naveen

୫ ବର୍ଷ ଲାଗି ୭୫ ହଜାର କୋଟି

49

ଜଳସମ୍ପଦ ବିକାଶର ବ୍ଲୁ-ପି୍ରଣ୍ଟ
ଭୁବନେଶ୍ୱର,୧୭ ।୫ (ବୁ୍ୟରୋ): ଆସନ୍ତା ୫ ବର୍ଷରେ ରାଜ୍ୟରେ ଜଳସମ୍ପଦ ବିକାଶ ପାଇଁ ୭୫ ହଜାର କୋଟି ଟଙ୍କା ବିନିଯୋଗ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଗତକାଲି ଝାରସୁଗୁଡ଼ାଠାରେ ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଆଦି ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ବିଶେଷକରି ଜଳସଂପଦ, ପାନୀୟ ଜଳ ଓ ଜିଲ୍ଲା ଖଣିଜ ପାଣ୍ଠି ବିନିଯୋଗର ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହା କହିଛନ୍ତି । ଏହାସହିତ, ଆସନ୍ତା ୩ ମାସ ମଧ୍ୟରେ ଏକ ବିସ୍ତୃତ ନଦୀ ନୀଦି ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜଳସଂପଦ ବିକାଶ ବିଭାଗକୁ ନିଦେ୍ର୍ଦଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଲେ, ମହାନଦୀର କେତେକ ସ୍ଥାନରେ ବ୍ୟାରେଜ ନିର୍ମାଣ କରାଯାଇ ନଦୀ ଜଳର ସଂରକ୍ଷଣ କରାଯିବ ଏବଂ କୃଷି ଓ ପାନୀୟ ଜଳ ଆଦି କାର୍ଯ୍ୟକ୍ରମରେ ବ୍ୟବହାର କରାଯିବ । ଜନସାଧାରଣ ବିସ୍ଥାପିତ ନ ହେବାର ସମ୍ଭାବନା ଥିବା ସ୍ଥାନରେ ହିଁ ଏହି ବ୍ୟାରେଜ୍ଗୁଡ଼ିକୁ ନିର୍ମାଣ କରାଯିବ । ବରଗଡ଼ ଓ ଶାସନ ମୁଖ୍ୟ କେନାଲକୁ କଂକି୍ରଟ୍ ଲାଇନିଂ କରାଯିବ । ଏଥିପାଇଁ ୪୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ଏବଂ ଏହି କାର୍ଯ୍ୟ ଆସନ୍ତା ୩ ବର୍ଷ ମଧ୍ୟରେ ଶେଷ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସେହିପରି ଆଗାମୀ ୩ ମାସ ମଧ୍ୟରେ ଗଙ୍ଗାଧର ମେହେର ମେଗାଲିଫ୍ଟ କେନାଲ ସିଷ୍ଟମର ଟେଣ୍ଡର ପ୍ରକି୍ରୟା ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ସେହିପରି ଜିଲ୍ଲା ଖଣିଜ ପାଣ୍ଠିର ବିନିଯୋଗରେ ପାନୀୟ ଜଳ ସମସ୍ୟାର ସମାଧାନକୁ ପ୍ରାଥମିକତା ଦେବାପାଇଁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେଇଥିଲେ । ସେହିପରି ଜୀବିକା ସୃଷ୍ଟି କାର୍ଯ୍ୟକ୍ରମଗୁଡ଼ିକ ଉପରେ ମଧ୍ୟ ଗୁରୁତ୍ୱ ଦେବାପାଇଁ ସେ ପରାମର୍ଶ ଦେଇଥିଲେ । ଖଣିଜ ପାଣ୍ଠି ଜିଲ୍ଲାଗୁଡ଼ିକରେ ଅଧିକ ସଂଖ୍ୟକ ମେଗା ପାଇପ୍ ଜଳ ଯୋଗାଣ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଆବଶ୍ୟକ ଲୋକଶକ୍ତିକୁ ଆକଳନ କରିବା ପାଇଁ ସେ ପଞ୍ଚାୟତିରାଜ ଓ ଜଳସଂପଦ ବିକାଶ ବିଭାଗକୁ ନିଦେ୍ର୍ଦଶ ଦେଇଥିଲେ । ଏହି ସମୀକ୍ଷା ବୈଠକରେ ଉନ୍ନୟନ କମିଶନର ଆର. ବାଲକି୍ରଷ୍ଣନ୍, ଜଳସଂପଦ ବିକାଶ ବିଭାଗ ପ୍ରମୁଖ ସଚିବ ପଦୀପ କୁମାର ଜେନା ଓ ୪ଟି ଜିଲ୍ଲାର ଜିଲ୍ଲାପାଳମାନେ ଉପସ୍ଥିତ ଥିଲେ ।

ସେଆର କରନ୍ତୁ:



Powered by odothemes.com