12

ସହାୟତା ଅପେକ୍ଷାରେ ପଞ୍ଚଇ

30

ବଢ଼ିଚାଲିଛି କିଡ୍ନୀ ରୋଗ
କାମାକ୍ଷାନଗର,୧୫ା୫(ଆପ୍ର): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡର ଅନେକ ପଞ୍ଚାୟତ ଏବେ କିଡ୍ନୀ ରୋଗରେ ଆକ୍ରାନ୍ତ । ଗତ କିଛିବର୍ଷ ମଧ୍ୟରେ କାମାକ୍ଷାନଗର ଉପଖଣ୍ଡରେ କିଡ୍ନୀ ରୋଗରେ ଶହଶହ ଲୋକ ମୃତୁ୍ୟବରଣ କରିଥିବା ବେଳେ ଶହଶହ ଲୋକ ଆକ୍ରାନ୍ତ ହେଉଥିବାର ସୂଚନା ମିଳୁଛି । ଦିନକୁ ଦିନ ବଢ଼ିଚାଲିଛି କିଡ୍ନୀ ରୋଗର ଭୟାବହ ରୂପ । କୌଣସି ନା କୌଣସି ଗ୍ରାମରେ ପ୍ର୍ରତିମାସରେ ଜଣେ ଦୁଇଜଣ ଏହି କିଡ୍ନୀ ରୋଗରେ ଆକ୍ରାନ୍ତ ହୋଇ ମୃତୁ୍ୟବରଣ କରୁଥିବା ଜଣାପଡ଼ିଛି । କେବଳ ଏତିକି ନୁହଁ କିଡ୍ନୀ ରୋଗରେ ଆକ୍ରାନ୍ତଙ୍କ ପରିବାର ଚିକିସôା କରି ସର୍ବସ୍ୱାନ୍ତ ହେଉଥିବାର ଦେଖାଯାଉଛି । ପ୍ର୍ରଶାସନ ସବୁ ଜାଣି ସୁଦ୍ଧା ଏହାର କାରଣ ତଥା ନିରାକରଣ କରିବାରେ ସମ୍ପୂର୍ଣ୍ଣ ଅସଫଳ ହୋଇଛି । କାମାକ୍ଷାନଗର ଦେଇ ଯାଇଥିବା ରାମିଆଳ ନଦୀ କୂଳରେ ବାସ କରୁଥିବା ପ୍ରାୟ ୮୦ ଭାଗ ଗ୍ରାମରେ ଦେଖାଯାଉଛି ଏହି କିଡ୍ନୀ ରୋଗ । କାମାକ୍ଷାନଗର ବ୍ଲକ୍ର ସାରୁଆଳି ଓ ଭୁବନ ବ୍ଲକ୍ର ଭୂଷଳ ଗ୍ରାମରେ କିଡ୍ନୀ ରୋଗ ମହାମାରୀ ରୂପ ନେଇଥିବା ବେଳେ ଏବେ ଧୀରେ ଧୀରେ ଅନ୍ୟ ଗ୍ରାମରେ କିଡ୍ନୀ ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ବିଭାଗ ଏହାର ମୁକାବିଲା କରିବାରେ ସମ୍ପୂର୍ଣ୍ଣ ଅସମର୍ଥ ହୋଇପଡୁଥିବା ବେଳେ ପ୍ରଶାସନ କିଡ୍ନୀ ରୋଗରେ ଆକ୍ରାନ୍ତ ରୋଗୀକୁ କିଛି ଆର୍ଥିକ ସାହାର୍ଯ୍ୟ ଯାହାକି ସମଦ୍ରକୁ ଶଙ୍ଖେ ଦେଇ ଚୁପ୍ଚାପ୍ ବସିରହୁଥିବାରୁ ଜନସାଧାରଣ ଆତଙ୍କିତ ଅବସ୍ଥାରେ ଗତି କରୁଛନ୍ତି ।  ସେହିଭଳି କିଡ୍ନୀ ରୋଗରେ ଆକ୍ରାନ୍ତ ହୋଇ ସରକାରଙ୍କ ସହାୟତା ଅପେକ୍ଷାରେ ଚାହିଁ ରହିଛନ୍ତି । କାମାକ୍ଷାନଗର ଉପଖଣ୍ଡ ଭୁବନ ବ୍ଲକ୍ ଅନ୍ତର୍ଗତ ଅରଖପାଳ ପଞ୍ଚାୟତ ବେଢାପାଳ ଗ୍ରାମର ପଞ୍ଚଇ ଲେଙ୍କା (୫୫) । ଏକମାତ୍ର ପୁଅ ନିରଞ୍ଜନ ଓ ବୋହୂ ରୁବିନକୁ ନେଇ ପଞ୍ଚେଇର ଛୋଟ ପରିବାର । ସ୍ୱାମୀଙ୍କ ମୃତୁ୍ୟ ପରେ ଘର ଚଳିବାରେ ଅସୁବିଧା ହେବାରୁ ନିରଞ୍ଜନ ବାଧ୍ୟ ହୋଇ ଗୁଜୁରାଟର ସୁରତ ଠାରେ କାମ କରି ଯାହା ରୋଜଗାର କରେ ସେଥିରେ ପରିବାର ପ୍ରତିପୋଷଣ ହୋଇଯାଏ । ଗତ ୭ମାସ ତଳେ ମାଙ୍କ ଦେହ ଖରାପ ହେବାରୁ ତାଙ୍କୁ କାମାକ୍ଷାନଗର ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ର, ଢେଙ୍କାନଳ ଜିଲ୍ଲା ମୁଖ୍ୟ ଚିକିସôାଳୟ ଓ ଶେଷରେ କଟକ ବଡ଼ ଡାକ୍ତରଖାନାରେ ଦେଖାଇବା ପରେ ସେ କିଡ୍ନୀ ରୋଗରେ ଆକ୍ରାନ୍ତ ଥିବା ଜଣାପଡ଼ିଲା । ଗୁଜୁରାଟରେ ଥିବା ପୁଅ ନିରଞ୍ଜନ ଖବରପାଇ ଚାକିରି ଛାଡ଼ି ବାଧ୍ୟ ହୋଇ ଘରକୁ ଆସିଥିଲା । ପାଖରେ ଯାହା ଅର୍ଥ ଥିଲା ଚିକିସôାରେ ସରିଯିବା ପରେ ଏବେ କେବଳ ଭଗବାନଙ୍କ ଭରଷାରେ । ଗତ ୧ବର୍ଷ ମଧ୍ୟରେ ଅରଖପାଳ ପଞ୍ଚାୟତରେ ଏହି କିଡ୍ନୀ ରୋଗରେ ଅନେକ ଜୀବନ ଯାଇଥିବା ବେଳେ କେବଳ ବେଡ଼ାପାଳ ଗ୍ରାମରେ ଗତ ୧ ବର୍ଷ ମଧ୍ୟରେ ବହୁ ଲୋକଙ୍କର ମୃତୁ୍ୟ ହୋଇଯାାଇଛି । କେବଳ ଅରଖପାଳ ପଞ୍ଚାୟତ ନୁହଁ, ଜିରାଳ, ଦିଘୀ, ମାର୍ଥାପୁର, ଯମୁନାକୋଟ, ସୁରପ୍ରତାପପୁର ପଞ୍ଚାୟତରେ କିଡ୍ନୀ ରୋଗ ଦିିନକୁ ଦିନ ବଢ଼ିଚାଲୁଥିବା ବେଳେ ଏହାର କାରଣ ଖୋଜିବାରେ ପ୍ରଶାସନର ଆନ୍ତରିକତା ନଥିବା ଦେଖାଯାଉଛି । ଏଥିପୂୂର୍ବରୁ ଅନେକଥର କାମାକ୍ଷାନଗର ଉପଖଣ୍ଡର ଜନସାଧାରଣ ପ୍ର୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ପ୍ରଶାସନ କିଛି ସହାୟତା ଅର୍ଥରାଶି ଦେଇ ନିଜ କାମ ସାରିଦେଇଛି । କାମାକ୍ଷାନଗର ଉପଖଣ୍ଡରେ ଦିିନକୁ ଦିନ କିଡ୍ନୀ ରୋଗ କାୟା ବିସ୍ତାର କରୁଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ଏହାର କାରଣ ଖୋଜିବାରେ କେବଳ ଅସଫଳ ହୋଇନି ବରଂ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ରୂପେ ଶୋଇଥିବାର ଜଣାପଡ଼ୁଛି । ପଞ୍ଚେଇ ଲେଙ୍କାର ଆର୍ଥିକ ଅବସ୍ଥା ଦିନକୁ ଦିନ ଗୁରୁତର ହେଉଥିବା ବେଳେ ତାଙ୍କୁ ସରକାରୀ ସହାୟତା ପ୍ରଦାନ କରିବାକୁ ସରପଞ୍ଚ ଭାଷ୍କର ଚନ୍ଦ୍ର ସାହୁ ପ୍ର୍ରଶାସନ ନିକଟରେ ଦାବି ଜଣାଇଛନ୍ତି ।




Powered by odothemes.com