IMG-20180516-WA0035

ରଡ଼ିଗୁମାରେ ମାଓପୋଷ୍ଟର

57

ବାଲିଗୁଡା,୧୬ା୫(ଆପ୍ର): ସୁରକ୍ଷାବଳ ସହ ଗୁଳିବିନିମୟରେ ୫ ମାଓବାଦୀଙ୍କ ମୃତୁ୍ୟ ଘଟଣା ପରେ ବି କନ୍ଧମାଳ ଜିଲ୍ଲାରେ ମାଓବାଦୀମାନେ ସେମାନଙ୍କ ଉପସ୍ଥିତି ରହିଛି ବୋଲି ଜାହିର କରିବାରେ ଲାଗିଛନ୍ତି । ଆଜି କନ୍ଧମାଳ ଜିଲ୍ଲା କୋଟଗଡ ଥାନା ଅନ୍ତର୍ଗତ ରଡିଗୁମା ନୂଆଗାଁରେ ମାଓବାଦୀ (ବି.ଜି.ଏନ୍ ବଂଶଧାରା ଘୁମୁସୁର ନାଗାବଳୀ) ସଦସ୍ୟମାନେ ଗଛ ପକାଇ ରାସ୍ତା ଅବରୋଧ କରିଛନ୍ତି । ଗଛ ରାସ୍ତାରେ ପକାଇବା ସହ ରାସ୍ତାରେ ଥିବା ଗଛ ଗୁଡିକରେ ମାଓ ପୋଷ୍ଟର ଲଗେଇଛନ୍ତି । ରାସ୍ତା ଅବରୋଧ ଯୋଗୁଁ କୋଟଗଡ, ତୁମୁଡିବନ୍ଧ, ମୁନିଗୁଡା ମୁଖ୍ୟ ରାସ୍ତାରେ ମଙ୍ଗଳବାର ରାତିଠାରୁ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି । ଗାଡିଗୁଡିକ ବାଧ୍ୟ ହୋଇ ଫେରି ଆସିଥିବା ଜଣା ପଡିଛି । ବ୍ୟାନରରେ ଉଲ୍ଲେଖ ରହିଛି । ଯେ ଶହୀଦ ରକ୍ତ କେବେ ବୃଥା ହେବନି । ବଲାଙ୍ଗୀରର ବରକାମାଳ ଓ କନ୍ଧମାଳର ସୁଡୃକୁମ୍ପା ଶହୀଦ କ୍ରମେଡ଼ ଅମର ରହେ । ବଲାଙ୍ଗୀର ଜିଲ୍ଲା ବରକାମାଳ ର ବୀର ଶହୀଦ କ୍ରମେଡ଼ ସଞ୍ଜୟ (ଡିଭିସିଏମ୍) ରାକେଶ (ଏସିଏମ୍)କୁ ଲାଲ ସଲାମ୍ କନ୍ଧମାଳ ଜିଲ୍ଲା ଖଜୁରୀପଡା ଅସଙ୍ଖଳର ସୁଡୃକୁମ୍ପାଠାରେ ଶହୀଦ ହୋଇଥିବା ସାଥୀଙ୍କୁ ଲାଲ ସଲାମ ବୋଲି ପୋଷ୍ଟରରେ ଲେଖା ହେବା ସହିତ ଶହୀଦଙ୍କ ଅଧୁରା ସ୍ୱପ୍ନକୁ ସାକାର କରିବା ପାଇଁ ଆଗେଇ ଆସିବାକୁ ଜନସାଧାରଣଙ୍କୁ ଅହ୍ୱାନ ଦେଇଛନ୍ତି । ସରକାରୀ ଭଡାଟିଆ ଉପରେ ଆକ୍ରମଣ କରି ବରକାମାଳ ଓ ସୁଡୃକୁମ୍ପା ମାଓବାଦୀ ବିପ୍ଲବୀଙ୍କ ହତ୍ୟାର ବଦଲା ନେବା ସହିତ ବିପ୍ଲବୀ ହତ୍ୟାକାରୀ, ଜନ ଆନେ୍ଦାଳନର ଦମନକାରୀ, ଅତ୍ୟାଚାରୀ ଫାଶୀବାଦୀ ନବୀନ-ମୋଦି ସରକାର ମୁର୍ଦ୍ଦାବାଦ ବୋଲି ପୋଷ୍ଟରରେ ଲେଖା ହେବା ସହିତ ବି.ଜି.ଏମ୍. ଡିଭିଜନାଲ କମିଟି ଭାକପା (ମାଓବାଦୀ) ବୋଲି ଉଲ୍ଲେଖ ରହିଛି । ରଡିଗୁମା ନୂଆଗାଁ ଅଞ୍ଚଳର ଲୋକ,ାମନେ ଭୟଭିତ ଥିବା କହିଛନ୍ତି । ମଙ୍ଗଳବାର ଦିନ ରାତିରେ ଗଛ ପକାଇ ଅବରୋଧ କରିଥିବା ସଂପର୍କରେ ଆମେ ସକାଳୁ ଜାଣିବାକୁ ପାଇଲୁ । ଏଥିଯୋଗୁଁ ଅଞ୍ଚଳରେ ଲୋକ ଭୟଭିତ ଥିବା କହିଛନ୍ତି । କନ୍ଧମାଳ ଜିଲ୍ଲା ଗତ ୧୩ ତାରିଖରେ ଖଜୁରୀପଡା ଥାନା ଅନ୍ତର୍ଗତ ସୁଡୃକୁମ୍ପାରେ ପୋଲିସ ଏନକାଉଣ୍ଟରରେ ୫ ଜଣ ମାଓବାଦୀ ନିହତ ପରେ ଲାଲ ବାହିନୀ ଜିଲ୍ଲାରେ ବଡଧରଣର ଅଘଟଣ ଘଟାଇବା ପାଇଁ ଯୋଜନା କରୁଥିବା ସନେ୍ଦହ କରାଯାଉଛି । କୋଟଗଡ, ତୁମୁଡିବନ୍ଧ, ବାଲିଗୁଡ଼ା ଓ ଦାରିଙ୍ଗବାଡି ଥାନା ଅଞ୍ଚଳରେ ମାଓବାଦୀ ତରଫରୁ ଗାଁ ଗାଁରେ ଘନଘନ ବୈଠକ କରି ଜନସାଧାରଣଙ୍କ ସମର୍ଥନ ଯୋଗାଡ କରୁଥିବା ପ୍ରୟାସ କରୁଛନ୍ତି ।




Powered by odothemes.com