Untitled

୨୪ ଘଣ୍ଟା ପରେ ମା’ର ସଦ୍ବୁଦ୍ଧି ହେଲା!

16

ଜଙ୍ଗଲରୁ ଶିଶୁ କନ୍ୟା ଉଦ୍ଧାର
ଯୋଡ଼ା (ଆପ୍ର): ଗୁରୁବେଡ଼ା ଜଙ୍ଗଲରୁ ଏକ ପରିତ୍ୟକ୍ତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି । ଉଦ୍ଧାର ହେବାର ୨୪ଘଣ୍ଟା ପରେ ଏହାର ମା’ ବୋଲି ଦାବି କରୁଥିବା ଜଣେ ଯୁବତୀଙ୍କୁ ସ୍ଥାନୀୟ ପୁଲିସ ଅଟକ ରଖିଛି । ଶିଶୁର ବୟସ ୨୦/୨୫ ଦିନ ହେବ । ଜଙ୍ଗଲକୁ ଦାନ୍ତକାଠି ସଂଗ୍ରହ କରିବା ପାଇଁ କେତେ ଜଣ ଲୋକ ଯାଇଥିବା ବେଳେ ସେମାନେ ଶିଶୁର କ୍ରନ୍ଦନ ଶୁଣିବା ପରେ ଘଟଣାସ୍ଥଳକୁ ଯାଇ ଏକ ଗଛ ମୂଳେ ଶିଶୁକନ୍ୟା ପଡ଼ିଥିବା ଦେଖି ଗ୍ରାମବାସୀଙ୍କୁ ଖବର ଦେଇଥିଲେ । ଗ୍ରାମର ଦାସରାମ ମୁଣ୍ଡା, ସୁଦାମ ମୁଣ୍ଡା, ବାଳି ମୁଣ୍ଡା ପ୍ରମୁଖ ଯୁବକ ସେଠାକୁ ଯାଇ ଶିଶୁକୁ ଉଦ୍ଧାର କରିଥିଲେ । ଶିଶୁଟିର ନାଭି ଶୁଖିଯାଇଥିବା ବେଳେ ମୁଣ୍ଡର ଚୁଟି କଟାଯାଇଥିଲା । ଶିଶୁଟିକୁ ଚର୍ଚିଲ ମହାକୁଡ ନାମକ ଜଣେ ସାମ୍ବାଦିକ ଯୋଡାସ୍ଥିତ ଟାଟା ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ । ଚିକିତ୍ସା ଏବଂ ନିୟମିତ ଖାଦ୍ୟ ଖାଇବା ପରେ ଶିଶୁଟି ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିଛି । ଇତିମଧ୍ୟରେ ୪ ଘଣ୍ଟା ବିତିଯାଇଥିବା ବେଳେ ଅଚାନକ ଜଣେ ଯୁବତୀ ଶିଶୁର ମା’ ବୋଲି ଦାବି ଯୋଡ଼ା ଥାନାରେ ପହଞ୍ଚôବା ସହିତ ଶିଶୁଟିକୁ ଫେରାଇ ନେବା ପାଇଁ ନିବେଦନ କରିବାରୁ ତାଙ୍କୁ ଅଟକ ରଖାଯାଇଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ବିଷୟ ହୋଇଛି ।




Powered by odothemes.com