ଆର୍ଯ୍ୟାଷ୍ଟିଲ ପାଇଁ ବିଶୁଦ୍ଧ, ସହରବାସୀଙ୍କ ପାଇଁ ଦୂଷିତ ଜଳ | ସର୍ବସାଧାରଣ ଖବରକାଗଜ
News-9

ଆର୍ଯ୍ୟାଷ୍ଟିଲ ପାଇଁ ବିଶୁଦ୍ଧ, ସହରବାସୀଙ୍କ ପାଇଁ ଦୂଷିତ ଜଳ

40

ବଡବିଲ,୨୧ । ୫(ଆପ୍ର): ବଡବିଲ ସହରବାସୀଙ୍କ ପାଇଁ ନିତ୍ୟ ବ୍ୟବହାର ଓ ପାନୀୟଜଳର ଏକାମାତ୍ର ମାଧ୍ୟମ ହେଉଛି ଚିରସ୍ରୋତା କାରୋନଦୀ । ସୁନ୍ଦରଗଡ଼ ଜିଲ୍ଲା ସରଣ୍ଡା ପାହାଡରୁ ନିର୍ଗତ ହୋଇଥିବା ଏହିନଦୀଟି ବଡବିଲ ସହର ପାଶ୍ୱର୍ହୋଇ ଶହେ କିଲୋମିଟର ଅତିକ୍ରମ କରି ଝାଡଖଣ୍ଡ ରାଜ୍ୟ ପଶ୍ଚିମ ସିଂହଭୂମି ଜିଲ୍ଳା ଅନ୍ତର୍ଗତ କୋଏଲ ନଦୀ ସହିତ ମିଶିଛି । ତେବେ ଖଣି ଓ ଶିଳ୍ପ ଦ୍ୱାରା ଏହି ନଦୀର ଜଳସ୍ତର ହ୍ରାସ ପାଉଥିବା ବେଳେ ନଦୀଜଳ ଦୂଷିତ ହେବା ସହିତ ବିଶାକ୍ତ ହୋଇପଡିଥିବା ଅଭିଯୋଗ ହେଉଛି । ପ୍ରକାଶ ଯେ ଏହି ଚିରସ୍ରୋତା କାରୋନଦୀ ବଡବିଲ ଅଞ୍ଚଳର କିରିବୁର, ବଲାଣି, ମାଟକାମବେଡା ଓ ବଡିବିଲ ସହର ପାଶ୍ୱର୍ଦେଇ ଅତିକ୍ରମ କରିଛି । ତେବେ ବଡବିଲ ସହର ଉପର ପାଶ୍ୱର୍ରେ ଥିବା ଆର୍ଯ୍ୟାଷ୍ଟିଲ ନାମକ ପେଲେଟ କାରଖାନା ଦ୍ୱାରା କାରୋନଦୀ ଜଳ ବିଶାକ୍ତ ହୋଇପଡିଥିବା ଅଭିଯୋଗ ହେଉଛି । ଏହି ନଦୀ ଜଳରେ ପ୍ରତିଦିନ ଆର୍ଯ୍ୟାଷ୍ଟିଲର କଞ୍ଚାମାଲ ରୂପେ ବ୍ୟବହାର ହେଉଥିବା ୨ଶହରୁ ୩ଶହ ଟନ୍ ଲୁହାପଥର ଗୁଣ୍ଡ ଧୂଆ ହେଉଥିବା ଜଣାପଡିଛି । ଏଥିସହିତ ଏହି ଲୁହାପଥର ଗୁଣ୍ଡକୁ ଧୂଆଁ ପାଶ୍ୱର୍କୁ ବିଶୋଧନ କରାନଯାଇ ସିଧାସଳଖ ପୁଣି କାରୋନଦୀକୁ ଛଡାଯାଉଥିବାରୁ କାରୋନଦୀ ଜଳ ବିଷାକ୍ତ ହେଉଥିବା ଅଭିଯୋଗ ହେଉଛି । ତେବେ ଏହାର ତଳ ପାଶ୍ୱର୍ରେ ଜନସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ପାଇପ୍ ଯୋଗେ ବଡବିଲ ସହରବାସୀଙ୍କ ନିମନ୍ତେ ଜଳ ଯୋଗାଇ ଦିଆଯାଉଛି । ଫଳରେ ଏହି ଦୂଷିତ ଜଳକୁ ବ୍ୟବହାର କରି ବଡିବିଲ ସହରବାସୀ ଜଣ୍ଡିସ୍, ମ୍ୟାଲେରିଆ, ଗ୍ୟାଷ୍ଟି୍ରକ୍ ଓ ଅନ୍ୟାନ୍ୟ ପେଟ ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହେଉଛି । ଏଥି ସହିତ ଆର୍ଯ୍ୟାଷ୍ଟିଲ ନଦୀ ଗର୍ଭରେ ସୁଢଙ୍ଗ କରି ନଦୀ ଜଳକୁ ଶୋଷି ନେଉଥିବାବେଳେ ତଳ ଭାଗରେ ନଦୀ ଜଳର ସ୍ତର ହ୍ରାସ ପାଉଥିବା ଅଭିଯୋଗ ହେଉଛି । ତେଣୁ ପ୍ରଶାସନ ପକ୍ଷରୁ ଏହାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆନେ୍ଦାଳନ କରାଯିବ ବୋଲି ବଡବିଲ ସିଭିଲ ସୋସାଇଟି ପକ୍ଷରୁ ଅଶୋକ ଠକ୍କର କହିଛନ୍ତି ।




Powered by odothemes.com