rath-1

ବଦଳାଯିବ ୩୦ ପହି

133

ପୁରୀ(ବୁ୍ୟରୋ) ଆଉ ମାତ୍ର ୫୯ ଦିନ ପରେ ପବିତ୍ର ଘୋଷଯାତ୍ରା । କ୍ଷିପ୍ର ବେଗରେ ମହାରଣାମାନେ କରିଛାଲିଛନ୍ତି ରଥ ନିର୍ମାଣ । ସେମାନଙ୍କୁ ଭୋଇ ସେବାୟତ, ରୂପକାର ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ ସହଯୋଗ କରୁଛନ୍ତି । ସୋମବାର ବର୍ଷା ହେବାରୁ ରଥ ନିର୍ମାଣରେ ବାଧା ସୁଷ୍ଟି ହୋଇଥିଲା । ମଙ୍ଗଳବାର ପାଗ ଭଲ ଥିବାରୁ ଜୋରସୋରରେ କାମ ଚାଲିଛି । ବର୍ଷା ଯୋଗୁ ୩୦ଟି ପହିକୁ ବଦଳାଯିବ ବୋଲି କହିଛନ୍ତି ମହାରଣା ସେବାୟତ । ଟାଣଖରାରେ ପହି କାଠ ପ୍ରସ୍ତୁତ ହୋଇ ରହିଥିଲା ।ବର୍ଷା ହେବାରୁ ସେସବୁରେ ଫାଟ ଦେଖିବାକୁ ମିଳିଛି । ତେଣୁ ସେହି ପହି କାଠକୁ ଆଉ ବ୍ୟବହାର କରାଯିବ ନାହିଁ ।ଏନେଇ ମଧ୍ୟ ରଥ ନିର୍ମାଣ କମିଟିକୁ ଅବଗତ କରାଯାଇଛି । ତତ୍ ସହିତ ତୁରନ୍ତ ଆଉ ୩୦ ପହି କାଠ ଯୋଗାଇବାକୁ କୁହାଯାଇଛି । ମୁଖ୍ୟ ମହାରଣା କହିଛନ୍ତି ଯେ, ଚକର ପହି ହେଉଛି ମୁଖ୍ୟ । ଏବେଠୁ ପହି କାଠ ପରିବର୍ତ୍ତନ ନକଲେ ଭବିଷ୍ୟତରେ ଅସୁବିଧା ସୁଷ୍ଟି କରିବ । ଶ୍ରୀମନ୍ଦିର ପ୍ରଶାସନ ପହି କାଠ ଯୋଗାଡ କରି ଦେଲେ ନୁଆ ପହି ତିଆରି ଆରମ୍ଭ ହେବ । ଶୀତଳଷଷ୍ଠୀରେ ବିଧି ଅନୂଯାୟୀ ତିନି ରଥର ୪୨ ଚକ ଡେରା ନୀତି କରାଯିବ । ସେଥିପାଇଁ ଧାର୍ଯ୍ୟ ତାରିଖ ପୂର୍ବରୁ ୪୨ ଚକ ଓ ୨୧ ଅର ନିର୍ମାଣ ସରିବ ତାହା ଏବେ ମୁଖ୍ୟ କଥା ବୋଲି ମହାରଣାମାନେ କହିଛନ୍ତିି । ଅନ୍ୟପକ୍ଷରେ ତୁମ୍ବରେ ଯୋଡ଼ା ଯାଇଥିବା ପହିରେ ରୂପକାର ସେବକମାନେ ମହାପ୍ରଭୁଙ୍କ ଚିତ୍ର ଆଙ୍କୁଛନ୍ତି ।




Powered by odothemes.com