JAYADEV-BHAWAN-P.MEET-(3)

ନିର୍ମାଣ ହେବ ୧୬,୫୬୮ ବିପର୍ୟ୍ୟୟ ପ୍ରତିରୋଧକ ବାସଗୃହ

36

୬ ବିଭାଗର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର (ବୁ୍ୟରୋ): ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର କାର୍ୟ୍ୟକାରିତା ଦିଗରେ ବିଭାଗ ଗୁଡ଼ିକ କେତେ ଦୂର ସଫଳତା ହାସଲ କରିଛନ୍ତି, ସେଗୁଡ଼ିକର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିଛନ୍ତି । ଗତ ୮ତାରିଖରୁ ଆରମ୍ଭ ହୋଇଥିବା ଏହି ବିଭାଗୀୟ ସମୀକ୍ଷାକ୍ରମର ୭ମ ଦିନରେ ପହଞ୍ଚôଥିବା ବେଳେ ମଙ୍ଗଳବାର ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା, ଜଙ୍ଗଲ ଓ ପରିବେଶ, ପର୍ୟ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସମୀକ୍ଷା କରିଥିଲେ । ସମୀକ୍ଷା ପରେ ଗୀତଗୋବିନ୍ଦ ସଦନଠାରେ ଏହି ୬ ବିଭାଗ ପକ୍ଷରୁ ଏକ ସମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ସମ୍ମିଳନୀରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ମହେଶ୍ୱର ମହାନ୍ତି, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜଶ୍ରୀ ରାଉତରାୟ ଏବଂ ପର୍ୟ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉପସ୍ଥିତ ରହି ସେମାନଙ୍କ ବିଭାଗର ସଫଳତା ସମ୍ପର୍କରେ ସୂଚନା ଦେଇଥିଲେ । ମନ୍ତ୍ରୀ ମହେଶ୍ୱର ମହାନ୍ତି କହିଥିଲେ ଯେ, ରାଜ୍ୟରେ ନିୟମିତ ଭାବେ ସଂଗଠିତ ହେଉଥିବା ପ୍ରାକୃତିକ ବିପର୍ୟ୍ୟୟର ମୁକାବିଲା ଲାଗି ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି ।ବନ୍ୟା ଓ ବାତ୍ୟାର ପ୍ରକୋପରୁ ରକ୍ଷା ପାଇବା ପାଇଁ ରାଜ୍ୟରେ ୮୭୯ଟି ବହୁମୁଖୀ ବନ୍ୟା ଏବଂ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଛି । ସମୂଦ୍ର ଉପକୂଳ ଠାରୁ ୫ କିମି ଅଞ୍ଚଳରେ ବସବାସ କରୁଥିବା ପରିବାର ବର୍ଗଙ୍କ ପାଇଁ ୧୬,୫୬୮ଟି ବିପର୍ୟ୍ୟୟ ପ୍ରତିରୋଧକ ବାସଗୃହ ନିର୍ମାଣ କରାଯାଉଛି । ବର୍ତ୍ତମାନ ସୁଦ୍ଧା ୧୫ହଜାର ବାସଗୃହ ନିର୍ମାଣ କାର୍ୟ୍ୟ ସମ୍ପୁର୍ଣ୍ଣ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ମହାନ୍ତି କହିଛନ୍ତି । ସେହିଭଳି ଚଳିତ ଗ୍ରୀଷ୍ମଋତୁରେ କାଳବୈଶାଖୀ ଯୋଗୁଁ ୬ଟି ଜିଲ୍ଲାରେ ଫସଲ ନଷ୍ଟ ହୋଇଥିବା ଏବଂ ଘର ଭାଙ୍ଗିଥିବା କ୍ଷୟକ୍ଷତି ରିପୋର୍ଟ ରାଜ୍ୟ ସରକାରଙ୍କ ହସ୍ତଗତ ହୋଇଛି । ବରଗଡ଼ ଜିଲ୍ଲାକୁ ୩୬କୋଟି ଏବଂ ସୋନପୁର ଜିଲ୍ଲାକୁ ୩କୋଟି ୩୫ ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଛି । ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଥିଲେ ଯେ, ରାଜ୍ୟରେ ଭିନ୍ନକ୍ଷମ, ବୟସ୍କ ନାଗରିକ, ତୃତୀୟ ଲିଙ୍ଗି ବ୍ୟକ୍ତି, ଭିକ୍ଷୁକ ଓ ବାସ୍ତୁହରାଙ୍କ ଦାରିଦ୍ର୍ୟ ଦୂରୀକରଣ, ସେମାନଙ୍କ ଅର୍ଥନୈତିକ ବିକାଶ ଓ ସେମାନଙ୍କୁ ସମ୍ମାନଜନକ ଜୀବନଜୀବିକା ଯୋଗାଇ ଦେବା ପାଇଁ ୨୦୧୫ ଜୁଲାଇ ୧ ରେ ମୁଖ୍ୟମନ୍ତ୍ରୀ ଏହି ବିଭାଗ ଗଠନ କରିଥିଲେ । ଏହି ବିଭାଗ ଜରିଆରେ ରାଜ୍ୟର ୪୩ ଲକ୍ଷ ୨୫ ହଜାର ଭିନ୍ନକ୍ଷମ, ବୟସ୍କ ନାଗରିକ ଓ ବିଧବା ମହିଳାଙ୍କୁ ମାସିକ ଭତ୍ତା ପ୍ରଦାନ କରାଯାଇଛି । ସରକାରୀ ଚାକିରି ଓ ସରକାରୀ ଉଦ୍ୟୋଗରେ ଭିନ୍ନକ୍ଷମଙ୍କ ସଂରକ୍ଷଣ ସୀମା ୩ %ରୁ ୪ %କୁ ବୃଦ୍ଧି କରାଯାଇଛି । କିନ୍ନରମାନଙ୍କୁ ରାଜ୍ୟ ସରକାର ଗୁରୁତ୍ୱ ଦେବା ସହ ସେମାନଙ୍କୁ ଜାତୀୟ ଖାଦ୍ୟ ନିରାପତ୍ତା ଆଇନରେ ଅନ୍ତର୍ଭୁକ୍ତ କରିଛନ୍ତି ।
ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ କହିଥିଲେ ଯେ, ଗତ ୬ବର୍ଷ ମଧ୍ୟରେ ରାଜ୍ୟରେ କ୍ରମାଗତ ଭାବେ ୪.୭୬ % ଜଙ୍ଗଲ ଆଚ୍ଛାଦନ ବୃଦ୍ଧି ଘଟିଛି । ଗତ ୨ବର୍ଷ ମଧ୍ୟରେ ଆଭୟାରଣ୍ୟରେ ବସବାସ କରୁଥିବା ୫ଟି ଗ୍ରାମର ପରିବାରଙ୍କୁ ସ୍ଥାନାନ୍ତର କରାଯାଇ ନୂତନ ବାସସ୍ଥାନ ଯୋଗାଇ ଦିଆଯାଇଛି । ସୁବୁଜ ମହାନଦୀ ମିଶନରେ ୧୫ଟି ଜିଲ୍ଲାର ୧୯ଟି ବନଖଣ୍ଡର ୧୩୦୩ଗ୍ରାମକୁ ଅନ୍ତର୍ଭୁକ୍ତ କରାଯାଇଛି ।
ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଥିଲେ ଯେ, ରାଜ୍ୟର ଅଭିଲେଖାଗାର ତରଫରୁ ନବକଳେବର ଆର୍କାଇଭାଲ୍ ଡକୁ୍ୟମେଣ୍ଟ ପ୍ରକାଶିତ ହୋଇଛି । ମଧୁବାବୁ ଏବଂ ବିଜୁ ପଟ୍ଟନାୟକଙ୍କ ଉପରେ୨ଟି ପୁସ୍ତକ ରାଜ୍ୟ ସଂଗ୍ରାହାଳୟ ଦ୍ୱାରା ଲୋକର୍ପଣ କରାଯାଇଛି । ରାଜ୍ୟରେ ଥିବା ଭାଗବତ ଟୁଙ୍ଗିର ପୁନରୁଦ୍ଧାର ନିମନ୍ତେ ୩ବର୍ଷ ମଧ୍ୟରେ ୯କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ରାଜ୍ୟ କଳାକାର ସଂସ୍କୃତି ସଂଘ ନିମନ୍ତେ ୪କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ କରାଯାଇଛି । ରାଜ୍ୟର ବରିଷ୍ଠ ନାଗରିକଙ୍କୁ ଦେଶର ବିଭିନ୍ନ ତୀର୍ଥ ସ୍ଥାନ ଭ୍ରମଣ ସୁବିଧା ଦେବା ନିମନ୍ତେ ରାଜ୍ୟ ସରକାର ବରିଷ୍ଠ ନାଗରିକ ତୀର୍ଥମାତ୍ରା ଯୋଜନା ପ୍ରଣୟନ କରିଛନ୍ତି । ଓଡ଼ିଶା ପର୍ୟ୍ୟଟନର ପ୍ରଚାର ଓ ପ୍ରସାର ପାଇଁ ଟୁ୍ୟରିଜିମ୍ ବ୍ରାଣ୍ଡିଂର ଆରମ୍ଭ କରାଯାଇଛି ।




Powered by odothemes.com