Suchana-Bhawan-Thare-Hastatanta-O-bayana-Shilpa-,-Purta-O-MSME-Bivaga-ra-Review-Press-Meet-(5)

ବିଜୁ ତ୍ୱରିତ ପଥ ହେବ ୪ ଥାକିଆ: ପୂର୍ତ୍ତମନ୍ତ୍ରୀ

34

୪ ବର୍ଷରେ ପ୍ରତିଷ୍ଠା ହୋଇଛି ୧ ଲକ୍ଷ ୯୭ ହଜାର ୭୨୭ ଏମ୍ଏସ୍ଏମ୍ଇ ଉଦ୍ୟୋଗ
ଭୁବନେଶ୍ୱର (ବୁ୍ୟରୋ): ସୋମବାର ପୂର୍ତ୍ତ ବିଭାଗର ସମୀକ୍ଷା ବେଳେ ଗୁରୁପ୍ରିୟା ସେତୁ ଉଦ୍ଘାଟନ କରିବା ଲାଗି ବିଭାଗୀୟ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଛନ୍ତି । ସେହିଭଳି ପଶ୍ଚିମ ଓଡ଼ିଶା ଓ କେବିକେ ଦେଇ ଯାଇଥିବା ଜଗଦଳପୁର-ରାଉରକେଲା ସଂଯୋଗ ନିମନ୍ତେ ୬୩୯ କିମି ଉତ୍ତର- ଦକ୍ଷିଣ କରିଡର୍ ତଥା ବିଜୁ ତ୍ୱରିତ ପଥକୁ ଚାରିଥାକିଆ କରିବା ଲାଗି ଯୋଜନା ରହିଛି ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି । ବିଭାଗୀୟ ସମୀକ୍ଷା ବେଳେ ମୁଖ୍ୟମନ୍ତ୍ରୀ କେବିକେ ଜିଲ୍ଲା ଗୁଡିକରେ ଜାରି ରହିଥିବା ବିଜୁ ଏକ୍ସପ୍ରେସ ୱେଗୁଡିକର ସମୀକ୍ଷା କରିଛନ୍ତି । ସେହିପରି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ମଧ୍ୟ ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ସୂଚନା ଓ ଲୋକ ସର୍ମ୍ପକ ବିଭାଗ ଅନୁକୂଲ୍ୟରେ ସୋମବାର ସ୍ଥାନୀୟ ଗୀତଗାବିନ୍ଦ ସଦନରେ ଅନୁଷ୍ଠିତ ଏକ ସମ୍ବାଦିକ ସମ୍ମଳନୀରେ ପୂର୍ତ୍ତ, ଏମ୍ଏସ୍ଏମ୍ଇ ଏବଂ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ମନ୍ତ୍ରୀ ଯୋଗେଦଇ ବିଭାଗର ସଫଳତା ସମ୍ପର୍କରେ ସୁଚନା ଦେଇଥିଲେ । ପ୍ରଥମରେ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଗଣମାଧ୍ୟମକୁ ସୁଚନା ଦେଇ କହିଥିଲେ, ରାଜ୍ୟର ୨୬,୮୪୩ କିଲୋମିଟର ରାସ୍ତା ପୂର୍ତ୍ତ ବିଭାଗ ଅଧୀନରେ ରହିଛି । ସେଥିମଧ୍ୟରୁ ୨୨,୦୧୫ କିମି ପୂର୍ତ୍ତ ବିଭାଗ ରାସ୍ତା ଏବଂ ୪,୮୨୮ କିମି ଜାତୀୟ ରାଜପଥ ରହିଛି । କେବିକେ ଜିଲ୍ଲା ଗୁଡିକରେ ଜିଲ୍ଲା ସଦର ମହାକୁମା ରାସ୍ତାର ୨୯.୫ କିମିକୁ ଦୁଇ ୪ ଥାକିଆ ରାସ୍ତାରେ ପରିଣତ କରାଯାଇଛି । ଶ୍ରୀ ମଲ୍ଲିକ କହିଛନ୍ତି, ଗତ ୧୮ ବର୍ଷ ମଧ୍ୟରେ ନିର୍ମାଣ ବିଭାଗ ୧୬,୦୫୨ କିମି ରାସ୍ତାର ଉନ୍ନତିକରଣ, ୩୭୧ ସେତୁ କାମ ଶେଷ ହୋଇଛି । ମହାନଦୀ ଉପରେ ୪ ସେତୁ ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଚଳିତ ବର୍ଷ ମହାନଦୀ ଉପରେ ଆଉ ଏକ ସେତୁ ସମ୍ପୂର୍ଣ୍ଣ କରାଯିବାର ଲକ୍ଷ୍ୟ ରଖାଯାଇଛି । ରାଉରକେଲା-ସମ୍ବଲପୁର ୧୬୩ କିମି ରାସ୍ତା ପିପିପି ମୋଡରେ ଶେଷ କରାଯାଇଛି ଓ ଉକ୍ରଳ ଗୌରବ ମଧୁସୁଦନ ସେତୁ, ଇବ୍ ସେତୁ ନିର୍ଦ୍ଧାରିତ ସମୟରେ ଶେଷ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଥିଲେ ।
ସେହିଭଳି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ଉଲ୍ଲେଖନୀୟ ସଫଳତା ସମ୍ପର୍କରେ ସୁଚନା ଦେଇ ବିଭାଗୀୟ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଥିଲେ, ୪ ବର୍ଷରେ ୧୦,୩୨୦ କୋଟି ଟଙ୍କା ପୁଞ୍ଜି ବିନିଯୋଗରେ ରାଜ୍ୟରେ ୧ ଲକ୍ଷ ୯୭ ହଜାର ୭୨୭ ଏମ୍ଏସ୍ଏମ୍ଇ ଉଦ୍ୟୋଗ ପ୍ରତିଷ୍ଠା ହୋଇଛି । ଏହା ଦ୍ୱାରା ୫ ଲକ୍ଷ ୯୬ ହଜାର ନିଯୁକ୍ତି ସୃଷ୍ଟି କରାଯାଇପାରିଛି । ଯୁବପିଢ଼ିଙ୍କୁ ଏମ୍ଏସ୍ଏମ୍ଇ ଉଦ୍ୟୋଗ ସ୍ଥାପନ ନିମନ୍ତେ ଆକୃଷ୍ଟ କରାଇବା ପାଇଁ ୩୭୫୨ ସଚେତନତା ଶିବିର ମାଧ୍ୟମରେ ୩ ଲକ୍ଷ ୨୩ ହଜାର ୪୫୧ଙ୍କୁ ତାଲିମ ପ୍ରଦାନ କରାଯାଇଛି ।
ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗୀନୀ ଛୁରୀଆ ନିଜ ବିଭାଗର ସଫଳତା ସଂପର୍କରେ ସୂଚନା ଦେଇ କହିଥିଲେ ଯେ, ରାଜ୍ୟ ସରକାର ହସ୍ତତନ୍ତ, ହସ୍ତଶିଳ୍ପ କ୍ଷେତ୍ରରେ ବିକାଶ ନିମନ୍ତେ ବିଭିନ୍ନ ପ୍ରତ୍ସାହନ ପ୍ରଦାନ କରୁଛନ୍ତି । ବୁଣାକାରଙ୍କ ଲାଗି ଜୀବନ ବୀମା ଯୋଜନା, ବରିଷ୍ଠ ବୁଣାକାର ସହାୟତା ଯୋଜନା ପ୍ରଚଳନ କରାଯାଇଛି । କାର୍ଯ୍ୟକ୍ଷେତ୍ରରେ ପରିବେଶ ଉନ୍ନତି ନିମନ୍ତେ କର୍ମଶାଳା ତଥା ଗୃହ ନିର୍ମାଣ କାର୍ଯ୍ୟକ୍ରମରେ ୨୦୧୪ ରୁ ୨୦୧୮ ମଧ୍ୟରେ ୫୫୧୭ ଜଣ ବୁଣାକାର ଓ ହସ୍ତଶିଳ୍ପୀ ପରିବାରଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି ।




Powered by odothemes.com