naveen-niwas-nobel-laureate,founderof-gramin-bank-economist-muhammad-yunus-meet-cm-naveen-patnaik-=-=-(3)

ଦାରିଦ୍ର୍ୟ ହ୍ରାସ ଯୋଜନାକୁ ୟୁନୁସ୍ଙ୍କ ପ୍ରଶଂସା

128

ଭୁବନେଶ୍ୱର, ୧୨ା୫(ବୁ୍ୟରୋ): ନୋବେଲ୍ ପୁରସ୍କାର ବିଜେତା ମହମ୍ମଦ ୟୁନୁସ୍ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି । ସାକ୍ଷାତ ଆଲୋଚନା ସମୟରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର କାର୍ଯ୍ୟକ୍ରମ ଓ ଆଦିବାସୀମାନଙ୍କ ବିକାଶ ଲାଗି ଆଲୋଚନା ହୋଇଛି । ରାଜ୍ୟ ସରକାରଙ୍କ ବିଭିନ୍ନ କ୍ଷେତ୍ରରେ ହୋଇଥିବା ସଫଳତାକୁ ଶ୍ରୀ ୟୁନୁସ୍ ପ୍ରଶଂସା କରିଛନ୍ତି । ବିଶେଷକରି ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ସେ ସ୍ୱାଗତ କରିଛନ୍ତି । ଆଜି ଅପରାହ୍ଣରେ ଶ୍ରୀ ୟୁନୁସ୍ ମୁଖ୍ୟମନ୍ତ୍ରୀଙ୍କୁ ନବୀନ ନିବାସରେ ସାକ୍ଷାତ କରିଥିଲେ । ସାକ୍ଷାତ ପରେ ସେ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ବହୁ ଭଲ ଲାଗିଛି । ଦାରିଦ୍ର୍ୟ ଦୂରୀକରଣ କିଭଳି ହ୍ରାସ ହୋଇପାରିବ ସେ ନେଇ ମତବିନିମୟ ହୋଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ନାରୀ ସଶକ୍ତିକରଣ, ଆଦିବାସୀ ସଶକ୍ତିକରଣ ଉପରେ ମଧ୍ୟ ଆଲୋଚନା କରାଯାଇଛି । ବାଂଲାଦେଶର ଗ୍ରାମୀଣ ବ୍ୟାଙ୍କକୁ ଓଡିଶାରେ କିଭଳି କାର୍ଯ୍ୟକାରୀ କରାଯାଇପାରିବ ସେନେଇ ରାଜ୍ୟ ସରକାର ଉଦ୍ୟମ କରିବେ ।

ସେଆର କରନ୍ତୁ:



Powered by odothemes.com