News-9-(1)

ସୁୁନା ଉପରେ ବେଆଇନ ବନ୍ଧ ନିର୍ମାଣକୁ ବିରୋଧ

117

ବଡବିଲ,୧୬ ।୫(ଆପ୍ର): ଜୋଡ଼ା ବ୍ଲକ ରୁଗୁଡି ଥାନା ଅନ୍ତର୍ଗତ ଚୋରମାଲଦା ଅଞ୍ଚଳରେ ସୁନାନଦୀ ଉପରେ ଚାଲିଥିବା ବେଆଇନ ବନ୍ଧ ନିର୍ମାଣ କୁ ବିରୋଧ କରି ନିକଟସ୍ତ ଗ୍ରାମବାସୀ ଲଙ୍କା କାଣ୍ଡ ଭିଆଇଛନ୍ତି । ସୁନା ନଦୀ ଉପରେ ନିର୍ଭର କରୁଥିବା ଜିଲ୍ଲାର ଲକ୍ଷାଧିକ ଲୋକ ଏହା ଦ୍ୱାରା ପ୍ରଭାବିତ ହେବାର ଆଶଙ୍କା ଥିବା ବେଳେ ଏହି ନିର୍ମଣ କାର୍ଯ୍ୟକୁ ବିରୋଧ କରି ରୋଇଡା ଗା୍ରମ ପଙ୍ଚାୟତର ମାଙ୍କଡ ହାଟିଂ, କ୍ୟାମ୍ପ ହାଟିଂ, କୋହ୍ଲ ରୋଇଡା, କୁନ୍ଦୁରୁପାଣି, ଚୋରମାଲଦା ଓ ଆଖପାଖ ଅଚଂଳର ଶତାଧିକ ମହିଳା ଓ ପୁରୁଷ ଏହି ନିର୍ମାଣ କାର୍ଯ୍ୟ କୁ ବିରୋଧ କରି ଏଥିରେ ନିୟୋଜିତ ଥିବା ବିଭିନ୍ନ ପ୍ରକାର ମେସିନ କୁ ଜାଳିପୋଡି ଛାରଖାର କରିବା ସହ ମାଟି ଦ୍ୱାରା ଅସ୍ଥାୟୀ ଭାବେ ନିର୍ମାଣ କରାଯାଇଥିବା ବନ୍ଧକୁ ଭାଙ୍ଗି ନଦୀ ସୋ୍ରତକୁ ସ୍ୱବାଭିକ ଭାବେ ଛାଡିଦେଇଥିଲେ । ଏହି ବନ୍ଧ ନିର୍ମାଣକୁ ବିରୋଧ କରି ଗ୍ରାମବାସୀ ବ୍ୟାପକ ପ୍ରଭାବିତ ହେବାର ଆଶଙ୍କା କରି ସରକାରଙ୍କ ନିୟମ ମୁତାବକ ଗ୍ରାମସଭା କରି ପ୍ରକଳ୍ପ କାମ ଆଗେଇବାକୁ ଦାବି କରିଥିଲେ । ତେବେ କମ୍ପାନି କତୃପକ୍ଷ ଗ୍ରାମଗାସୀଙ୍କ ଅଭିଯୋଗକୁ ବେଖାତିର କରି ନିର୍ମାଣ କାର୍ଯ୍ୟ ଚାଲୁରଖିଥିବାରୁ ସ୍ଥାନିୟ ଗ୍ରାମବାସିୀ ଉ୍ୟକ୍ତ ହୋଇ ଗ୍ରାମବାସୀ ନିର୍ମାଣସ୍ଥଳରେ ପହଞ୍ଚି ବ୍ୟାପକ ଜଳାପୋଡା କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଚୋରମାଲଦା ନିକଟରେ ପ୍ରଭାବିତ ହେଉଥିବା ଚିରେସ୍ରାତା ସୁନା ନଦୀ ଗର୍ଭରେ ଟିସ୍କୋ କମ୍ପାନୀ ବେଆଇନ ଭାବେ ବନ୍ଧ ବାନ୍ଧି ପ୍ରସ୍ଥାବିତ ଲୌହ ବିଶୋଧନାଗାର ଶିଳ୍ପ ରେ ବ୍ୟବହାର ନିମନ୍ତେ ସୁନା ନଦୀର ଜଳକୁ ବ୍ୟବହାର ନିମନ୍ତେ ବନ୍ଧ ବାନ୍ଧି ସୁନା ନଦି ଜଳକୁ ନେବାର ଉଦ୍ୟମକୁ ଗ୍ରାମବାସୀମାନେ ବିରୋଧ କରିଥିଲେ । ତେବେ କମ୍ପାନି କତୃପକ୍ଷ କେତେକ ପ୍ରଶାସନିକ ଅଧିକାରୀ ଙ୍କୁ ହତେଇ ଏପରି ବେଆଇନ କାର୍ଯ୍ୟ କରୁଥିବା ବେଳେ ପ୍ରଶାସନିକ ଅଧିକାରୀ ମାନେ ମଧ୍ୟ ଏପରି କାର୍ଯ୍ୟକୁ ନିରବ ସମର୍ଥନ କରୁଥିବା ଅଭିଯୋଗ ହେଉଛି । ଏନେଇ ଟିସ୍କୋ କମ୍ପାନୀ ତରଫରୁ ରୁଗୁଡି ଥାନାରେ ଅଭିଯୋଗ କରିଥିବା ବେଳେ ନଦୀରେ ବନ୍ଧ ନିର୍ମାଣ କାର୍ଯ୍ୟ କୁ ନ ଦର୍ଶାଇ କେବଳ ନିର୍ମାଣ କାର୍ଯ୍ୟ କୁ ବିରୋଧ କରି ଗ୍ରାମବାସୀ ମାନେ ଜଳାପୋଡା କରିଥିବା ମିଥ୍ୟା ଅଭିଯୋଗ କରିଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ତେବେ ଏ ନେଇ ବଡବିଲ ସିଭିଲ ସେସାଇଟିର ଉପଦେଷା ଶ୍ରୀ ଅଶୋକ ଠକ୍କର କହିଛନ୍ତି ଯେ ବର୍ଷ ବର୍ଷ ଧରି ଜୋଡା ବଡବିଲ ଅଚଳର ଜୀବନରେଖା କୁହାଯାଉଥିବା କାରୋ ଓ ସୁନା ନଦୀକୁ ଶିଳ୍ପପତି ମାନଙ୍କ ଦ୍ୱାରା ଲୁଟ କରାଯାଉଥିବା ଅଭିଯୋଗ କରିବା ସହ ଟିସ୍କୋ କମ୍ପାନି ଦ୍ୱାରା କରାଯାଉଥିବା ବନ୍ଧ ନିର୍ମାଣ କୁ ଘୋର ବିରୋଧ କରି ଆଗାମୀ ଦିନରେ ଏହି ନିର୍ମାଣ କାର୍ଯ୍ୟ ବନ୍ଧ କରାନଗଲେ ଜନ ଆନେ୍ଦାଳନ ତେଜିବ ଓ ଏନ.ଜି. ଟି ନିକଟରେ ଅଭିଯୋଗ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।




Powered by odothemes.com