ଶୁଖାସୋଡ଼ାରୁ ଆରମ୍ଭ କରିବେ ମୁଖ୍ୟମନ୍ତ୍ରୀ | ସର୍ବସାଧାରଣ ଖବରକାଗଜ
bjd

ଶୁଖାସୋଡ଼ାରୁ ଆରମ୍ଭ କରିବେ ମୁଖ୍ୟମନ୍ତ୍ରୀ

31

ଆଜିଠୁ ବିଜେଡିର ମହାନଦୀ ମହାସଂଗ୍ରାମ
ଭୁବନେଶ୍ୱର/ବେଲପାହାଡ଼,୧୫ା୫(ଆପ୍ର): ମହାନଦୀ ସୁରକ୍ଷା ପାଇଁ ବିଜେଡି ମହାନଦୀ ଆନେ୍ଦାଳନକୁ ଜୋରଦାର କରିଛି । ମହାନଦୀ ମହାସଂଗ୍ରାମ ପାଇଁ ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ଆନେ୍ଦାଳନ ଆସନ୍ତାକାଲି (ବୁଧବାର)ଠାରୁ ଆରମ୍ଭ ହେଉଛି । ଛତିଶଗଡ଼ ସରକାର ବେଆଇନଭାବେ ମହାନଦୀ ଉପର ମୁଣ୍ଡରେ ବୃହତ୍ ବ୍ୟାରେଜ ଭଳି ଏକାଧିକ ପ୍ରକଳ୍ପ ନିର୍ମାଣ କରି ଓଡ଼ିଶାକୁ ଜଳପ୍ରବାହ ବନ୍ଦ କରିଛନ୍ତି । ପାନୀୟଜଳ, ଜଳସେଚନ ବହୁମାତ୍ରାରେ ପ୍ରଭାବିତ ହୋଇଛି । ଜଳବିବାଦ ସମାଧାନ ପାଇଁ ଟି୍ରବୁ୍ୟନାଲ ଗଠନ ହୋଇଥିଲେ ବି କେନ୍ଦ୍ର ସରକାର ଜାଣିଶୁଣି ଅବହେଳା କରୁଛନ୍ତିି । ଜଳବିବାଦ ସମାଧାନ ପାଇଁ ବିଳମ୍ବ କରୁଛନ୍ତି । ଏହାର ପ୍ରତିବାଦରେ ପାଇଁ ବିଜୁ ଜନତା ଦଳ ଆସନ୍ତାକାଲିଠାରୁ ୨ୟ ପର୍ଯ୍ୟାୟ ଆନେ୍ଦାଳନ ମହାନଦୀର ପ୍ରବେଶ ଦ୍ୱାର ସୁଖାଶୋଡ଼ା ଗ୍ରାମରୁ ଗଣଆନେ୍ଦାଳନର ରୂପନେଇ ପାରାଦୀପରେ ସମାପନ ହେବ । ଝାରସୁଗୁଡ଼ାଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ସାଧାରଣ ସମ୍ପାଦକ(ଯୁବ ବ୍ୟାପାର) ସଞ୍ଜୟ ଦାସ ବର୍ମା ଏହା କହିଛନ୍ତି । ଏହି ସଚେତନତା ଯାତ୍ରାରେ ଛତିଶଗଡ଼ର ପ୍ରଭାବିତ ହେଉଥିବା ୨୨ଟି ଗାଁର ଚାଷୀ ସାମିଲ ହେବେ ବୋଲି ସେ ସୂଚନା ଦେଇଛନ୍ତି । ଶ୍ରୀ ଦାସବର୍ମା କହିଛନ୍ତି ଯେ ମହାନଦୀ ଅବବାହିକାରେ ଥିବା ଗାଁ ମାନଙ୍କରେ ଲୋକମାନଙ୍କୁ ସଚେତନତା କରାଯିବ । ଓଡ଼ିଶାର ହକ୍‌ ଓ ମହାନଦୀର ସୁରକ୍ଷା ପାଇଁ ଏହି ଜନଜାଗରଣର ମହାସଂଗ୍ରାମରେ ରାଜ୍ୟର ଛାତ୍ର, ଯୁବକ, କୃଷକ, ମତ୍ସ୍ୟଜୀବୀ, ମହିଳା, ବୁଦ୍ଧିଜୀବୀ, ସମସ୍ତ ସାମାଜିକ ସଂଗଠନ, ସବୁ ରାଜନୈତିକ ଗୋଷ୍ଠୀ ଏବଂ ସର୍ବୋପରି ଓଡ଼ିଶାର ସମଗ୍ର ଜନସାଧାରଣ ସକ୍ରିୟ ଭାବେ ସାମିଲ ହେବେ । ସେହିପରି ଛତିଶଗଡ଼ ତଳିଆ ଅଞ୍ଚଳରେ ଥିବା ୨୨ଟି ଗାଁର ଚାଷୀ ଏଥିରେ ସାମିଲ ହେବେ । ମହାନଦୀ ବଞ୍ଚାଅ ଆନେ୍ଦାଳନର ମୁଖ୍ୟ ସଂଯୋଜକ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ ଝାରସୁଗୁଡା, ବରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର, ବଲାଙ୍ଗୀର, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ନୟାଗଡ, କଟକ, ଖୋର୍ଦ୍ଧା, ଯାଜପୁର, କେନ୍ଦ୍ରାପଡା, ପୁରୀ ଓ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ସଭାସମିତି, ପଥପ୍ରାନ୍ତ ସଭା, ସାଂସ୍କୃତି କାର୍ଯ୍ୟକ୍ରମ ମାଧ୍ୟମରେ ସର୍ବଦଳୀୟ ନେତୃତ୍ୱକୁ ନେଇ ଜନଜାଗରଣ ସୃଷ୍ଟି କରିବା ସହିତ ପୁସ୍ତିକା ଓ ଲିଫ୍ଲେଟ୍ ବଣ୍ଟନ କରାଯିବ ।
ବୁଧବାର ଠାରୁ ମହାନଦୀ ପ୍ରବେଶସ୍ଥଳର ଉଭୟ ପାଶ୍ୱର୍ରେ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକର ଶୁଖାସୋଡ଼ା ଏବଂ ବରଗଡ଼ର ଅମ୍ବଭନାର ଚିଖିଲି ଠାରେ ଏହି ଅଭିଯାନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିବେ । ସେଠାରେ ବୁଦ୍ଧିଜୀବୀ ସମ୍ମିଳନୀକୁ ଉଦ୍ବୋଧନ ଦେବେ । ୧୭ରେ ମା’ ସମଲେଶ୍ୱରୀଙ୍କ ପାଖରେ ଜଳ ଆଳତୀ କାର୍ଯ୍ୟକ୍ରମରେ ଯୋଗଦେବେ । ମହାନଦୀ ଅବବାହିକାର ଉଭୟ ପାଶ୍ୱର୍ରେ ପୁରାତନ ଦେବାଦେବୀ ପୀଠମାନଙ୍କରେ ମଧ୍ୟ ସମୂହ ଦୀପଦାନ କରାଯିବ । କଟକ ଗଡ଼ଗଡିଆ ଘାଟରେ ଜଳ ଆଳତୀ କରାଯିବ । ମହାନଦୀ ସୁରକ୍ଷା ପାଇଁ ସର୍ବଦଳୀୟ ବୈଠକରେ ଏକଜୁଟ୍ ହେବାକୁ ଆହ୍ୱାନ ଦିଆଯାଇଥିବାବେଳେ ମହାନଦୀ ଟି୍ରବୁ୍ୟନାଲ, ମହାନଦୀ ସୁରକ୍ଷା ପାଇଁ ବୁଦ୍ଧିଜୀବୀ ଓ ବିଶେଷଜ୍ଞ ସମ୍ମିଳନୀ ଡକାଯାଇଛି । ମହାନଦୀ ଉପରେ ବ୍ୟାରେଜ ନିର୍ମାଣକୁ ରାଜ୍ୟ ସରକାର ଗୁରୁତର ସହ ବିଚାର କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କର ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଝାରସୁଗୁଡ଼ାଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଚଳଚଞ୍ଚଳ ହୋଇ ଉଠିଛି । ତେବେ ସଂସଦୀୟ ଦଳର ନେତା ପ୍ରସନ୍ନ ଆଚାର୍ଯ୍ୟ, ବିଧାୟକ ସଞ୍ଜୟ ଦାସ ବର୍ମା, ବିଧାୟକ ପ୍ରଣବ ପ୍ରକାଶ ଦାସ, ବିଜୁ ଛାତ୍ର ସଭାପତି ରାଣାପ୍ରତାପ ପାତ୍ର, ବିଜୁ ଯୁବ ସଭାପତି ଅମରେଶ ପତ୍ରି, ଅନୁପ ସାଏ, ପଶ୍ଚିମଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ କିଶୋର ମହାନ୍ତି, ଜିଲ୍ଲା ପର୍ଯ୍ୟବେକ୍ଷକ ରବିନାରାୟଣ ପାଣି ପ୍ରମୁଖ ଉପସ୍ଥିତ ଥିଲେ ।




Powered by odothemes.com