WhatsApp-Image-2018-05-18-at-10.18.31-PM

ସମଲେଶ୍ୱରୀ ଏକ୍ସପ୍ରେସ୍ ଲାଇନ୍ଚୁ୍ୟତ

36

ଭୁବନେଶ୍ୱର, ୧୮ା୫(ବୁ୍ୟରୋ): ହାୱଡା-ଜଗଦଲପୁର ସମଲେଶ୍ୱରୀ ଏକ୍ସପ୍ରେସ୍ ରାୟଗଡା ଜିଲ୍ଲା କେଉଟଗୁଡାଠାରେ ଲାଇନ୍ଚୁ୍ୟତ ହୋଇଛି । ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି । ପୂର୍ବତଟ ରେଳବାଇ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ହାୱଡାରୁ ଜଗଦଲପୁରକୁ ଏହି ଟ୍ରେନ୍ ଆସୁଥିଲା । ଅପରାହ୍ଣ ୫ଟା ୧୫ ମିନିଟ୍ରେ ଟ୍ରେନ୍ ଇଞ୍ଜିନିର ଦୁଇଟି ଚକା ଲାଇନ୍ଚୁ୍ୟତ ହୋଇଥିଲା । ଡ୍ରାଇଭର ତୁରନ୍ତ ଟ୍ରେନ୍କୁ ଅଟକାଇଥିଲେ । ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ବୃହତ ଦୁର୍ଘଟଣାକୁ ଏଡାଇ ଦିଆଯାଇପାରିଛି ବୋଲି ଯାତ୍ରୀ ମୁକେଶ ରାଉତ କହିଛନ୍ତି । ପୂର୍ବତଟ ରେଳବାଇର ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ଜେପି ମିଶ୍ର କହିଛନ୍ତି ଯେ କୌଣସି ବଗି ଲାଇନ୍ଚୁ୍ୟତ ହୋଇନାହିଁ । କେବଳ ଇଞ୍ଜିନର ଦୁଇଟି ଚକ ଲାଇନ୍ଚୁ୍ୟତ ହୋଇଥିଲା । ଯାତ୍ରୀ ଓ କୋଚ୍ ସୁରକ୍ଷିତ ଅଛି । ଘଟଣାସ୍ଥଳକୁ ଏକ ରିଲିଫ୍ ଟ୍ରେନ୍ ପଠାଯାଇ ଉଦ୍ଧାର କାର୍ଯ୍ୟ ଚାଲିଛି । ସିଙ୍ଗାପୁର ରୋଡ୍ ଓ କେଉଟଗୁଡା ଷ୍ଟେସନ୍ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି । ଇଞ୍ଜିନକୁ ରାୟଗଡା ନିଆଯାଇଥିବାବେଳେ ସିଙ୍ଗପୁର ରୋଡ୍ରେ ବଗିଗୁଡିକ ରହିଛି । ଆଉ ଏକ ଇଞ୍ଜିନକୁ ସେଠାକୁ ପଠାଯାଇଛି । ରାତି ୧୦ଟା ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ ହୋଇଛି ।

ସେଆର କରନ୍ତୁ:



Powered by odothemes.com