mahanadi-sachetanata-ratha

କିଆକଟାରୁ ବାହାରି ବନ୍ତଳାରେ ପହଞ୍ଚôବ

36

ମହାନଦୀ ସୁରକ୍ଷା ସଚେତନତା ରଥ
ଅନୁଗୁଳ,୧୮ା୫(ଆପ୍ର): ଓଡ଼ିଶାର ୧୫ଟି ଜିଲ୍ଲାର ଦୁଇ କୋଟି ଲୋକଙ୍କ ଜୀବନ ଜୀବିକା ପାଇଁ ମେ ୧୬ରୁ ୩୧ ଯାଏଁ ମହାନଦୀ ସୁରକ୍ଷା ସଚେତନତା ଅଭିଯାନ ପରିପ୍ରେକ୍ଷୀରେ ଅନୁଗୁଳ ଠାରେ ଏକ ସୋ÷ଜନ୍ୟମୂଳକ ସାକ୍ଷାତକାରରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଆଇନ ଓ ସୂଚନା ଲୋକସମ୍ପର୍କ ମନ୍ତ୍ରୀ ପ୍ରତାପ ଜେନା ସାମ୍ବାଦିକଙ୍କୁ ସୂଚନା ଦେଇଥିଲେ । ବିଜେଡି ଓଡ଼ିଶାର ସ୍ୱାର୍ଥ ପାଇଁ ଓଡ଼ିଶାବାସୀଙ୍କ ସହିତ ମିଶି ମହାନଦୀ ମହାସଂଗ୍ରାମକୁ ଆହୁରି ଆଗକୁ ଆଗେଇ ନେବ ଏବଂ ମହାନଦୀ ପ୍ରସଙ୍ଗରେ ଓଡ଼ିଶାର ଦାବି ହାସଲ ନ ହେବା ପର୍ଯ୍ୟନ୍ତ ଏଥିରୁ କୋ÷ଣସି ମତେ ବିରତ ହେବନାହିଁ ବୋଲି ବିଜେଡି ସରକାର ଶପଥ ନେଇଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଜେନା ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଓଡ଼ିଶାର ୧୫ଟି ଅବବାହିକା ଜିଲ୍ଲାର ଚାଷୀ, ମତ୍ସଜୀବି, ଅଧିବାସୀ ଏହା ଉପରେ ନିର୍ଭରଶୀଳ । କିନ୍ତୁ ଆଜି ପଡ଼ୋଶୀ ବିଜେପି ଶାସିତ ଛତିଶଗଡ଼ ରାଜ୍ୟ ଉପରମୁଣ୍ଡର ଭୌଗଳିକ ଅବସ୍ଥିତିର ଅପବ୍ୟବହାର କରି ଦେଶର ପ୍ରଚଳିତ ବିଧି ବ୍ୟବସ୍ଥା, ପରିବେଶ ନିୟମ, ଆନ୍ତଃରାଜ୍ୟ ନଦୀ ଆଇନର ଖୋଲାଖୋଲି ଉଂଲ୍ଲଘନ କରି ହୀରାକୁଦର ଉପରମୁଣ୍ଡରେ ବେଧଡକ ଭାବେ ନଦୀବନ୍ଧ ନିର୍ମାଣ କରି ପ୍ରାକୃତିକ ଜଳସ୍ରୋତକୁ ଅବରୋଧ କରିଚାଲିଛି । ଓଡ଼ିଶାବାସୀ ଏକାଠି ହେଲେ, ଏକ ମନ ଏକ ପ୍ରାଣ ହେଲେ ହୀନ ରାଜନୈତିକ ତଞ୍ଚକତା ପ୍ରତିହତ ହେବ । ମହାନଦୀ ପ୍ରସଙ୍ଗ ଦଳୀୟ ରାଜନୀତିର ଊଦ୍ଧ୍ୱର୍ରେ ଏକ ଗରୁତ୍ୱପୁର୍ଣ୍ଣ ପ୍ରସଙ୍ଗ ଭାବରେ ବିବେଚିତ ହେବ ଏବଂ ଆନ୍ତଃରାଜ୍ୟ ନଦୀଜଳ ବିବାଦ ଟ୍ରିବୁ୍ୟନାଲରୁ ଅବିଳମ୍ବେ ନ୍ୟାୟ ମିଳିବ । ଆମର ମା ସଦୃଶ ମହାନଦୀର ସମ୍ମାନ ରକ୍ଷା ହେବ ଏବଂ ଓଡ଼ିଶାବାସୀଙ୍କ ସ୍ୱାଭିମାନ ବଜାୟ ରହିବ ବୋଲି ମନ୍ତ୍ରୀ ଶ୍ରୀ ଜେନା ପ୍ରକାଶ କରିଥିଲେ । ଶନିବାର ସକାଳ ୮ଟା ୩୦ରେ ରଥ ଅଏଡାରୁ ବାହାରି ଆଠମଲ୍ଲିକ ବିନିକେୟୀରେ ପହଞ୍ଚି ସେଠାରେ ପୂଜାର୍ଚ୍ଚନା ପରେ ଆଠମଲ୍ଲିକ ଟାଉନକୁ ଫେରିବାର କାର୍ଯ୍ୟକ୍ରମ ରହିଛି । ସେଠାରୁ ଠାକୁରଗଡ଼, ଅନ୍ତୁଳିଆ, ଟାଇଁସି, ଜଗନ୍ନାଥପୁର ଦେଇ କରତପଟାରେ ପହଞ୍ଚିବ । ସେଠାରୁ ବନ୍ତଳା ଛକରେ ପହଞ୍ଚି ଏକ ପଥ ପ୍ରାନ୍ତ ସଭା ଅନୁଷ୍ଠିତ ହେବ ଏବଂ ପରେ ସେଠାରୁ ମଇଧରପୁର ଦେଇ ହିନେ୍ଦାଳ ଅଭିମୁଖେ ଯାତ୍ରା କରିବ ବୋଲି ମନ୍ତ୍ରୀ ଶ୍ରୀ ଜେନା ସୂଚନା ଦେଇଛନ୍ତି ।




Powered by odothemes.com