Institute-of-engneers-thare-CPI(M)-Ra-rajyastriya-alochana-sabare-CPIM-ra-sadharana-sampadaka-sitaram-echuri-udubodhan-dauchanti--=-(2)

ସିପିଆଇଏମ୍ ପକ୍ଷରୁ ରାଜ୍ୟସ୍ତରୀୟ ଆଲୋଚନାଚକ୍ର

72

ମୋଦିଙ୍କ ବିଜ୍ଞାପନ ଲାଗି ତେଲ ଦର ବୃଦ୍ଧି
ଭୁବନେଶ୍ୱର (ବୁ୍ୟରୋ): କେନ୍ଦ୍ରର ଶାସନଗାଦିରେ ଯେଉଁଦିନଠାରୁ ମୋଦି ସରକାର ବସିଛନ୍ତି, ଦେଶରେ ରହୁଥିବା ନୀରିହ ଆଦିବାସୀ, ଦଳିତ ଓ ମୁସଲମାନଙ୍କ ଉପରେ ଦିନକୁ ଦିନ ଅତ୍ୟାଚାର ବଢ଼ିବାରେ ଲାଗିଛି । ଏହାକୁ ରୋକିବାରେ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ରୂପେ ବିଫଳ ହୋଇଛନ୍ତି । ଅନ୍ୟ ଦେଶରେ ତୈଳଦର କମିଲା ବେଳେ ଆମ ଦେଶରେ ପ୍ରତିଦିନ ବଢ଼ିବଢ଼ି ଚାଲିଛି । ନିଜର ପ୍ରଚାର ପାଇଁ ମୋଦି ସରକାର ତେଲ ଦର ବୃଦ୍ଧି କରୁଛନ୍ତି ବୋଲି ସେ କହିଥିଲେ । ମୋଦି ସରକାର ପ୍ରତିଦିନ ନୂଆନୂଆ ଯୋଜନା ଆଣୁଛନ୍ତି ବୋଲି ସି.ପି.ଆଇ(ଏମ୍) ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ସ୍ଥାନୀୟ ଇନ୍ଷ୍ଟିଚୁ୍ୟସନ ଅଫ୍ ଇଞ୍ଜିନିୟରର୍ସ ଅଡିଟୋରିୟମ୍ ଠାରେ ରାଜ୍ୟସ୍ତରୀୟ ଆଲୋଚନାଚକ୍ରରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଏହା କହିଥିଲେ । ସେ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତି ଯୋଗୁଁ କୃଷକମାନେ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ ହେଉଛନ୍ତି । ବର୍ତ୍ତମାନ ଦେଶରେ ପ୍ରତିବର୍ଷ ପ୍ରାୟ ୨୦ ହଜାର ଚାଷୀ ଆତ୍ମହତ୍ୟା କରୁଛନ୍ତି । ଦେଶର କୃଷକଙ୍କ ଋଣକୁ କେନ୍ଦ୍ର ସରକାର କ୍ଷମା କରୁନଥିବା ବେଳେ ବଡ଼ବଡ଼ ପୁଞ୍ଜିପତିଙ୍କର କୋଟିକୋଟି ଟଙ୍କା ଋଣକୁ ମାଫ୍ କରୁଛନ୍ତି । ଦେଶରେ ଏଫ୍ଡିଆଇ୍ ଯୋଗୁ ଛୋଟଛୋଟ ବ୍ୟବସାୟୀ ବହୁମାତ୍ରାରେ ପ୍ରଭାବିତ ହେଉଛନ୍ତି । ଏ ହେଉଛି ମୋଦି ସରକାରଙ୍କ ଅସିଲି ଚେହେରା । ତେବେ ୨୦୧୪ ନିବାର୍ଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ସାଧାରଣ ଲୋକଙ୍କ ପାଖରେ ବଡ଼ବଡ଼ ପ୍ରତିଶ୍ରୁତି ଦେଇ କହିଥିଲେ, ଦେଶର ୨କୋଟି ଯୁବପିଢ଼ିଙ୍କୁ ଚାକିରି ଯୋଗାଇ ଦିଆଯିବ । କିନ୍ତୁ ଦୁଭାର୍ଗ୍ୟର ବିଷୟ ଏପରି କିଛି ଦେଖିବାକୁ ମିଳିଲା ନାହିଁ । ଦେଶରେ ଅର୍ଥର କୌଣସି ପ୍ରକାର ଅଭାବ ନାହିଁ । କିନ୍ତୁ କେନ୍ଦ୍ର ସରକାର ଆର୍ଥିକ ନୀତି ବଦଳାଇଲେ ନୂତନ ଭାରତ ଗଠନ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ ।
ଏହି ସଭାକୁ ସିପିଆଇ(ଏମ୍)ର ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ଜନାର୍ଦ୍ଦନ ପତି ସଭାପତିତ୍ୱ କରି କହିଥିଲେ ଯେ, ବାମପନ୍ଥୀ କହିଲେ କମୁ୍ୟନିଷ୍ଟକୁ ବୁଝାଏ ନାହିଁ । ଏହା ଏକ ଆନେ୍ଦାଳନ ଓ ସମାଜର ବିବେକକୁ ବୁଝାଏ । ଯେଉଁ ସାଧାରଣ ଲୋକମାନେ ନିଜର ହକ୍ ଓ ଅନ୍ୟାୟ ଅତ୍ୟାଚାର ବିରୋଧରେ ସ୍ୱର ଉତ୍ତୋଳନ କରୁଛନ୍ତି, ସେମାନଙ୍କୁ ବାମପନ୍ଥୀ ବୋଲି କୁହାଯାଏ । ଆମର ଦାୟିତ୍ୱ ସମାଜରେ ହେଉଥିବା ସାଂପ୍ରତିକ ପରିସ୍ଥିତି ବିରୁଦ୍ଧରେ ଓ ଅନ୍ୟାୟ ଅତ୍ୟାଚାର ବିରୋଧରେ ଲଢ଼ିବା ଓ ସାଧାରଣ ଲୋକଙ୍କୁ ନ୍ୟାୟପ୍ରଦାନ କରିବା । ତେବେ ପୂର୍ବତନ ପ୍ରଧାନମନ୍ତ୍ରୀ ନେହେରୁ ଭାରତର ସୁନାମ ସାରା ବିଶ୍ୱରେ ସୁପରିଚିତ କରିପାରିଥିଲେ । ମାତ୍ର ଦୁଭାର୍ଗ୍ୟର ବିଷୟ ମୋଦି ସରକାରଙ୍କ କୁଟନୀତି କାର୍ଯ୍ୟପ୍ରଣାଳୀ ଦୁର୍ବଳ ଯୋଗୁଁ ଆମର ଏସିଆ ରାଷ୍ଟ୍ରମାନଙ୍କ ସହିତ ସୁସମ୍ପର୍କ ରହି ନାହିଁ । ମୋଦି ସରକାରଙ୍କ କ୍ୟାବନେଟ୍ ମନ୍ତ୍ରୀମାନେ ଦଳିତ ଓ ଆଦିବାସୀଙ୍କ ଉପରେ ଅତ୍ୟାଚାରକୁ ପରୋକ୍ଷ ଭାବେ ପ୍ରେରଣା ଦେଉଛନ୍ତି । ଏବେ ଦେଶ ଯେଉଁ ପରିସ୍ଥିତ ଦେଇ ଗତି କରୁଛି ସ୍ୱାଧୀନ ଭାରତରେ କେବେ ବି ଏହି ସମସ୍ୟା ଦେଖା ଯାଇନଥିଲା ବୋଲି ସେ କହିଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅଳି କିଶୋର ପଟ୍ଟନାୟକ, ସୁରେଶ ପାଣିଗ୍ରାହୀ ଓ ବହୁ ରାଜନୈତିକ ଦଳର ନେତାମାନେ ଉପସ୍ଥିତ ଥିଲେ ।




Powered by odothemes.com