News-14-(1)

ପରିତ୍ତ୍ୟକ୍ତ ଅବସ୍ଥାରେ ବସ୍ ଟର୍ମିନାଲ୍

13

ଭଦ୍ରାସାହି,୧୭ ।୫(ଆପ୍ର): କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ବଡ଼ବିଲ ନୂତନ ବିଜୁପଟ୍ଟନାୟକ ବସ୍ ଟର୍ମିନାଲ ଉଦ୍ଘାଟନ ହେବାର ୬ ବର୍ଷ ପରେ ମଧ୍ୟ ଏହା ବ୍ୟବହାର ନ ହୋଇ ପରିତ୍ତ୍ୟକ୍ତ ଅବସ୍ଥାରେ ପଡି ରହିଥିବାରୁ ବୁଦ୍ଧିଜୀବୀ ମହଲରେ ଘୋର ଅସନ୍ତୋଷ ପ୍ରକାଶ ପାଉଛି । ପ୍ରକାଶ ଯେ ୨୦୧୩ ଜାନୁଆରୀ ୩୧ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍ଘାଟନ କରିଥିବା ବେଳେ ତକ୍ରାଳୀନ ନଗର ଉନ୍ନୟନ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର, ତତ୍କାଳୀନ ସାଂସଦ ଯଶବନ୍ତ ନାରାୟଣ ସିଂ ଲାଗୁରୀ, ବଡବିଲ ପୌରାଧ୍ୟକ୍ଷା ଶ୍ରୀମତୀ ଜାନକୀ ଓରାମ୍, ପଦ୍ମଶୀ ତୁଳସୀ ମୁଣ୍ଡା ଅତିଥି ଭାବେ ଯୋଗ ଦେଇଥିଲେ । ତେବେ ଏହା ଉଦ୍ଘାଟନ ଦୀର୍ଘ ୬ ବର୍ଷ ପରେ ମଧ୍ୟ ଏହା ଲୋକଙ୍କ୍ ବ୍ୟବହାରରେ ନ ଲାଗି ପରତ୍ୟକ୍ତ ଅବସ୍ଥାରେ ପଡିରହିଥିବାରୁ ୯ କୋଟି ଟଙ୍କା ପାଣିରେ ପଡିଲା ବୋଲି ମତ ପ୍ରକାଶ ପାଉଛି । ପ୍ରକାଶ ଯେ ଏହି ନୂତନ ବସ୍ ଟର୍ମିନାଲଟି ଶାରଦା ଖଣିର ଅନୁଦାନର ନିର୍ମାଣ କରାଯାଇଥିଲା । ମାତ୍ର ଏହା ବଡ଼ବିଲ ସହରଠାରୁ ଦୂର ଏକ ପ୍ରାନ୍ତରେ ଅବସ୍ଥିତ ଥିବାରୁ ସେଠାରୁ ଯିବା ନିମନ୍ତେ ଯାତ୍ରୀମାନେ ଅନାଗ୍ରହ ପ୍ରକାଶ କରୁଛନ୍ତି । ଏଥି ସହିତ ସେଠାରେ ପାନୀୟଜଳ, ଯାତ୍ରୀ ଆଶ୍ରୟସ୍ଥଳୀ ଓ ଦୋକାନ ବଜାରର ଅଭାବ ପରିଲିକ୍ଷିତ ହେଉଛି । ତେଣୁ ହାତଗଣତି କେତୋଟି ରାତ୍ରୀକାଳୀନ ଯାତ୍ରୀବାହୀ ବସ୍କୁ ଛାଡିଦେଲେ ଅନ୍ୟ କୌଣସି ଯାତ୍ରୀବାହୀ ବସ୍ ସେଠାକୁ ଯାଉନଥିବାରୁ ସେଠାରେ କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହେବାରେ ଲାଗିଛି । ତେବେ ସ୍ଥାନୀୟ ପ୍ରଶାସନର ବେପରୁଆ ନୀତି ଯୋଗୁଁ କୋଟି କୋଟି ଟଙ୍କାରେ ନିର୍ମିତ ଏହି ନୂତନ ବସ୍ଟିର୍ମିନାଲଟି ସାଧାରଣ ଲୋକଙ୍କ ବ୍ୟବହାରରେ ଲାଗି ପାରୁନଥିବା ଅଭିଯୋଗ ହେଉଛି । ସେହିପରି ବଡବିଲରେ ଦକ୍ଷିଣ ପୂର୍ବ ରେଳ ବିଭାଗ ପକ୍ଷରୁ ଫ୍ଲାଇଭର ବି୍ରଜ୍ ନିର୍ମାଣ ନିମନ୍ତେ ଖୁବ୍ ଶୀଘ୍ର ଏହି ପ୍ରକଳ୍ପ ଆରମ୍ଭ ହେବ । ଏହା ଦ୍ୱାରା ରେଳବିଭାଗ ଜମି ଉପରେ ଥିବା ପୁରୁଣା ବସ୍ଷ୍ଟାଣ୍ଡ ଉଚ୍ଛେଦ ହେବା ସୁନିଶ୍ଚିତ ହୋଇ ପଡିଥିବାରୁ ନୂତନ ଟିର୍ମିନାଲକୁ ବ୍ୟବହାରଯୋଗ୍ୟ କରାଯିବା ନିମନ୍ତେ ବିଭିନ୍ନ ମହଲରେ ଦାବି ହେଉଛି ।




Powered by odothemes.com