Dhamar-Bikhaba-Photo

ଧାମରା ବନ୍ଦର ଆଗରେ ଶ୍ରମିକଙ୍କ ବିକ୍ଷୋଭ

67

ଭଦ୍ରକ,୧୭ା୫(ଆପ୍ର): ଧାମରା ବନ୍ଦର କର୍ତ୍ତୃପକ୍ଷଙ୍କ ମନମାନୀ, ଶ୍ରମିକ ଶୋଷଣ ନୀତି, ମନୋମୁଖୀ କାର୍ଯ୍ୟକୁ ପ୍ରତିବାଦ କରି ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଧାମରା ବନ୍ଦର କର୍ମଚାରୀ ସଂଘ ପକ୍ଷରୁ ଆଜି ଧାମରା ବନ୍ଦର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଶତାଧିକ ବିକ୍ଷୋଭକାରୀ ମୋଟର ସାଇକେଲ ଶୋଭାଯାତ୍ରାରେ ଜାଗୁଳା, ଧାମରା, ଦୋସିଙ୍ଗା ଆଦି ଅଞ୍ଚଳ ପରିକ୍ରମା କରି ବନ୍ଦର ଫାଟକ ନିକଟରେ ପହଞ୍ଚô ଥିଲେ । ସେଠାରେ କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ସପନ କୁମାର ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଭାରତୀୟ ମଜଦୁର ସଂଘର ଜିଲ୍ଲା ସମ୍ପାଦକ ମନୋଜ ବସନ୍ତରାୟ ଯୋଗ ଦେଇ ଧାମରା ବନ୍ଦରରେ କାର୍ଯ୍ୟ କରୁଥିବା ବ୍ରିଜ୍ ଆଣ୍ଡ ରୁପ୍ କମ୍ପାନୀର ଠିକାଦାର ଶ୍ରମିକମାନଙ୍କ ଦୀର୍ଘ ଦୁଇ ବର୍ଷ ଧରି ବୋନସ୍ ପ୍ରଦାନ ନ କରିବା ନେଇ ଉଦ୍ବେଗ ପ୍ରକଟ କରିଥିଲେ । କଣ୍ଟ୍ରାକ୍ଟର ଅଧୀନରେ ନିୟୋଜିତ କରିଥିବା ଶ୍ରମିକଙ୍କୁ ସର୍ବନିମ୍ନ ମଜୁରି ପ୍ରଦାନ କରାଯାଉନାହିଁ, ୱେଜ୍ ସ୍ଲିପ ପ୍ରଦାନ କରୁନାହିଁ, ଶ୍ରମ ଆଇନ ଅନୁଯାୟୀ ଶ୍ରମିକଙ୍କ କାର୍ଯ୍ୟ କରିବାର ସମୟ ୮ ଘଣ୍ଟା ପରିବର୍ତ୍ତେ ୧୨ ଘଣ୍ଟା କାମରେ ଲଗାଇବା ଆଦିକୁ ତୀବ୍ର ବିରୋଧ କରିଥିଲେ । ସେମାନଙ୍କର ବକେୟା ଦରମା ମଧ୍ୟ ପ୍ରଦାନ କରାଗଲା ନାହିଁ । ୪୫ ଦିନ ପରେ ମେରାଇନ କାର୍ଯ୍ୟରେ ସେମାନଙ୍କୁ ନିୟୋଜିତ କରାଯିବାକୁ ଦିଆ ଯାଇଥିବା ପ୍ରତିଶ୍ରୁତି ଅଦ୍ୟାବଧି ପୂରଣ ହୋଇନାହିଁ । ମୁଜିବୁର ଅଲ୍ଲି ଖାଁ ନାମକ କଣ୍ଟ୍ରାକ୍ଟରଙ୍କ ପାଖରେ ମୋରିଂରେ କାର୍ଯ୍ୟରତ ଶ୍ରମିକମାନଙ୍କର କାର୍ଯ୍ୟର ସମୟ ୧୨ ଘଣ୍ଟା ପରିବର୍ତ୍ତେ ୮ ଘଣ୍ଟା କରିବାକୁ କୁହା ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନାହିଁ । ସେମାନଙ୍କର ୨୦୧୬ ମସିହାରୁ ବାର୍ଷିକ ଇନ୍କ୍ରିମେଣ୍ଟକୁ ପ୍ରଦାନ କରାଯାଇ ନାହିଁ । ଏସଆଇଏସ କଣ୍ଟ୍ରାକ୍ଟର ପାଖରେ କାର୍ଯ୍ୟରତ ୪ଜଣ ଭାରତୀୟ ମଜଦୁର ସଂଘର ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କୁ ଏସ୍.ଆଇ.ଏସ୍.ର କଣ୍ଟ୍ରାକ୍ଟ ପରିବର୍ତ୍ତନ ପରେ ସେମାନଙ୍କର ଦରମା ବନ୍ଦ କରିବା ଏବଂ ବିଭିନ୍ନ ଆଳ ଦେଖାଇ ହଇରାଣ ହରକତ କରାଯିବା ନେଇ ଶ୍ରୀ ବସନ୍ତରାୟ ଆପତ୍ତି ଉଠାଇଥିଲେ । ଏହି ପ୍ରତିବାଦ ସଭାରେ ଅନ୍ୟମାନଙ୍କ ମଧ୍ୟରେ ଚନ୍ଦ୍ରଶେଖର ଜେନା, ମନୋଜ ଲେଙ୍କା, ବିଜୟ ପ୍ରତାପ ଜେନା, ପ୍ରଫୁଲ୍ଲ ସେଠୀ, ସରୋଜ ଜେନା, ଦୀପକ ବେହେରା ପ୍ରମୁଖ ଯୋଗ ଦେଇଥିଲେ ।




Powered by odothemes.com