News-7---Rail-way-lokapailot-strike-6

ତୃତୀୟ ଦିନରେ ରେଳଚାଳକଙ୍କ ଆନେ୍ଦାଳନ

41

କେନ୍ଦୁଝରଗଡ,୧୬ା ୫(ଆପ୍ର): ରେଳ ଚାଳକଙ୍କ ଆନେ୍ଦାଳନ ତୃତୀୟ ଦିନରେ । ଅଲ୍ ଇଣ୍ଡିଆ ଲୋକ ରନିଂ ଷ୍ଟାଫ୍ ଆସୋସିଏସନ୍ସ ଆହ୍ୱାନ କ୍ରମେ ୧୪ରୁ ଆରମ୍ଭ ହୋଇଥିବା କଳା ବ୍ୟାଚ ପରିଧାନ ଏବଂ ବିଦ୍ରୋହ ତୃତୀୟ ଦିନରେ ପହଞ୍ଚିଛି । ସମଗ୍ର ଭାରତରେ ଥିବା ରେଳମଣ୍ଡଳାଧିଶଙ୍କ କାର୍ଯ୍ୟାଳୟ ସମ୍ଭୁଖରେ କଳାବ୍ୟାଚ ପରିଧାନ କରି ରେଳ ଚାଳକ ଓ ସହଚାଳକ ମାନେ ଭିକ୍ଷୋବ ପ୍ରଦର୍ଶନ କରିବା ସହ ବିଭିନ୍ନ ଦାବି ଗୁଡିକ ସଂପର୍କରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ, ରେଳ ମନ୍ତ୍ରୀ ଏବଂ ରେଳ ବୋର୍ଡ ଚ୍ୟାରମ୍ୟାନଙ୍କ ଉଦେ୍ଦଶ୍ୟରେ ଡିଆର୍ଏମ୍ଙ୍କ ଜରିଆରେ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଏହା ସହିତ ଦେଶର ବିଭିନ୍ନ ସ୍ଥାନରେ ଥିବା କ୍ରୁଲ ଲୋବି ମାନଙ୍କରେ ଏହାକୁ ସମର୍ଥନ କରି ରେଳ ଚାଳକ ଗଣଭିକ୍ଷୋବ ପ୍ରଦର୍ଶନ କରିଛନ୍ତି । ଅନୁରୂପ ଭାବେ ପୂର୍ବତଟ ରେଳପଥ ଅନ୍ତର୍ଗତ ଖୋର୍ଦ୍ଧାରୋଡ ମଣ୍ଡଳ ଅଧିନସ୍ତ ପାରାଦିପ, ତାଳେଚେର, ଭଦ୍ରକ, ଯଖପୁରା, ପୋଲାସା, କଟକ, ଢେଙ୍କାନାଳ, ଖୋର୍ଦ୍ଧାରୋଡ, ଜଟଣୀ ଏବଂ କେନ୍ଦୁଝରଗଡ ଲବିରେ କାର୍ଯ୍ୟରତ ଥିବା ରେଳ ଚାଳକ ଏବଂ ସହ ଚାଳକ କଳା ବ୍ୟାଚ ପରିଧାନ କରି ବିଦ୍ରୋହ ପ୍ରଦର୍ଶନ ଜାରି ରଖିଛନ୍ତି । ୨୦୧୬ ମସିହାରୁ ସପ୍ତମ ବେତନ ଲାଗିବା ସହ ସମସ୍ତ କର୍ମଚାରୀଙ୍କୁ ଟିଏ ପ୍ରଦାନ କରାଯାଇଥିବା ବେଳେ ଦୁଇ ବର୍ଷ ବିତି ଯାଇଥିଲେ ମଧ୍ୟ ରେଳ ଚାଳକଙ୍କୁ ମାଇଲେଜ, ଭତା ପ୍ରଦାନ କରାଯାଇ ନାହିଁ । ଏଣୁ ୧୯୮୦ ମସିହା ଆର୍ଏସି ନିୟମକୁ ଭିତ୍ତିି କରି ତୁରନ୍ତ ମାଇଲେଜ ଭତ୍ତା ପ୍ରଦାନ କରିବା । ରେଳ ଇଞ୍ଜିଂନରୁ ୫୬ଡିଗ୍ରୀ ତାପମାତ୍ରାରୁ ରକ୍ଷା ପାଇବା ପାଇଁ ଡ୍ରାଇଭିଂ କ୍ୟାବ୍କୁ ଶୀତ ତାପ ନିୟନ୍ତ୍ରୀତ କରିବା, ସମସ୍ତ ରେଳ ଚାଳକଙ୍କ କାର୍ଯ୍ୟକୁ ୮ଘଣ୍ଟାରେ ସୀମିତ ରଖିବା, ପିଆର ଭାବେ ମିଳୁଥିବା ବିଶ୍ରାମକୁ ୩୦ରୁ ୪୦ଘଣ୍ଟାକୁ ବୃଦ୍ଧି କରିବା, ସହ ଚାଳକଙ୍କ ଗ୍ରେଡପେକୁ ୧୯୦୦ରୁ ୨୮୦୦କୁ ବୃଦ୍ଧି କରିବା, ନୂତନ ଏନ୍ପିଏସ୍ ଯୋଜନାକୁ ହଟାଇ ପୁରାତନ ପେନ୍ସନ୍ ଯୋଜନାକୁ କାର୍ଯ୍ୟକାରି କରିବା, ସହଚାଳକଙ୍କୁ ଦିଆ ଯାଉଥିବା ଟୁଲ୍ କିଟକୁ ତୁରନ୍ତ ଅପସାରଣ କରି ରେଳ ଇଞ୍ଜିନରେ ଏହାକୁ ରଖିବାର ବ୍ୟବସ୍ଥା କରିବା, ନାଲି ସଙ୍କେତକୁ ଅତିକ୍ରମ କରିବାର ଦଣ୍ଡ ବିଧାନକୁ ଲାଘବ କରିବା ଆଦି ଦାବି ନେଇ ରେଳ ଚାଳକ କଳା ବ୍ୟାଚ ପରିଧାନ ଏବଂ ବିଦ୍ରୋହ ଜାରୀ ରଖିଛନ୍ତି । ଦାବି ପୂରଣ ନହେଲେ ଆଗାମୀ ଦିନରେ ସମସ୍ତ ରେଳ ଚାଳକ ସମ୍ପୂର୍ଣ୍ଣ ରେଳ ଚଳାଚଳକୁ ବନ୍ଦ କରିଦେବେ ବୋଲି ନିଷ୍ପତ୍ତିି ନେଇଛନ୍ତି ।




Powered by odothemes.com