Photo-for-news1

କର୍ଣ୍ଣାଟକରେ ଗଣତନ୍ତ୍ରକୁ ହତ୍ୟା: କଂଗ୍ରେସ ପକ୍ଷରୁ ପ୍ରତିବାଦ

27

ବାଲେଶ୍ୱର,୧୮ା୫(ଆପ୍ର): ଶୁକ୍ରବାର ସକାଳ ୧୦ଟାରେ ଏଆଇସିସିର ସଭାପତି ରାହୁଲ ଗାନ୍ଧୀଙ୍କ ଆହ୍ୱାନକ୍ରମେ ବାଲେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ସତ୍ୟନାରାୟଣ ମହାନ୍ତିଙ୍କ ନେତୃତ୍ୱରେ କର୍ଣ୍ଣାଟକ ରାଜ୍ୟପାଳ ବାଜୁଭାଇ ବାଲା, ବିଜେପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପିର ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କ ଚାପରେ ଆସି ଗଣତନ୍ତ୍ରକୁ ହତ୍ୟା କରିବା ପ୍ରତିବାଦରେ ରାଷ୍ଟ୍ରପତିଙ୍କ ଉଦେ୍ଦଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ସୂଚନାଥାଉକି କର୍ଣ୍ଣାଟକ ନିର୍ବାଚନ କଂଗ୍ରେସ-୭୮, ଜେଡ଼ିଏସ-୩୮, ସ୍ୱାଧୀନ୨ ମିଟି ମେଶଟ ୧୧୭ ବିଧାୟଙ୍କ ସହମତି ଥାଇ କୁମାର ସ୍ୱାମୀଙ୍କ ନେତୃତ୍ୱରେ ରାଜ୍ୟପାଳଙ୍କୁ ସରକାର ଗଢ଼ିବା ପାଇଁ ପ୍ରଥମେ ଅନୁମତି ଚାହିଁଥିବା ସତ୍ତ୍ୱେ ବିଜେପି ପାଖରେ ବହୁମତ ନଥାଇ ୧୦୪ ସଂଖ୍ୟାଥିବା ବିଧାୟକ ୟେଦୁରପ୍ପାଙ୍କ ନେତୃତ୍ୱରେ ସରକାର ଗଢ଼ିବା ପାଇଁ ଦଳୀୟ ଚାପରେ ରାଜ୍ୟପାଳ ଯେଉଁଭଳି ଗଣତନ୍ତ୍ରକୁ ଏବଂ ଭାରତର ସମ୍ବିଧାନକୁ ହତ୍ୟା କଲେ ତାହାର ପ୍ରିତବାଦରେ ବାଲେଶ୍ୱର ଜିଲ୍ଲା କଂଗ୍ରେସ ତରଫରୁ ଧାରଣା, ବିକ୍ଷୋଭ ଓ ଜିଲ୍ଲାପାଳଙ୍କ ଜରିଆରେ ଏକ ସ୍ମାରକପତ୍ର ରାଷ୍ଟ୍ରପତିଙ୍କୁ ପ୍ରଦନା କରାଯିବା ସହ ରାଜ୍ୟପାଳଙ୍କ ଏହିଭଳି କାର୍ଯ୍ୟକୁ ଘୋର ନିନ୍ଦା କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କୁ ମଧ୍ୟରେ ଦେବିପ୍ରସନ୍ନ ଚଣ୍ଡ, ଅକ୍ଷୟ ଆଚାର୍ଯ୍ୟ, ଚିତ୍ତ ଷଡ଼ଙ୍ଗୀ, ସଞ୍ଜିବ ଗିରି, ନଗର ସଭାପତି ପଦ୍ମଲୋଚନ ଲେଙ୍କା, ବାସ୍ତି ନାୟକ, ଅଜିତ ଦାସ, ବିକାଶ ଦାସ, ଉର୍ମିଳା ମାଝି, ବିଧାନ ରାୟ, ଦିବ୍ୟେନ୍ଦୁ ପାଣିଗ୍ରାହୀ, ବାସନ୍ତୀ ନାୟକ, ଅପର୍ଣ୍ଣା କର, ଭାରତୀ ପଣ୍ଡା, ବିଧାନ ଚନ୍ଦ୍ର ଜେନା, ରାମ ଜେନା, ରଣବିତ ପଣ୍ଡା, ସୁଧାଂଶୁ ଜେନା, ଅଦେ୍ର୍ଧନ୍ଦୁ ଦାସ, କୁଞ୍ଜ ରଣା, ନିରଂଜନ ବେହେରା, ପ୍ରଫୁଲ୍ଲ ବେହେରା, ରଞ୍ଜନ ବାଗ ପ୍ରମୁଖ ଯୋଗ ଦେଇଥିଲେ ।




Powered by odothemes.com