ଜୁନ୍ ୧୯ରେ ରାଜ୍ୟବ୍ୟାପୀ ମକ୍ଡି୍ରଲ୍ | ସର୍ବସାଧାରଣ ଖବରକାଗଜ
chief-secretary-1

ଜୁନ୍ ୧୯ରେ ରାଜ୍ୟବ୍ୟାପୀ ମକ୍ଡି୍ରଲ୍

28

ବାତ୍ୟା-ବନ୍ୟା ପାଇଁ ପ୍ରଶାସନିକ ପ୍ରସ୍ତୁତି
ଭୁବନେଶ୍ୱର (ବୁ୍ୟରୋ): ଚଳିତବର୍ଷ ସାମ୍ଭାବ୍ୟ ବାତ୍ୟା ଓ ବନ୍ୟାର ମୁକାବିଲା ପାଇଁ ବ୍ୟାପକ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଛି । ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସଚିବାଳୟରେ ରାଜ୍ୟସ୍ତରୀୟ ପ୍ରାକ୍ ମୌସୁମୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧିତ ବିଷୟବସ୍ତୁ ଏବଂ କାର୍ଯ୍ୟ ଯୋଜନା ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ । ପୂର୍ବ ପ୍ରସ୍ତୁତିର ସମୀକ୍ଷା କରି ମୁଖ୍ୟଶାସନ ସଚିବ ଶ୍ରୀ ପାଢ଼ୀ ସମସ୍ତ ବିଭାଗଙ୍କୁ ନିର୍ଦ୍ଧାରିତ କାର୍ଯ୍ୟଧାରା ଅନୁସାରେ ଶତ ପ୍ରତିଶତ ପ୍ରସ୍ତୁତି କରିବାକୁ ନିଦେ୍ର୍ଦଶ ଦେଇଥିଲେ । ବାତ୍ୟା ଓ ବନ୍ୟା ସମ୍ବନ୍ଧିତ ସତର୍କ ସୂଚନାକୁ ଅଧିକ ସ୍ଥାନ ଓ ସମୟ ନିର୍ଦ୍ଧିଷ୍ଟ କରିବା ପାଇଁ ଶ୍ରୀ ପାଢ଼ୀ ଭାରତୀୟ ଆଞ୍ଚଳିକ ପାଣିପାଗ ବିଭାଗ ନିଦେ୍ର୍ଦଶକଙ୍କୁ ପରାମର୍ଶ ଦେଇଥିଲେ । ସମସ୍ତ ଜରୁରୀକାଳୀନ ଯନ୍ତ୍ରପାତିକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ ଅବସ୍ଥାରେ ରଖିବା, ଜରୁରୀ ଆବଶ୍ୟକତା ପାଇଁ ଛୋଟବଡ଼ କ୍ରେନ ଓ ଜେସିବି ଆଦି ପ୍ରସ୍ତୁତ ରଖିବା, ବିଦୁ୍ୟତ୍ ଖୁଣ୍ଟର ତୁରନ୍ତ ମରାମତି ପାଇଁ ଆଧୁନିକ ଯନ୍ତ୍ର ଓ ସରଞ୍ଜାମର ଯୋଗାଣ ଠାବ କରିବା, ଦୁର୍ଗମ ଅଞ୍ଚଳରେ ଆଗୁଆ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ, ଔଷଧ, ପଶୁଖାଦ୍ୟ ଆଦି ମହଜୁଦ ରଖିବା ପାଇଁ ଶ୍ରୀ ପାଢ଼ୀ ନିଦେ୍ର୍ଦଶ ଦେଇଥିଲେ । ସରକାରୀ ସଂସ୍ଥା ମାନଙ୍କରେ ଥିବା ସରଞ୍ଜାମ ସହ ବେସରକାରୀ ସଂସ୍ଥା ଓ ଠିକାଦାରଙ୍କ ପାଖରେ ଥିବା ବଡ଼ବଡ଼ ସରଞ୍ଜାମକୁ ଆଗୁଆ ଠାବ କରି ସେଗୁଡ଼ିକର ତାଲିକା ପ୍ରସ୍ତୁତ କରିବା ନିମନ୍ତେ ଉନ୍ନୟନ କମିଶନର ଆର୍ ବାଲାକ୍ରିଷ୍ଣନ୍ ପରାମର୍ଶ ଦେଇଥିଲେ । ବାତ୍ୟା ଆସିବାର ୨୪ରୁ ୪୮ଘଣ୍ଟା ମଧ୍ୟରେ ଆସନ୍ନ ପ୍ରସବା ମହିଳାଙ୍କୁ ମା’ଘରକୁ ସ୍ଥାନାନ୍ତର କରିବା ପାଇଁ ମଧ୍ୟ ଶ୍ରୀ ପାଢ଼ୀ ନିଦେ୍ର୍ଦଶ ଦେଇଥିଲେ । ସେଥିପାଇଁ ଆଶାକର୍ମୀ ଓ ଅଙ୍ଗନୱାଡି କର୍ମୀଙ୍କୁ ସଜାଗ ରଖିବା ପାଇଁ ସ୍ୱାସ୍ଥ୍ୟ ବିଭାଗଙ୍କୁ ନିଦେ୍ର୍ଦଶ ଦେଇଥିଲେ । ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ କ୍ଷେତ୍ରସ୍ତରୀୟ ପ୍ରସ୍ତୁତିର ସଠିକ୍ ଯାଞ୍ଚ ନିମନ୍ତେ ଜୁନ୍ ୧୯ ତାରିଖରେ ସାରା ରାଜ୍ୟରେ ନମୁନା ଅଭ୍ୟାସ କରିବା ପାଇଁ ବୈଠକରେ ସ୍ଥିର ହୋଇଛି । ଏଥିରେ ସଂପୃକ୍ତ ସମସ୍ତ ବିଭାଗର କର୍ମକର୍ତ୍ତା, ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ପରିଚାଳନା କମିଟିର ସଦସ୍ୟ, ନେତୃବୃନ୍ଦ, ସ୍ୱେଚ୍ଛାସେବୀ ଓ ଜନସାଧାରଣଙ୍କୁ ସକ୍ରିୟ ସାମିଲ କରିବା ପାଇଁ ଶ୍ରୀ ପାଢ଼ୀ ନିଦେ୍ର୍ଦଶ ଦେଇଥିଲେ ।
ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ କହିଥିଲେ ଯେ, ସରକାରଙ୍କ ନିଦେ୍ର୍ଦଶ ଅନୁସାରେ ସମ୍ଭାବ୍ୟ ବନ୍ୟାବାତ୍ୟାର ମୃତୁ୍ୟ ସଂଖ୍ୟା ଶୂନ ରଖିବା ପାଇଁ ପ୍ରଶାସନ ସମସ୍ତ ପ୍ରକାର ପ୍ରସ୍ତୁତି କରୁଛନ୍ତି । ସତର୍କ ସୂଚନା ପ୍ରସାରଣ ଠାରୁ ଆରମ୍ଭ କରି ସୁରକ୍ଷା, ଉଦ୍ଧାର, ରିଲିଫ୍ ଏବଂ ପୁନଃସ୍ଥାପନ ପର୍ଯ୍ୟସ୍ତ ସମସ୍ତ କାର୍ଯ୍ୟ ଠିକ୍ ଭାବରେ କରିବା ନିମନ୍ତେ ଆନ୍ତଃବିଭାଗୀୟ ସମନ୍ୱିତ କାର୍ଯ୍ୟପନ୍ଥା ନିର୍ଦ୍ଧାରିତ ହୋଇଛି ।
ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ଇତି ମଧ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ବେଳେ ଜରୁରୀ ସହାୟତା ପାଇଁ ଓଡ୍ରାଫ୍ ୟୁନିଟ୍ ସଂଖ୍ୟା ୧୦ରୁ ୨୦କୁ ବୃଦ୍ଧି କରାଯାଇଛି । ଜରୁରୀକାଳୀନ ସେବା ପାଇଁ ଟୋଲଫ୍ରି ନମ୍ବର ସହ ସୋସିଆଲ୍ ମିଡିଆର ବ୍ୟବହାର କରାଯିବ । ମୁଣ୍ଡୁଳୀଠାରେ ୧୧ଟି ଏବଂ ବାଲେଶ୍ୱରରେ ୧ଟି ଏନ୍ଡିଆର୍ଏଫ୍ ଟିମ୍ ସଜାଗ ଅଛନ୍ତି । ୩୦୦ପାୱାର ବୋଟ୍ ପ୍ରସ୍ତୁତ ରଖାଯାଇଛି ଏବଂ ସେଥିରେ କାର୍ଯ୍ୟ କରିବା ପାଇଁ ୬ମାସ ପାଇଁ ୨୫୮ଡ୍ରାଇଭର୍ ଓ ୨୬୧ଖଲାସି ପଦବୀ ମଞ୍ଜୁର କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ସମ୍ପୃକ୍ତ ବିଭାଗର ପ୍ରମୁଖ ଶାସନ ସଚିବ, ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।




Powered by odothemes.com