B

ପକ୍ଷୀ ସୁରକ୍ଷା ଓ ପ୍ଲାଷ୍ଟିକ୍ ମୁକ୍ତ ପାଇଁ ଗୁରଙ୍ଗବାସୀଙ୍କ ଶପଥ

54

ଟାଇଂସି,୧୨ା୫(ଆପ୍ର): ଅନୁଗୁଳ ପ୍ଲାଷ୍ଟିକ୍ ମୁକ୍ତ ଗ୍ରାମ ପରିବେଶ ଓ ପକ୍ଷୀଙ୍କ ସ୍ୱଚ୍ଛନ୍ଦ ବିଚରଣ ପାଇଁ ଗୁରଙ୍ଗବାସୀ ଓ ଛାତ୍ରଛାତ୍ରୀ ଆଜି ବିଶ୍ୱ ଭ୍ରମଣକାରୀ ପକ୍ଷୀ ଦିବସରେ ଅଣ୍ଟା ଭିଡ଼ିଛନ୍ତି । ଗତ ବିଶ୍ୱ ଧରିତ୍ରୀ ଦିବସରେ କୁଲାସିଂହା ମେଗା ନର୍ସରୀଠାରେ ଅନୁଗୁଳ ବନଖଣ୍ଡ ଅଧିକାରୀ ପ୍ଲାଷ୍ଟିକ୍ ମୁକ୍ତ ଓ ବନ ସୁରକ୍ଷା ସମିତି ପାଇଁ ଆହ୍ୱାନ ଦେଇଥିବାବେଳେ ଆମ ଜଙ୍ଗଲ ଯୋଜନା ଟିମ୍ ଲିଡର ବିଜୟ କୁମାର ଜେନା ଓ ବିକାଶ ଅଧିକାରୀ ସୁବ୍ରତ କୁମାର ପ୍ରଧାନ ଏଥିରେ ଅନୁପ୍ରାଣିତ କରିଥିଲେ । ଜଙ୍ଗଲ ସୁରକ୍ଷା ପାଇଁ ଏକନିଷ୍ଠା ଗ୍ରାମବାସୀ ଓ ଛାତ୍ରଛାତ୍ରୀ ସଚେତନ ହୋଇ ବନ ସୁରକ୍ଷା ସମିତି ସଭାନେତ୍ରୀ ସାଧବାଣୀ ନାଏକଙ୍କ ଅଧ୍ୟକ୍ଷତାରେ ଏବଂ ବନ ସହାୟକ ଅରୁଣ ନାଏକଙ୍କ ନେତୃତ୍ୱରେ ଆଜି ଭୋରରୁ ଗ୍ରାମର ରାସ୍ତା, ଘରବାରି, ଶିବମନ୍ଦିର ସମେତ ଗୁରଙ୍ଗ ଜଳଭଣ୍ଡାର ଆଦି ସ୍ଥାନରେ ଏଣେତେଣେ ପଡ଼ିରହିଥିବା ପଲିଥିନ ଓ ପ୍ଲାଷ୍ଟିକ ସବୁ ସଂଗ୍ରହ କରିଥିଲେ । ଏହାପରେ ଗୁରଙ୍ଗ କୋଠଘରଠାରେ ବିଶ୍ୱ ଭ୍ରମଣକାରୀ ପକ୍ଷୀ ଦିବସ ପାଇଁ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଗ୍ରାମ ସଭାପତି ନିରଞ୍ଜନ ନାଏକ, ତୀର୍ଥବାସୀ ନାଏକ ଓ ସୁବ୍ରତ କୁମାର ପ୍ରଧାନ ଅତିଥିଭାବେ ଯୋଗଦେଇ ପକ୍ଷୀଙ୍କ ପ୍ରକାରଭେଦ, ସେମାନଙ୍କ ପ୍ରତିଥିବା ବିପଦ ତାର ପ୍ରତିକାର ବିଷୟରେ ଆଲୋଚନା କରିଥିଲେ । ଆମ ସଂସ୍କୃତି ଏବଂ ପ୍ରକୃତି ପାଇଁ ପକ୍ଷୀଙ୍କର ଅବଦାନ ଅତୁଳନୀୟ ବୋଲି ଉଦାହରଣ ପ୍ରତିପାଦନ କରିଥିଲେ । ନୁ୍ୟଜ୍ର ସଦସ୍ୟ ପ୍ରିୟବ୍ରତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

ସେଆର କରନ୍ତୁ:



Powered by odothemes.com