Ayurveda-Medical--photo--4

କୋମାରେ ବୈରୀ ଆୟୁର୍ବେଦ ଚିକିତ୍ସାଳୟ

42

ମିଳୁନି ଔଷଧ, ଛାତରୁ ପାଣି ଗଳୁଛି
ବଡ଼ଚଣା(ଆପ୍ର): ଆୟୁର୍ବେଦ ଚିକିତ୍ସାର ବିକାଶ ପାଇଁ କେନ୍ଦ୍ର ସରକାର କୋଟିକୋଟି ଟଙ୍କା ବିଭିନ୍ନ ରାଜ୍ୟକୁ ଯୋଗାଉଥିଲେ ମଧ୍ୟ ଏହି ସଂସ୍ଥାର ବିକାଶ ହେବାରେ ବାଧକ ସାଜୁଛନ୍ତି ଏଲୋପାଥିକ୍ ସଂସ୍ଥା । ସମଗ୍ର ଦେଶରେ ବସବାସ କରୁଥିବା ଲୋକଙ୍କୁ ବିଭିନ୍ନ ରୋଗର ନିରାକରଣ ପାଇଁ ଶତକଡ଼ା ୭୦ଭାଗ ଆର୍ୟୁବିଜ୍ଞାନ ଦ୍ୱାରା ଚିକିତ୍ସା ଏବଂ ଆଉ ୩୦ପ୍ରତିଶତ ସର୍ଜରୀ ଦ୍ୱାରା କରାଯାଇ ରୋଗର ନିରାକରଣ କରାଯାଇପାରିବ ବୋଲି ଆର୍ୟୁବିଜ୍ଞାନୀମାନେ ଯୁକ୍ତି ବାଢୁଛନ୍ତି । ରାଜ୍ୟରେ ଆର୍ୟୁବିଜ୍ଞାନ ପ୍ରତି ଜନସାଧାରଣ ଆକୃଷ୍ଟ ହୋଇ ଆଗେଇ ଆସୁଥିଲେ ମଧ୍ୟ ସରକାର ଦୃଷ୍ଟି ନଦେବାରୁ ଏହା ଏବେ ବୁଡ଼ିବାକୁ ବସିଲାଣି । ତଥାପିି ଲୋକମାନେ ଆୟୁର୍ବେଦ ଚିକିତ୍ସା ପାଇଁ ଆସୁଥିଲେ ମଧ୍ୟ ଔଷଧ ଏବଂ ଉନ୍ନତମାନର ଚିକିତ୍ସା ଅଭାବ ହେତୁ ରୋଗୀମାନେ ମୁିଁ ଫେରାଉଥିବା ଦେଖିବାକୁ ମିଳୁଛି । ଏ ହେଉଛି ଯାଜପୁର ଜିଲ୍ଲା ବଡଚଣା ବ୍ଲକ୍ ବୈରୀ ଠାରେ ଥିବା ସରକାରୀ ଆୟୁର୍ବେଦ ଚିକିତ୍ସାଳୟ । ଚିକିତ୍ସାଳୟର ନୂତନ ଗୃହ ନିର୍ମାଣ ୨୦୧୧ରେ ହୋଇଥିବା ବେଳେ ଏବେ ସାମାନ୍ୟ ବର୍ଷାରେ ଛାତରୁ ପାଣି ଗଳୁଛି । ସିଡ଼ିଘରର ଛାତ ଉଡ଼ିଯିବାରୁ ଅସରାଏ ବର୍ଷାରେ ସ୍ୱାସ୍ଥ୍ୟକେନ୍ଦ୍ର ଭିତରେ ଆଣ୍ଠୁଏ ଉଚ୍ଚର ପାଣି । ରୋଗୀ ଓ ତାଙ୍କ ସହଯୋଗୀ ଆସିଲେ ନାହିଁ ନଥିବା ଅବସ୍ଥାର ସମ୍ମୁଖିନ ହେଉଛନ୍ତି । ଛାତରୁ ପାଣି ଗଳୁଥିବାରୁ ବିଭାଗ ତରଫରୁ ଯୋଗାଇ ଦିଆଯାଇଥିବା ସିଲିଂ ଫ୍ୟାନ୍ ଓ ବିଦୁ୍ୟତ ଉପକରଣ ସର୍ଟସର୍କିଟ ହୋଇ ନଷ୍ଟ ହୋଇଯାଉଛି । ମୁଖ୍ୟଗେଟ୍ ମଧ୍ୟ ଭାଙ୍ଗିରୁଜି ଯିବାରୁ ଗୋରୁମାନେ ଅବାଧ ପ୍ରବେଶ କରୁଛନ୍ତି । ସ୍ୱାସ୍ଥ୍ୟକେନ୍ଦ୍ରଟି ଅସ୍ୱାସ୍ଥ୍ୟକର ପରିବେଶରେ ପରିଣତ ହେଲାଣି । ଛତିଆ, ସୋଲର, ବୈରୀ, ପାରିଆ ଆଦି ଅନେକ ପଞ୍ଚାୟତର ଜନସାଧାରଣ ଏହି ଚିକିତ୍ସାଳୟ ଉପରେ ନିର୍ଭର କରୁଥିବାବେଳେ ଏଠାରେ ଡାକ୍ତର ଖାଲି ଚିଠା ପ୍ରସ୍ତୁତି କରୁଥିବା ଦେଖାଯାଇଛି । ଔଷଧ ନମିଳିବାରୁ ଲୋକମାନେ ଅସୁବିଧାର ସମ୍ମୁଖିନ ହେଉଛନ୍ତି ।
ସରକାର ଏଲୋପାଥିକ ଚିକିତ୍ସାଳୟକୁ ପ୍ରଚୁର ପରିମାଣର ଔଷଧ ଯୋଗାଉଥିବା ବେଳେ ଆୟୁର୍ବେଦ ଚିକିତ୍ସାଳୟକୁ ଔଷଧ ଯୋଗାଉନାହାନ୍ତି । ଫଲରେ ଆର୍ଥିକ ସ୍ୱଚ୍ଛଳ ନଥିବା ରୋଗୀମାନେ ଔଷଧ ପାଇବାରୁ ବଞ୍ଚିତ ହେଉଛନ୍ତି । ୪ବର୍ଷ ପୂର୍ବରୁ ଏହି ଚିକିତ୍ସାଳୟକୁ ଦୈନିକ ୭୦ରୁ ଊଦ୍ଧ୍ୱର୍ ରୋଗୀ ଆସୁଥିବା ବେଳେ ଏବେ ୧୦ରୁ ୧୫ଜଣରେ ରୋଗୀଙ୍କ ସଂଖ୍ୟା ସୀମିତ । ଚିକିତ୍ସାଳରେ ମାତ୍ର ଜଣେ ଡାକ୍ତର, ଜଣେ ରାତ୍ର ଜଗୁଆଳିକୁ ନେଇ ଚିକିତ୍ସାଳୟ ଚାଲୁଛି । ଘଟଣାକୁ ନେଇ ଡାକ୍ତର ସାରଦା ପ୍ରସନ୍ନ ବିଶ୍ୱାଳଙ୍କ ସହ ଯୋଗାଯୋଗ କରିବାରୁ ବିଭାଗ ତରଫରୁ ଯୋଗରାଜ ଗୁଗୁଲ ଓ ଲକ୍ଷ୍ମୀବିଳାସ ଔଷଧ ଯୋଗାଇଛନ୍ତି ଅନ୍ୟ ଔଷଧ ଖୁବଶିଘ୍ର ରୋଗୀଙ୍କୁ ଯୋଗାଇଦିଆଯିବ ବୋଲି ପ୍ରକାଶ କରିଛନ୍ତି ।

ସେଆର କରନ୍ତୁ:



Powered by odothemes.com