Suchana-Bhawan-Ra-Gitagobinda-sadana-Thare-Commerce-&-Transport-O-Rural-development-ra-Press-Meet-(1)

ମାର୍ଚ୍ଚ ୨୦୧୯ ସୁଦ୍ଧା ୪୩୪ ଗାଁକୁ ସବୁଦିନିଆ ରାସ୍ତା

138

ଭୁବନେଶ୍ୱର (ବୁ୍ୟରୋ): ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର କାର୍ଯ୍ୟକାରିତା ଦିଗରେ ବିଭାଗ ଗୁଡ଼ିକ କେତେ ସଫଳତା ହାସଲ କରିଛନ୍ତି, ସେଗୁଡ଼ିକର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିଛନ୍ତି । ସମୀକ୍ଷାକ୍ରମର ଅଷ୍ଟମ ଦିନରେ ପହଞ୍ଚିଥିବା ବେଳେ ବୁଧବାର ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗ୍ରାମ୍ୟ ଉନ୍ନୟନ ଏବଂ ବାଣିଜ୍ୟ ଓ ପରିବହନ ବିଭାଗର ସମୀକ୍ଷା କରିଥିଲେ । ମନ୍ତ୍ରୀ ଶ୍ରୀ ଆରୁଖ୍ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ବର୍ତ୍ତମାନ ସୁଦ୍ଧା ୮୨୦ କୋଟି ଟଙ୍କା ବିନିଯୋଗ କରାଯାଇଛି । ଏହି ଅର୍ଥରେ ୧,୨୫୪ କି.ମି ରାସ୍ତାର ନିର୍ମାଣ କରାଯାଇ ୩ଠ୩ଟି ଗ୍ରାମକୁ ସବୁଦିନିଆ ରାସ୍ତା ଦ୍ୱାରା ସଂଯୋଗ କରାଯାଇଛି । ଚଳିତବର୍ଷ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ୩୭୫ଟି ଗ୍ରାମକୁ ସଂଯୋଗ କରିବା ପାଇଁ ୩୨ଠଟି ରାସ୍ତା ନିର୍ମାଣ କରାଯିବାର ଯୋଜନା ରହିଛି । ଏଥିପାଇଁ ୭ଶହ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଚଳିତ ଆର୍ଥିକ ବର୍ଷରେ ସମୁଦାୟ ୫୫୧କୋଟି ଟଙ୍କା ବିନିମୟରେ ୩୭୨ଟି ରାସ୍ତା ନିର୍ମାଣ କରାଯାଇ ୪୩୪ଟି ଗ୍ରାମକୁ ସବୁଦିନିଆ ରାସ୍ତା ଯୋଗାଇଦେବା ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ସେହିଭଳି ବିଜୁସେତୁ ଯୋଜନାରେ ଗତ ୪ବର୍ଷ ମଧ୍ୟରେ ୧୪୨୮କୋଟି ଟଙ୍କା ବିନିମୟରେ ୪୬୪ଟି ସେତୁ ନିର୍ମାଣ କରାଯାଇଛି । ଚଳିତ ଆର୍ଥିକ ବର୍ଷରେ ଅତିରିକ୍ତ ୨୫୦ଟି ନୂତନ ସେତୁ ନିର୍ମାଣ କରାଯାଇଛି । ସେହିଭଳି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଗତ ୧୮ବର୍ଷ ମଧ୍ୟରେ ପ୍ରାୟ ୧୯୬୧୮ କୋଟି ଟଙ୍କା ବିନିଯୋଗ କରାଯାଇ ରାଜ୍ୟରେ ୧୬୧୩୩ ଗ୍ରାମ ପାଇଁ ୪୬୯୭୩ କି.ମି ଉନ୍ନତମାନର ସବୁଦିନିଆ ରାସ୍ତା ନିର୍ମାଣ କରାଯାଇଛି । ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାଜ୍ୟ ୨୦୧୭-୧୮ ଆର୍ଥିକ ବର୍ଷରେ ୭,୧୭୬ କି.ମି ରାସ୍ତା କାର୍ଯ୍ୟ ନିର୍ମାଣ କରି ପ୍ରଥମ ସ୍ଥାନ ଅଧିକାର କରିଛି । ସେହିଭଳି ଗ୍ରାମାଞ୍ଚଳ କୋଠବାଡ଼ି ନିର୍ମାଣ କ୍ଷେତ୍ରରେ ଗତ ୪ବର୍ଷ ମଧ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ପାଇଁ ୧୭୫ଟି ଆର୍ଦଶ ବିଦ୍ୟାଳୟ, ରାଜସ୍ୱ ଓ ବିପର୍ଯ୍ୟୟ ପ୍ରସମନ ବିଭାଗ ପାଇଁ ୯ଟି ତହସିଲ କାର୍ଯ୍ୟାଳୟ, ୨୯୬ଟି ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପାଇଁ ୧୫ଠ୩ଟି ପିଏଚ୍ସି, ସିଏଚ୍ସି, ସବ୍ସେଣ୍ଟର, ଆୟୁର୍ବେଦିକ୍, ହୋମିଓପାଥି, ଡିସ୍ପେନସେରୀ, ୪ଟି ୩୦ ଶଯ୍ୟା ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତୀ ହସ୍ପିଟାଲର ନିର୍ମାଣ କାର୍ଯ୍ୟ ସମ୍ପୁର୍ଣ୍ଣ ହୋଇଛି । ମନ୍ତ୍ରୀ ନୃସିଂହ ଚରଣ ସାହୁ କହିଛନ୍ତି ଯେ, ରାଜ୍ୟରେ ରାଜସ୍ୱ ଆଦାୟ କ୍ଷେତ୍ରରେ ବୃଦ୍ଧି କରିବା ପାଇଁ ଓଡ଼ିଶା ମୋଟର ଯାନ ଟିକସ ଆଇନରେ ପରିବର୍ତ୍ତନ କରାଯାଇଛି । ଯାହା ଦ୍ୱାରା ୨୦୧୭-୧୮ ଆର୍ଥିକ ବର୍ଷରେ ମୋଟର ଯାନ ଟିକସ ଆଦାୟ କ୍ଷେତ୍ରରେ ଆଶାତିତ ବୃଦ୍ଧି ପାଇଛି । ରାଜ୍ୟରେ ଯାତ୍ରୀ ପରିବହନ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ବିଜୁ ଗାଁ ଗାଡି ଯୋଜନା ଆରମ୍ଭ କରିଛନ୍ତି । ମାଓ ଅଧୁ୍ୟଷିତ ଜିଲ୍ଲା ଗୁଡ଼ିକରେ ଓଡ଼ିଶା ପରିବହନ ନିଗମ ମାଧ୍ୟମରେ ୭୩ଟି ରୁଟ୍ରେ ୯୫ଟି ବସ ଚଳାଚଳ କରୁଛି । ରାଜ୍ୟର ୬ଟି ଜିଲ୍ଲା ବ୍ୟତିତ ଅନ୍ୟ ସବୁ ଜିଲ୍ଲାରେ ରେଳ ସଂଯୋଗ ହୋଇପାରିଛି । ୨୦୧୯ ଜୁନ୍ ସୁଦ୍ଧା କେନ୍ଦ୍ରାପଡ଼ା ଜିଲ୍ଲାକୁ ରେଳ ସଂଯୋଗ ଦିଆଯିବ ବୋଲି କହିଛନ୍ତି ।
ସେହିଭଳି ବାକି ରହିଥିବା ୫ଟି ଜିଲ୍ଲାରେ ରେଳ ସଂଯୋଗ ଲାଗି ରାଜ୍ୟ ସରକାର ମାଗଣାରେ ଜମି ତଥା ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି । କଳାହାଣ୍ଡି ଜିଲ୍ଲାରେ ଏକ ବିଦୁ୍ୟତ ରେଳଇଞ୍ଜିନ ମରାମତି କାରଖାନା ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ମାଗଣାରେ ଜମି ଯୋଗାଇ ଦେଇଛନ୍ତି । ସେହିଭଳି ବାଣିଜ୍ୟ କ୍ଷେତ୍ରରେ ସରକାରୀ ତଥା ବେସରକାରୀ ସହଭାଗିତାରେ ରାଜ୍ୟରେ ଥିବା ବନ୍ଦର ଗୁଡ଼ିକର ସଂପ୍ରସାରଣ କାର୍ଯ୍ୟ ହାତକୁ ନିଆଯାଇଛି । ଧାମରା ବନ୍ଦରର ଦ୍ୱିତୀୟ ପର୍ଯ୍ୟାୟ ସଂପ୍ରସାରଣ ଦୃତ ଗତିରେ ଚାଲୁଛି । ଯାହାଦ୍ୱାରା ୩୩୪ ନିୟୁତ ମେଟ୍ରିକ୍ ଟନ ପଣ୍ୟ କାରବାର ହୋଇପାରିବ । ସେହିଭଳି ବିପଦପୂର୍ଣ୍ଣ ନୌଯାତ୍ରୀଙ୍କୁ ଯାତ୍ରାକାଳୀନ ସୁରକ୍ଷା ଯୋଗାଇ ଦେବା ପାଇଁ ସହିଦ ବାଜୀ ରାଉତ ନୌଯାତ୍ରା ସୁରକ୍ଷା ଯୋଜନା ପ୍ରଣୟନ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସାହୁ ସୂଚନା ଦେଇଛନ୍ତି ।




Powered by odothemes.com