ସମ୍ବଲପୁରରେ ହେଲା ମହାନଦୀ ବଞ୍ଚାଅ ଆନେ୍ଦାଳନ ମହାଆଳତି | ସର୍ବସାଧାରଣ ଖବରକାଗଜ
mahanadi4

ସମ୍ବଲପୁରରେ ହେଲା ମହାନଦୀ ବଞ୍ଚାଅ ଆନେ୍ଦାଳନ ମହାଆଳତି

31

ସମ୍ବଲପୁର(ଆପ୍ର): ବିଜେଡି ପକ୍ଷରୁ ଆରମ୍ଭ ହୋଇଥିବା ମହାନଦୀ ବଞ୍ଚାଅ ଆନେ୍ଦାଳନର ଦ୍ୱିତୀୟ ଦିନରେ ପହଞ୍ଚôଛି । ଏହି ଦ୍ୱିତୀୟ ଦିନରେ ସମ୍ବଲପୁରର ଆଯୋଧ୍ୟା ସରୋବରରେ ୧୧ଜଣ ବ୍ରାହ୍ମଣଙ୍କ ଦ୍ୱାରା ଦଳ ପକ୍ଷରୁ ମହାଆଳତୀ କରାଯାଇଥିଲା । ଗତକାଲି ଝାରସୁଗୁଡା ଜିଲ୍ଲା ଲକ୍ଷନପୁରରୁ ଆରମ୍ଭ ହୋଇଥିବା ଏହି ଶୋଭାଯାତ୍ରା ବରଗଡ ଦେଇ ଅଯୋଧ୍ୟାସରୋବରରେ ପହଞ୍ଚôଥିଲା । ଗୁରୁବାର ଅନୁଷ୍ଠିତ ମହାଆଳତୀ କାର୍ଯ୍ୟକ୍ରମରେ ସମ୍ବଲପୁର ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ କର୍ତ୍ତୀ ଭାବରେ ଯୋଗ ଦେଇ ପୂଜାର୍ଚ୍ଚନା କରିଥିଲେ । ଅନୁଷ୍ଠିତ ଆଳତୀ କାର୍ଯ୍ୟକ୍ରମରେ ବିଜେଡିର ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା, ରେଢ଼ାଖୋଲ ବିଧାୟକ ତଥା ସରକାରୀ ଉପମୁଖ୍ୟ ସଚେତକ ରୋହିତ ପୂଜାରୀ, ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ଏନ୍ ଭାସ୍କର ରାଓ, ବାଚସ୍ପତି ନିରଞ୍ଜନ ପୂଜାରୀ, ବୟନଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ଯୁବ ବିଜେଡି ସଭାପତି ଅମରେଶ ପତ୍ରୀଙ୍କ ସମେତ ବିଜେଡିର ବହୁ ତୁଙ୍ଗ ନେତା ଯୋଗ ଦେଇଥିଲେ ।




Powered by odothemes.com