Biju-Smruti-Committee

ମହାନଦୀ ପାଇଁ ଜଳଯୁଦ୍ଧର ଆବଶ୍ୟକତା ରହିଛି

38

ଭଦ୍ରକ, ୧୫ା୫(ଆପ୍ର): ବିଜୁସ୍ମୃତି କମିଟି ପକ୍ଷରୁ ଜିଲ୍ଲା ବିଜେଡି କାର୍ଯ୍ୟାଳୟଠାରେ ବିଜୁ ସ୍ମୃତି କମିଟିର ଅଧ୍ୟକ୍ଷା ଆଇନଜୀବୀ ଅମିତା ଆ·ର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଛତିଶଗଡ଼ ସରକାରଙ୍କ ଏକ ତରଫା ଓ ମନମୁଖୀ କାର୍ଯ୍ୟ କେବଳ ରମଣସିଂଙ୍କର ନୁହେଁ ବରଂ ଏହା କେନ୍ଦ୍ର ସରକାରଙ୍କ ନିଦେ୍ର୍ଦଶିତ କାର୍ଯ୍ୟ ବୋଲି ଉପସ୍ଥିତ ନେତୃମଣ୍ଡଳୀ ମତ ପ୍ରକାଶ କରିଛନ୍ତି । ଓଡ଼ିଶାବାସୀଙ୍କୁ ପ୍ରତାରିତ କରି ମହାନଦୀର ଛତିଶଗଡ଼ ସୀମା କଲମାଠାରେ ଛତିଶଗଡ଼ ସରକାର ଯେଉଁ ଦୀର୍ଘମିଆଦୀ ବନ୍ଧ ନିର୍ମାଣ କରି ମହାନଦୀର ଜଳକୁ ନିଜ ରାଜ୍ୟରେ ବ୍ୟବହାର କରିବା ସହିତ ଦେଶୀବିଦେଶୀ ଶିଳ୍ପପତିମାନଙ୍କୁ ଜଳଦାନ କରି ସେମାନଙ୍କ ଠାରୁ ମୋଟାଅଙ୍କରେ ଅର୍ଥ ହାତଉଛି ତାହା ରମଣ ସିଂଙ୍କର ଦୁଃସାହସିକ କାର୍ଯ୍ୟ ନୁହେଁ, ବରଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କର ଜଳ ସଂପଦ ମନ୍ତ୍ରୀଙ୍କର ଅଲିଖିତ ନିଦେ୍ର୍ଦଶ ସଂପ୍ରତି ଓଡ଼ିଶାରେ ମହାନଦୀ ଫାଟି ଯାଇଥିବାବେଳେ ଛତିଶଗଡ଼ରେ ମହାନଦୀରେ ବିଶାଳ ଜଳରାଶୀ ମହଜୁଦ ରହି ଲହଡ଼ି ଭାଙ୍ଗୁଛି । ଓଡ଼ିଶାର ·ଷୀ କୁଳଙ୍କ ଜମିକୁ ମହାନଦୀର ଜଳ ବିନ୍ଦୁଏ ଯାଉନଥିବାବେଳେ କେଉଁ ସ୍ୱାର୍ଥରେ ଓଡ଼ିଶାର କେନ୍ଦ୍ର ମନ୍ତ୍ରୀମାନେ ଏବଂ ଓଡ଼ିଶାର ବିଜେପି ଦଳର ନେତୃବୃନ୍ଦ ଛତିଶଗଡ଼ ସପକ୍ଷରେ କାର୍ଯ୍ୟ କରୁଥିବା ସହିତ ବୟାନ ବାଜି କରୁଛନ୍ତି । ତାହାର କୈଫିୟତ ସେମାନେ ଓଡ଼ିଶାରେ ଜନସାଧାରଣଙ୍କୁ ଦେବା ଦରକାର ବୋଲି ଅଧ୍ୟକ୍ଷା ଆ·ର୍ଯ୍ୟ ଦାବି କରିଛନ୍ତି । ପ୍ରକାଶ ଥାଉକି, ବିଗତ ୩ବର୍ଷ ଧରି ମହାନଦୀ ଜଳକୁ ଅଟକାଇ ଛତିଶଗଡ଼ ସରକାର ଯେଉଁ ଦାଦାଗିରି କରୁଛି ତାହା ଫଳରେ ଗତ ୩ବର୍ଷ ହେଲା ଓଡ଼ିଶାର ମହାନଦୀ ଉପକୂଳରେ ରବିଚାଷ ବଳ ହୋଇଯାଇଅଛି । ଚାଷୀମାନେ ଅକଥନୀୟ ଦୁର୍ଦ୍ଦଶା ଭୋଗୁଥିବା ବେଳେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ତୋଷାମଦି ଜନଗଣଙ୍କୁ ହତାଶ କରୁଛି । ଏହିପରିପ୍ରେକ୍ଷୀରେ ମହାନଦୀ ବଞ୍ଚାଓ ଅଭିଯାନର କର୍ମକତ୍ତାମାନେ ଛତିଶଗଡ ସରକାରଙ୍କ କାର୍ଯ୍ୟ ବିରୁଦ୍ଧରେ ଯେଉଁ ଅଭିଯାନ ଚଳାଇଛନ୍ତି ସେଥିରେ ବିଜୁ ସ୍ମୃତି କମିଟି ସାମିଲି ହେବାକୁ କମିଟିର ଅଧ୍ୟକ୍ଷା ଆ·ର୍ଯ୍ୟ ଘୋଷଣା କରିଛନ୍ତି । ଏହି ବୈଠକରେ ପ୍ର. ଏମ.ଏ.ନବୀ, ପ୍ର. ଅଟଳ ବିହାରୀ ନାୟକ, ଡକ୍ଟର ପୂର୍ଣ୍ଣଚନ୍ଦ୍ର ଦାସ, ମାୟାଧର ମହାପାତ୍ର, ପ୍ର. କୈଳାଶ ଚନ୍ଦ୍ର ଜେନା, ଇକ୍ବଲ ଖାଁ, ଇନତାଜ ଖାଁ, ତାହେରା ଖାତୁନ ଓ ଅଶୋକ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।




Powered by odothemes.com