aafdsaf

ମୁଖ୍ୟମନ୍ତ୍ରୀ, ପୂର୍ତ୍ତମନ୍ତ୍ରୀ ଓ ସାଂସଦଙ୍କୁ ଦାବିପତ୍ର ପ୍ରଦାନ ନିଷ୍ପତ୍ତି

24

ବାଲିପଡ଼ା-ନୂଆପଡ଼ା ବ୍ରାହ୍ମଣୀ ନଦୀରେ ସେତୁ ପାଇଁ ବୈଠକ
ଢେଙ୍କାନାଳ,୧୬ା୫(ଆପ୍ର): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍ ଭଏରପୁର ପଞ୍ଚାୟତ ଅନ୍ତର୍ଗତ ବୋଲୁଅ ପାଲାମଣ୍ଡପରେ ପୁଣି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି ମାଧବାନନ୍ଦ ପାଳଙ୍କ ସଭାପତିତ୍ୱରେ ବୈଠକରେ ଭଏରପୁର, ବୁଢ଼ିବିଲି, ଜଗନ୍ନାଥପୁର ଏବଂ ବାଙ୍କୁଆଳ ପଞ୍ଚାୟତର ଗାଁ କମିଟି ସଭାପତି ଓ ନେତୃସ୍ଥାନୀୟ ବ୍ୟକ୍ତିମାନେ ଯୋଗ ଦେଇଥିଲେ । ବ୍ରାହ୍ମଣୀ ନଦୀର ବାଲିପଡ଼ା-ନୂଆପଡ଼ା ମଧ୍ୟରେ ନଦୀ ସଂକୀର୍ଣ୍ଣ ଥିବାରୁ ସେତୁ ନିର୍ମାଣ ପାଇଁ ଏହା ପ୍ରକୃଷ୍ଟ ସ୍ଥାନ ବୋଲି ମତପ୍ରକାଶ ପାଇଥିଲା । ଶହ ଶହ ବର୍ଷ ଧରି ଏହି ବାଲିପଡ଼ା-ନୂଆପଡ଼ା ନଦୀଘାଟ ରହିଥିବାରୁ ଉଭୟପାଶ୍ୱର୍ରେ ଆପ୍ରୋଚ ରୋଡ୍ର ସମସ୍ୟା ନଥିବା ଏବଂ ଏଥିପାଇଁ କୌଣସି ଜମି ଅଧିଗ୍ରହଣ କରିବାକୁ ପଡ଼ିବ ନାହିଁ ବୋଲି ସ୍ଥାନୀୟ ଅଞ୍ଚଳର ବ୍ୟକ୍ତିମାନେ ବକ୍ତବ୍ୟ ଦେଇଥିଲେ । ସେତୁ ନିର୍ମାଣ ହେଲେ ଜିଲ୍ଲା ସଦର ମହକୁମାକୁ ସେତୁଠାରୁ ୨୩ କିମି, ଚହଟାଘାଟ ସେତୁ ଦେଇ କଟକକୁ ୫୫ କିମି ଏବଂ ରାଜ୍ୟ ରାଜଧାନୀକୁ ୮୧ କିମି ଦୂରତା ମଧ୍ୟରେ ପହଞ୍ଚô ହେବ । କାମାକ୍ଷାନଗର ନିର୍ବାଚନ ମଣ୍ଡଳୀର ନଦୀ ଅପରପାଶ୍ୱର୍ରେ ଥିବା ବଣସିଂହ ଏବଂ ରାଧାଦେଈପୁର ପଞ୍ଚାୟତ କାମାକ୍ଷାନଗର ସହରକୁ ଢେଙ୍କାନାଳ ଦେଇ ୬୦ କିମି ହେଉଥିବାରୁ ପ୍ରସ୍ତାବିତ ସେତୁ ନିର୍ମାଣ ହେଲେ ୩୦ କିମି ହ୍ରାସ ପାଇପାରିବ । ଏହି ସେତୁ ଦ୍ୱାରା କାମାକ୍ଷାନଗର ନିର୍ବାଚନ ମଣ୍ଡଳୀରେ ଥିବା ସଦର ବ୍ଲକର ୬ଟି ପଞ୍ଚାୟତ ତରଭା, ନୂଆଗାଁ, ଚାଉଳିଆ, ସୋଗରପଶି, ବଣସିଂହ, ରାଧାଦେଈପୁର ଆଦିକୁ କାମାକ୍ଷାନଗର ସହ ସଂଯୋଗ ସ୍ଥାପନରେ ସହାୟକ ହୋଇପାରିବ । ସେତୁ ନିର୍ମାଣର ବିଭିନ୍ନ ଯୁକ୍ତିକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ସହମତି ପ୍ରକାଶ ପାଇବା ପରେ ସ୍ଥାନୀୟ ବିଧାୟକ ତଥା ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଢେଙ୍କାନାଳ ସାଂସଦ ତଥାଗତ ସତପଥୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପୂର୍ତ୍ତ ସଚିବଙ୍କୁ ଦାବିପତ୍ର ପ୍ରଦାନ ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ବୈଠକରେ ବିଜେଡି ନେତା ପୂର୍ଣ୍ଣଚନ୍ଦ୍ର ମହାନ୍ତିଙ୍କ ସମେତ ଛାୟାକାନ୍ତ ନାୟକ, ଅଜିତ୍ ଲେଙ୍କା, ରଗଡ଼ିପଡା ଗ୍ରାମ ସଭାପତି ଦୁର୍ଯେ୍ୟାଧନ ନାୟକ, ଗୋଡ଼ା ଗ୍ରାମ ସଭାପତି ଅଲେଖ ଚନ୍ଦ୍ର ସ୍ୱାଇଁ, ବୋଲୁଅ ଗାଁ କମିଟି ସଭାପତି ଗତିକୃଷ୍ଣ ରାଉତ, ଭଏରପୁର ସଭାପତି ସତ୍ୟାନନ୍ଦ ନାୟକ, ବୁଢ଼ିବିଲିର ଗୟାଧର ବେହେରା, ବିଜେପି ନେତା ଚିତ୍ତରଞ୍ଜନ ହୋତା, ଦୁର୍ଯେ୍ୟାଧନ ବେହେରା, ପ୍ରଭାକର ବେହେରା, ଦର୍ପଦଳନ ଦାସ, ଶ୍ରୀବତ୍ସ ବେହେରା, ବାଙ୍କୁଆଳ ସମିତିସଭ୍ୟ କେଶବ ଲେଙ୍କା, ପିଣ୍ଡିକା ଦାସଙ୍କ ସମେତ ବ୍ରାହ୍ମଣୀ ଅପରପାଶ୍ୱର୍ ସେତୁ କ୍ରିୟାନୁଷ୍ଠାନ କମିଟିର ଆବାହକ ଡା. ଶାନ୍ତିଭୂଷଣ ପଣ୍ଡା, ଶିଶିର ଶତପଥୀ, ରାମଚନ୍ଦ୍ର ବେହେରା, ବାସୁଦେବ ବେହେରା, ବିଛନ୍ଦ ଚରଣ ସ୍ୱାଇଁ, ସର୍ବେଶ୍ୱର ବ୍ରହ୍ମା, ବିପିନ ବରାଳ, ଆର୍ତ୍ତବନ୍ଧୁ ମଲ୍ଲିକଙ୍କ ସମେତ ବହୁ କର୍ମକର୍ତ୍ତା ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।




Powered by odothemes.com