ୍ ଚାମ୍ପିଅନ୍ ସିପ୍ ଆୟୋଜନ କରିଛୁ । କ୍ରୀଡ଼ାର ଭିତ୍ତିଭୂମି ବିକାଶ କରିବା ସହ ହକିକୁ ପ୍ରୋତ୍ସାହନ ଦେବାପାଇଁ ଜାତୀୟସ୍ତରରେ ଆମେ ପ୍ରାୟୋଜକ ବନିଛୁ । ଜାତୀୟ ହକି ଦଳ ଓଡ଼ିଶାର ଜଶି ପିନ୍ଧିବା ଆମ ପାଇଁ ଗୌରବର ବିଷୟ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।




Powered by odothemes.com