21-5-2018=56666

ପ୍ରଶାସନ ଅଧିକ ଉତ୍ତରଦାୟୀ, ଲୋକାଭିମୁଖୀ ହେଉ

13

ଭୁବନେଶ୍ୱର (ବୁ୍ୟରୋ): ରାଜ୍ୟ ପ୍ରଶାସନକୁ ଅଧିକ ଉତ୍ତରଦାୟୀ ଓ ଲୋକାଭିମୁଖୀ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ବିଭାଗର ସଚିବମାନଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ସୋମବାର ସଚିବାଳୟରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ସଚିବ ଓ ସଚିବମାନଙ୍କୁ ଏକ ବୈଠକରେ ଭେଟିଥିଲେ । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ବିଭାଗ ନିର୍ବିଶେଷରେ ପ୍ରଶାସନକୁ ଅଧିକ ଉତ୍ତରଦାୟୀ ଓ ଲୋକାଭିମୁଖୀ କରିବା ପାଇଁ ସଚିବମାନଙ୍କୁ ପ୍ରସ୍ତାବ ଦେବା ନିମନ୍ତେ କହିଥିଲେ । ଲୋକଙ୍କ ସମସ୍ୟାର ତୁରନ୍ତ ସମାଧାନ ତଥା ପ୍ରଶାସନିକ ବ୍ୟବସ୍ଥାକୁ ଅଧିକ ପାରଦର୍ଶୀ କରି ଉତ୍ତମ ସେବା ଯୋଗାଇଦେବା ନିମନ୍ତେ ସେମାନଙ୍କ ସୁଚିନ୍ତିତ ପରାମର୍ଶ ଦେବା ପାଇଁ ମୁଖ୍ୟମନ୍ତ୍ରୀ ସଚିବମାନଙ୍କୁ କହିଥିଲେ । ଯେହେତୁ ସଚିବମାନେ ଜିଲ୍ଲା ଗସ୍ତ କରୁଛନ୍ତି ତେଣୁ ସେମାନେ ତାଙ୍କର ପ୍ରଶାସନିକ ଅଭିଜ୍ଞତା ଓ ଅନୁଭୂତିକୁ ଆଧାର କରି ପ୍ରସ୍ତାବ ଦିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ସେହି ଅନୁଯାୟୀ ବିଭିନ୍ନ ବିଭାଗର ସଚିବମାନେ ପ୍ରଶାସନର ବିଭିନ୍ନ ଦିଗ, ବିକାଶ ଓ କଲ୍ୟାଣ କାର୍ଯ୍ୟକ୍ରମ ତଥା ଲୋକଙ୍କ ସମସ୍ୟାର ଶୀଘ୍ର ସମାଧାନକୁ ଦୃଷ୍ଟିରେ ରଖି ସେମାନଙ୍କ ମତାମତ ଉପସ୍ଥାପନା କରିଥିଲେ । ଏଥିରେ ପ୍ରଶାସନକୁ ଅଧିକ ଉତ୍ତରଦାୟୀ ଓ ଲୋକାଭିମୁଖୀ କରିବା ପାଇଁ ସଚିବମାନେ ନୂଆ ନୂଆ ପ୍ରସ୍ତାବ ଦେଇଥିଲେ । ଏହି ସମସ୍ତ ପ୍ରସ୍ତାବ ଉପରେ ତର୍ଜମା କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ଏବଂ ଏଭଳି ଆଲୋଚନା ନିୟମିତ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ବୈଠକରେ ଓଡ଼ିଶା ଦକ୍ଷତା ମିଶନ ଅଧ୍ୟକ୍ଷ, ମୁଖ୍ୟ ଶାସନ ସଚିବ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ, ସୋମବାର ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀମାନଙ୍କୁ ଭେଟି ସେମାନଙ୍କ ବିଭାଗର ସଫଳତା ସର୍ମ୍ପକରେ ଆଲୋଚନା କରିବା ପରେ ଉତ୍ସର୍ଗୀକୃତ ମନୋଭାବ, ଦୃଢ ସଂକଳ୍ପ ଓ ନିଷ୍ଠାର ସହ କଠିନ ପରିଶ୍ରମ କରିବା ପାଇଁ ପରାମର୍ଶ ଦେଇଥିଲେ ।




Powered by odothemes.com